ଘରକୁ ସବୁଜ ସୁନ୍ଦର କରିବାକୁ ଅନେକେ ଭଲ ପାଆନ୍ତି। ହେଲେ ପର୍ଯ୍ୟାପ୍ତ ସ୍ଥାନ ଅଭାବରୁ କେହି କେହି ଇଚ୍ଛା ଥିଲେ ବି ଗଛ ଲଗାଇପାରନ୍ତି ନାହିଁ। ହେଲେ ଆପଣ ଚାହିଁଲେ ଅଳ୍ପ ସ୍ଥାନରେ ବି ମନିପ୍ଲାଣ୍ଟ ଏବଂ ଅନ୍ୟ ଇନ୍ଡୋର ପ୍ଲାଣ୍ଟ ଲଗାଇ ନିଜ ଗ୍ରୀନ୍ ହୋମ୍ ସ୍ବପ୍ନ ସାକାର କରିପାରିବେ …
- ଘରର କାନ୍ଥ ରଙ୍ଗ ଅନୁଯାୟୀ ବଜାରରୁ ହ୍ୟାଙ୍ଗିଙ୍ଗ୍ ପଟ୍ ଆଣି ପ୍ଲାଣ୍ଟ ଲଗାଇଲେ ଇଣ୍ଟେରିଅର ଅଧିକ ଆକର୍ଷଣୀୟ ହୋଇପାରିବ।
- ଚଢ଼େଇ ବସା, ଚା କେଟିଲ୍ ଷ୍ଟାଇଲ୍ର ବିଭିନ୍ନ ହ୍ୟାଙ୍ଗିଙ୍ଗ୍ ପଟ୍ରେ ଭଳିକି ଭଳି ଇନ୍ଡୋର ପ୍ଲାଣ୍ଟ ରଖି ଘରକୁ ଆର୍ଟିଷ୍ଟିକ୍ ଟଚ୍ ଦେଇପାରିବେ।
- ଶୋ ପ୍ଲାଣ୍ଟକୁ ହ୍ୟାଙ୍ଗିଙ୍ଗ୍ ପଟ୍ରେ ଲଗାଇ ଛାତ କିମ୍ବା ବାଲ୍କୋନିରେ ହୁକ୍ ଲଗାଇ ମଧ୍ୟ ଟଙ୍ଗାଇଲେ ଖୁବ୍ ସୁନ୍ଦର ଦିଶିବ।
- ଥିବା ପୁରୁଣା ପ୍ଲାଷ୍ଟିକ୍ ବୋତଲଗୁଡ଼ିକୁ କଣାକରି ସେଥିରେ ମନିପ୍ଲାଣ୍ଟ, ସ୍ପାଇଡର୍ ପ୍ଲାଣ୍ଟ ଆଦି ଲଗାଇପାରିବେ। ଏହାକୁ ବିଭିନ୍ନ କଲର ଦେଇ ମଧ୍ୟ ଆକର୍ଷଣୀୟ ଡିଜାଇନ୍ କରି ସେଥିରେ ପ୍ଲାଣ୍ଟ ଲଗାଇପାରିବେ। ଆପଣ ଚାହିଁଲେ ଏହାକୁ ହ୍ୟାଙ୍ଗିଙ୍ଗ୍ ପଟ୍ ଭାବେ ବି ବ୍ୟବହାର କରିପାରିବେ।
- କ୍ରିଷ୍ଟାଲ ବଲ୍ ଷ୍ଟାଇଲ୍ ହ୍ୟାଙ୍ଗିଙ୍ଗ୍ ପଟ୍ ଆଣି ସେଥିରେ ମନି ପ୍ଲାଣ୍ଟ ଲଗାଇ ଘରକୁ ଡେକୋରେଟ୍ କରିପାରିବେ। ତା’ଛଡ଼ା ବିଭିନ୍ନ ସକୁଲାଣ୍ଟ ଭେରାଇଟିର ପ୍ଲାଣ୍ଟ ବି ଘର ସଜାଇବା ଲାଗି ବେଷ୍ଟ ଅପ୍ସନ।
ହ୍ୟାଙ୍ଗିଙ୍ଗ୍ ଷ୍ଟାଣ୍ଡରେ ବି ପ୍ଲାଣ୍ଟ ଲଗାଇବାର ଆଇଡିଆ ଆପଣଙ୍କ ଘରର ସୌନ୍ଦର୍ଯ୍ୟ ବୃଦ୍ଧି କରିବ।