ସବୁଜ ଉଦ୍‌ଜାନ: ଆଜିର ଆବଶ୍ୟକତା

ସୀତାଂଶୁ କୁମାର ସାମଲ

ସମଗ୍ର ବିଶ୍ୱ ଏବଂ ଏହା ଅନ୍ତର୍ଗତ ସମସ୍ତ ପ୍ରାଣୀ, ଉଦ୍ଭିଦ, ଜଳ, ଖଣିଜ ପଦାର୍ଥ ଇତ୍ୟାଦି ବିଭିନ୍ନ ମୌଳିକ ଓ ଯୌଗିକର ସମାହାର। ମୌଳିକ ବସ୍ତୁର ସରଳତମ ରୂପ।ଏମାନଙ୍କର ରାସାୟନିକ ସଂଯୋଗ ଦ୍ୱାରା ଅସଂଖ୍ୟ ଯୌଗିକ ସୃଷ୍ଟି ହୋଇଥାଏ।
ଏ ପର୍ଯ୍ୟନ୍ତ ଆବିଷ୍କୃତ ୧୧୮ ମୌଳିକ ମଧ୍ୟରେ ସବୁଠାରୁ ହାଲୁକା ମୌଳିକଟି ହେଲା ଉଦ୍‌ଜାନ (ହାଇଡ୍ରୋଜେନ୍‌)।ଏହାର ଦୁଇଟି ପରମାଣୁ ମିଶି ଉଦ୍‌ଜାନ ଅଣୁ ସୃଷ୍ଟି କରନ୍ତି।ଏହାର ସମାହାର ଉଦ୍‌ଜାନ ଗ୍ୟାସ୍‌ ରୂପେ ପରିଚିତ।ବାୟୁ ମଣ୍ଡଳରେ ଯଥେଷ୍ଟ ପରିମାଣରେ ଥିବା ଦୁଇଟି ଗ୍ୟାସୀୟ ମୌଳିକ ମଧ୍ୟରୁ ଅମ୍ଳଜାନ ଜୀବନ ରକ୍ଷାକାରୀ। ସୃଷ୍ଟିର ପ୍ରତ୍ୟେକ ଜୀବ ସବୁ ସମୟରେ ଅବାଧରେ ଏହାକୁ ପାଇଥାଏ।ଈଶ୍ୱରଙ୍କର ଏହା ଏକ ବିସ୍ମୟକର ଅବଦାନ।ଦ୍ୱିତୀୟ ମୌଳିକଟି ହେଲା ଯବକ୍ଷାରଜାନ ବା ନାଇଟ୍ରୋଜେନ୍‌।ଏହା ବାୟୁରେ ସବୁଠାରୁ ବେଶି (୭୮%) ଥାଏ।ଏହାକୁ ବାୟୁରୁ ପୃଥକ କରି ୧:୩ ଅନୁପାତରେ ଉଦ୍‌ଜାନ ସହ ଜର୍ମାନ୍‌ ବୈଜ୍ଞାନିକ ଏଫ୍‌ ହାବରଙ୍କ ରାସାୟନିକ ପଦ୍ଧତିରେ ସଂଯୋଗ କରାଇ ଏମୋନିଆ ଗ୍ୟାସ୍‌ ସ୍ବଳ୍ପ ମୂଲ୍ୟରେ ପ୍ରସ୍ତୁତ କରାଯାଇଥାଏ।ଯହିଁରୁ ୟୁରିଆ, ଏମୋନିୟମ୍‌ ନାଇଟ୍ରେଟ୍‌ ଇତ୍ୟାଦି ଯବକ୍ଷାରଜାନଯୁକ୍ତ ସାର ସ୍ବଳ୍ପ ମୂଲ୍ୟରେ ଯଥେଷ୍ଟ ଉପତ୍ାଦନ କରାଯାଇ ପୃଥିବୀକୁ କ୍ଷୁଧା ଓ ଖାଦ୍ୟ ସଂକଟରୁ ରକ୍ଷା କରାଯାଇ ପାରୁଛି ା
ଏମୋନିଆ ପାଇଁ ବ୍ୟବହୃତ ଉଦ୍‌ଜାନ ଗ୍ୟାସ୍‌ ତୈଳକୂପରୁ ପେଟ୍ରୋଲିୟମ୍‌ ଉତ୍ତୋଳନ ସମୟରେ ପ୍ରଚୁର ମାତ୍ରାରେ ମିଳିଥାଏ।ଏହି ପ୍ରାକୃତିକ ଗ୍ୟାସ୍‌ରେ ଥିବା ମିଥେନ୍‌ ହାଇଡ୍ରୋକାର୍ବନକୁ ଉଚ୍ଚ ତାପମାତ୍ରାରେ ଥିବା ବାଷ୍ପ ସହିତ ମିଶାଇ ଜାରଣ ପ୍ରକ୍ରିୟା ଦ୍ୱାରା ଉଦ୍‌ଜାନ ଗ୍ୟାସ୍‌ ଉପଲବ୍ଧ ହୁଏ।ଉକ୍ତ ପଦ୍ଧତିରେ ପ୍ରଚୁର ପିରମାଣର ପରିବେଶ ପ୍ରଦୂଷଣ କରୁଥିବା ସବୁଜ ଗୃହ ଗ୍ୟାସ୍‌ (ଗ୍ରୀନ୍‌ ହାଉସ ଗ୍ୟାସ୍‌), ଅଙ୍ଗାରକାମ୍ଳ ଗ୍ୟାସ୍‌ ନିର୍ଗତ ହୁଏ।ଏଠାରେ ସୂଚିତ କରାଯାଇପାରେ ଯେ ଏକ ଟନ୍‌ (ହଜାରେ କିଲୋଗ୍ରାମ) ଏମୋନିଆ ଗ୍ୟାସ୍‌ର ପ୍ରସ୍ତୁତ ସମୟରେ ପ୍ରାୟତଃ ଦୁଇ ଟନ୍‌ ଅଙ୍ଗାରକାମ୍ଳ ଗ୍ୟାସ୍‌ ବାୟୁମଣ୍ଡଳକୁ ନିର୍ଗତ ହୁଏ।ଅଙ୍ଗାରକାମ୍ଳ ଗ୍ୟାସ୍‌ ଏକ ପ୍ରମୁଖ ବାୟୁ ପ୍ରଦୂଷଣ କରୁଥିବା ଯୌଗିକ।ଏହା ବିଶ୍ୱ ତାପମାତ୍ରା ବୃଦ୍ଧିରେ ସହାୟକ।ଏହାର ପରିମାଣ କମାଇବାକୁ ହେଲେ ସମଗ୍ର ବିଶ୍ୱ ଏବେ ଉଦ୍‌ଜାନ ଗ୍ୟାସ୍‌ ବଦଳରେ ସବୁଜ ଉଦ୍‌ଜାନ (ଗ୍ରୀନ୍‌ ହାଇଡ୍ରୋଜେନ୍‌) ଉପରେ ଗୁରୁତ୍ୱ ରଖୁଛି।ଏଠାରେ ସ୍ବତଃ ମନକୁ ପ୍ରଶ୍ନ ଆସିବ ସବୁଜ ଉଦ୍‌ଜାନ କ’ଣ? ଏହାର ସ୍ବଳ୍ପ ମୂଲ୍ୟରେ ବହୁଳ ପ୍ରସ୍ତୁତି ଏବଂ ବ୍ୟବହାର ଉପରେ ଆଲୋଚନା କରିବା।
ପରିବେଶ ପ୍ରଦୂଷଣକୁ ରୋକିବା ପାଇଁ ବିଶ୍ୱର ରସାୟନବିତ୍‌ମାନେ ସବୁଜ ରସାୟନ ବିଜ୍ଞାନ (ଗ୍ରୀନ୍‌ କେମିଷ୍ଟ୍ରି) ଉପରେ ବ୍ୟାପକ ଗବେଷଣା ଜାରି ରଖିଛନ୍ତି। ଯେଉଁ ରାସାୟନିକ ପଦାର୍ଥ ପ୍ରତ୍ୟକ୍ଷ ବା ପରୋକ୍ଷରେ ପରିବେଶ ପ୍ରଦୂଷିତ କରି ନ ଥାଏ, ତାହାକୁ ସବୁଜ ରାସାୟନିକ ପଦାର୍ଥ (ଗ୍ରୀନ୍‌ କେମିକାଲ୍‌ସ) କୁହାଯାଏ। ସେହି ଅର୍ଥରେ ସବୁଜ ଉଦ୍‌ଜାନ ଜଳର ବେଦ୍ୟୁତିକ ବିଘଟନ (ଇଲେକ୍ଟ୍ରୋଲିସିସ୍‌) ଦ୍ୱାରା ସବୁଜ ଶକ୍ତି ପ୍ରୟୋଗ କରାଯାଇ ଉପତ୍ାଦିତ ହୋଇଥାଏ। ପାରମ୍ପରିକ ପଦ୍ଧତିରେ ମିଳୁଥିବା ବିଦ୍ୟୁତ୍‌ ଶକ୍ତି ଜୀବାଶ୍ମ ଇନ୍ଧନର ଦହନ ଦ୍ୱାରା ସୃଷ୍ଟି ହୁଏ, ଯାହା ବହୁତ ପ୍ରଦୂଷଣକାରୀ।ତେଣୁ ସବୁଜ ଉଦ୍‌ଜାନ ପ୍ରସ୍ତୁତି ପାଇଁ ରିନିୱେବଲ୍‌ ଶକ୍ତିର ବ୍ୟବହାର ଅପରିହାର୍ଯ୍ୟ। ବର୍ତ୍ତମାନ ସବୁଜ ଉଦ୍‌ଜାନର ଆମଦାନୀ ବ୍ୟୟବହୁଳ।ଏହାର ବହୁଳ ଓ ସୁଲଭ ମୂଲ୍ୟରେ ଉପତ୍ାଦନ ପାଇଁ ବିଶ୍ୱର ବିଭିନ୍ନ ଦେଶ ଶିଳ୍ପ ଅନୁକୂଳ ନୀତି ନିର୍ଦ୍ଧାରଣ କରୁଛନ୍ତି।୧୨ଫେବୃୟାରୀ, ୨୦୨୧ରେ ଭାରତର ସରକାରଙ୍କ ଗୃହୀତ ନୀତି ସବୁଜ ଉଦ୍‌ଜାନର ଉପତ୍ାଦିତ ମୂଲ୍ୟକୁ ଶତକଡ଼ା ୫୦ ଭାଗକୁ ହ୍ରାସ କରିବ ବୋଲି ବିଶେଷଜ୍ଞମାନଙ୍କର ମତ, ଯାହା ଆମ ଦେଶ ପାଇଁ ଏକ ସ୍ବାଗତ ଯୋଗ୍ୟ ପଦକ୍ଷେପ।ଏଠାରେ ସୂଚିତ କରାଯାଇ ପାରେ କି ନଭେମ୍ବର ୨୦୨୧ରେ ସମାପ୍ତ ହୋଇଥିବା ସଂଯୁକ୍ତ ରାଷ୍ଟ୍ରଗୁଡ଼ିକର ଗ୍ଲାସ୍‌ଗୋ ସମ୍ମିଳନୀରେ ପ୍ରାୟତଃ ୨୦୦ ରାଷ୍ଟ୍ର ଅଙ୍ଗାର ନିର୍ଗମନ ଶୂନ୍ୟ (ଜିରୋ କାର୍ବନ ଏମିଶନ୍‌) ସ୍ତରକୁ ଆଣିବା ପାଇଁ ଏକମତ ହୋଇଛନ୍ତି।ସବୁଜ ଉଦ୍‌ଜାନର ସ୍ବଳ୍ପମୂଲ୍ୟରେ ପ୍ରସ୍ତୁତି ଏ ଦିଗରେ ନିଶ୍ଚୟ ଏକ ସକାରାତ୍ମକ ପଦକ୍ଷେପ। ଶତାବ୍ଦୀ ଧରି ଉପରେ କୁହାଯାଇଥିବା ହାବର ପଦ୍ଧତି ଦ୍ୱାରା ସ୍ବଳ୍ପ ମୂଲ୍ୟରେ ବହୁତ ଏମୋନିଆ ଗ୍ୟାସ୍‌ ପ୍ରସ୍ତୁତ କରାଯାଇଥାଏ, ଯହିଁରେ ବ୍ୟବହୃତ ଯବକ୍ଷାରଜାନ ବାୟୁରୁ ସଂଗୃହୀତ ହୋଇଥିବାରୁ ଏହା ପରିବେଶ ପ୍ରଦୂଷଣ କରି ନ ଥାଏ।ଅନୁରୂପ ଭାବେ ସବୁଜ ଉଦ୍‌ଜାନ ମଧ୍ୟ ପାଣିରୁ ସଂଗୃହୀତ ହେଉଥିବାରୁ ତାହା ମଧ୍ୟ ପରିବେଶ ପ୍ରଦୂଷଣ କରେ ନାହିଁ। ପ୍ରାକୃତିକ ଉତ୍ସରୁ ସଂଗୃହୀତ ଉଭୟ ଉଦ୍‌ଜାନ ଓ ଯବକ୍ଷାରଜାନ ପାରମ୍ପରିକ ହାବର ପଦ୍ଧତି ଦ୍ୱାରା ସବୁଜ ଏମୋନିଆ ଗ୍ୟାସ୍‌ ପ୍ରସ୍ତୁତ କରାଯାଇ ପାରିବ, ଯାହାକୁ ନେଇ ୟୁରିଆ ଓ ଅନ୍ୟ ଯବକ୍ଷାରଜାନଯୁକ୍ତ ସାର ପ୍ରସ୍ତୁତ କରାଯାଇ ଖାଦ୍ୟ ଉପତ୍ାଦନ ବୃଦ୍ଧିରେ ସହାୟକ ହେବ ା
ସବୁଜ ଉଦ୍‌ଜାନ ମଧ୍ୟ ସହଜରେ ନିଆଯାଇ ପାରୁଥିବା ଶକ୍ତିର ଏକ ବଳିଷ୍ଠ ବାହକ।ଏହାକୁ ଦହନ କରି ବିଦ୍ୟୁତ୍‌ ଶକ୍ତି ଉପତ୍ାଦିତ ହୋଇପାରିବ, ଯାହା ସବୁଜ ଶକ୍ତି ରୂପେ ପରିଚିତ। କାରଣ ସବୁଜ ଉଦ୍‌ଜାନର ଦହନ କେବଳ ଜଳ ସୃଷ୍ଟି କରିଥାଏ ଏବଂ ପରିବେଶ ପ୍ରଦୂଷଣକାରୀ ପଦାର୍ଥ ନୁହେଁ।ଏହି ସବୁଜ ଉଦ୍‌ଜାନର ପ୍ରସ୍ତୁତି ଖାଲି ପରିବେଶ ପାଇଁ ଅନୁକୂଳ ନୁହେଁ ଏହା ମଧ୍ୟ ସବୁଜ ଶକ୍ତିର ଏକ ଉତ୍ସ।ତେଣୁ ସବୁଜ ଉଦ୍‌ଜାନର ବହୁଳ ମାତ୍ରାରେ ତଥା ସୁଲଭ ମୂଲ୍ୟରେ ଉପତ୍ାଦନ ଆଗାମୀ ଦିନ ପାଇଁ ଏକ ବଡ଼ ଆହ୍ବାନ।ମୋର ବିଶ୍ୱାସ ବିଶ୍ୱର ବୈଜ୍ଞାନିକମାନେ ସେମାନଙ୍କର ପ୍ରଭାବୀ ଗବେଷଣା ଦ୍ୱାରା ଏହି ଆହ୍ବାନର ସଫଳ ମୁକାବିଲା କରିବାକୁ ସକ୍ଷମ ହେବେ।ଭାରତ ଏବଂ ବିଶ୍ୱର ରାଷ୍ଟ୍ରସମୂହ ଗ୍ଲାସ୍‌ଗୋ ସମ୍ମିଳନୀରେ ରଖିଥିବା ଶୂନ୍ୟ ଅଙ୍ଗାର ନିର୍ଗମନ ଲକ୍ଷ୍ୟ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ହାସଲ କରିପାରିବେ ା
ଅବସରପ୍ରାପ୍ତ ଆଞ୍ଚଳିକ ଶିକ୍ଷା
ନିର୍ଦ୍ଦେଶକ, ବାଲେଶ୍ୱର
ମୋ- ୯୪୩୭୨୯୫୭୭୫


Enter your email to get our daily news in your inbox.

All Right Reserved By Dharitri.Com

ସୁଖର ଗାଣିତିକ ପରିପ୍ରକାଶ

ଅନେକ ଖୁସିର ସମାହାର ହିଁ ସୁଖ। ତେବେ ଖୁସି କେବେ ବି ବାହାରୁ ମିଳେ ନାହିଁ। ଉପଲବ୍ଧ ନ ଥାଏ କେଉଁଠି ବାହାରେ। ଖୁସି କେଉଁଠି...

ଆଧ୍ୟାତ୍ମିକ ରାଷ୍ଟ୍ରବାଦ ଓ ଶ୍ରୀଅରବିନ୍ଦ

ପୃଥିବୀର ଅନେକ ରାଜନେତା, ରାଜନୀତି ବିଶାରଦ ଓ ଦାର୍ଶନିକ ରାଷ୍ଟ୍ରବାଦର କଥା କହିଛନ୍ତି, କିନ୍ତୁ ଆଧ୍ୟାତ୍ମିକ ରାଷ୍ଟ୍ରବାଦର କଥା ଆମେ ଜାଣିବାରେ ଏକା ଶ୍ରୀଅରବିନ୍ଦ ହିଁ...

ମା’ ଧରିତ୍ରୀ

ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ୨୯ତମ କନ୍‌ଫରେନ୍ସ ଅଫ୍‌ ପାର୍ଟିଜ୍‌(କପ୍‌୨୯) ଆଜରବୈଜାନ ରାଜଧାନୀ ବାକୁଠାରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବ ୟୁରୋପ ଓ ପଶ୍ଚିମ ଏସିଆର ସୀମାନ୍ତରେ ଅବସ୍ଥିତ...

କୃତଜ୍ଞତାର ସ୍ବର

ବୁଝିଲ ବନ୍ଧୁ, ଈଶ୍ବରଙ୍କ ଆଶୀର୍ବାଦରୁ ଆମେ ଏ ଜୀବନ ପ୍ରାପ୍ତ ହେଇଛେ ସତ, ହେଲେ ଆମ ଜୀବନରେ ଆମ ମା’ବାପା, ଭାଇ ବନ୍ଧୁ, ପୃଥିବୀ, ଆକାଶ,...

ଆଚାର୍ଯ୍ୟ, ଅବଧାନ ଓ ଶିକ୍ଷକ

ବୈଦିକ ଯୁଗରେ ଅରଣ୍ୟରେ ଥିବା ଋଷିମାନଙ୍କର ଆଶ୍ରମଗୁଡ଼ିକ ଥିଲା ବିଦ୍ୟାଦାନର କେନ୍ଦ୍ର। ଧନୀ, ଗରିବ, ରାଜପୁତ୍ର ସମସ୍ତେ ସେଠାରେ ଏକତ୍ର ବିଦ୍ୟାଗ୍ରହଣ କରୁଥିଲେ। ସନ୍ଦିପନୀ ଉଭୟ...

ସମ୍ପ୍ରସାରଣର ଶାସନ

ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳରୁ ଅବସର ପରେ ବରିଷ୍ଠ ସିଭିଲ ସର୍ଭାଣ୍ଟଙ୍କୁ ବିଭିନ୍ନ ପଦବୀରେ ଅବସ୍ଥାପିତ କରାଯାଇଆସୁଛି। ମୋଦି ସରକାର କ୍ଷମତାକୁ ଫେରିବାର ସପ୍ତାହକ ପରେ...

ସଦ୍‌ଗୁରୁ ଓ ସତ୍‌ନାମ

ଆମର ଗୋଟାଏ ଦୋଷ ଯେ, କିଛି ନ ବୁଝି, ମହାପୁରୁଷଙ୍କ ଉପରେ ମୂଳରୁ ଭରଷା କରୁ। ଭଗବତ୍‌ ଶକ୍ତିରେ ଅଲୌକିକ ଭାବରେ ସବୁ ସେ କରିଦେବେ...

ବିଷମୁକ୍ତ ହେବ କି ଭାତହାଣ୍ଡି

ମ୍ପ୍ରତିକ ସମୟକୁ ଲକ୍ଷ୍ୟକଲେ କୃଷି ହିଁ ଆମ ଭବିଷ୍ୟତ ବୋଲି କୁହାଯାଇପାରେ। ଏହି କୃଷି ଆମ ଅର୍ଥନୀତିର ସଂସ୍କାରକ। ଆମ ରାଜ୍ୟରେ ସତୁରି ଭାଗରୁ ଅଧିକ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri