ବନ୍ୟପ୍ରାଣୀ ବେପାରକୁ ସବୁଜ ସଙ୍କେତ

ଭୁବନେଶ୍ୱର, ୨୨।୧(ଅସମାପିକା ସାହୁ): ଆଇନଗତ ଉପାୟରେ ଏଣିକି ଭାରତୀୟ ବନ୍ୟପ୍ରାଣୀଙ୍କୁ କିଣାବିକା କରି ହେବ। କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ଗତ ୧୮ ତାରିଖରେ ଜାରି କରାଯାଇଥିବା ଗେଜେଟ ନଂ. ୪୦ରେ ଏଥିପାଇଁ ଲାଇସେନ୍ସ ପ୍ରଦାନ କରାଯିବା ନେଇ ବିଧିବଦ୍ଧ ଘୋଷଣା କରାଯାଇଛି। ଏଥିସହ ନୂତନ ୱାଇଲ୍ଡ ଲାଇଫ(ପ୍ରୋଟେକ୍ସନ) ଲାଇସେନ୍ସିଂ (ଆଡିଶନାଲ ମ୍ୟାଟର୍ସ ଫର୍‌ କନ୍ସିଡିରେଶନ) ରୁଲ୍‌ସ ୨୦୨୪କୁ ମଧ୍ୟ କାର୍ଯ୍ୟକାରୀ କରାଯାଇଛି। ତେବେ ଏଥିରୁ ସିଡ୍ୟୁଲ-୧ ଅନ୍ତର୍ଭୁକ୍ତ ପ୍ରାଣୀଙ୍କୁ ବାଦ୍‌ ଦିଆଯାଇଥିବାବେଳେ ଅନ୍ୟସବୁ ପ୍ରାଣୀଙ୍କୁ ଟ୍ରେଡିଂ କରିବା ପାଇଁ ଲାଇସେନ୍ସ ମିଳିବାକୁ ନେଇ ଗ୍ରୀନ୍‌ ସିଗ୍‌ନାଲ ଦିଆଯାଇଛି। ଏହି ଗେଜେଟ ପ୍ରକାଶ ପାଇବା ପରେ ପୂର୍ବରୁ ପ୍ରଚଳିତ ଥିବା ୧୯୮୩ ମସିହାର ନିୟମ ଅକାମୀ ହୋଇଯାଇଛି। ଉକ୍ତ ନିୟମ ଅନୁସାରେ, ସିଡ୍ୟୁଲ-୧ କିମ୍ବା ସିଡ୍ୟୁଲ-୨ର ପାର୍ଟ ୨ ପ୍ରାଣୀମାନଙ୍କ ଟ୍ରେଡିଂ ପାଇଁ ଲାଇସେନ୍ସ ଦିଆଯାଉ ନ ଥିଲା। ତେବେ ନୂଆ ନିୟମରେ ବନ୍ୟଜୀବ (ସଂରକ୍ଷଣ) ଆଇନ – ୧୯୭୨ର ସେକ୍ସନ ୪୪, କ୍ଲଜ(ବି) ସବ-ସେକ୍ସନ(୪) ଅଧୀନରେ ଲାଇସେନ୍ସ ଦେବା ପାଇଁ ପ୍ରାବଧାନ ସହ କିଛି ସର୍ତ୍ତାବଳୀ ରଖାଯାଇଛି। ରାଜ୍ୟର ମୁଖ୍ୟ ବନ୍ୟଜୀବ ତତ୍ତ୍ୱାବଧାରକ କିମ୍ବା ତାଙ୍କ ଅଧିକୃତ ଅଧିକାରୀ ଏହି ଲାଇସେନ୍ସ ପ୍ରଦାନ କରିପାରିପାରିବେ ବୋଲି ନିୟମ ଲାଗୁ କରାଯାଇଛି।
ଏହି ନୂଆ ନିୟମକୁ ନେଇ ଦେଶବ୍ୟାପୀ ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଛି। ଓଡ଼ିଶାରେ ମଧ୍ୟ ଏହାକୁ ନେଇ ବନ୍ୟପ୍ରାଣୀ ବିଶେଷଜ୍ଞମାନେ ଚିନ୍ତାପ୍ରକଟ କରିଛନ୍ତି। ଗତବର୍ଷ ଏପ୍ରିଲ ୧ରେ ଦେଶରେ ସଂଶୋଧିତ ବନ୍ୟଜୀବ (ସଂରକ୍ଷଣ) ଆଇନ ୧୯୭୨କୁ ଲାଗୁ କରାଯାଇଥିଲା। ଏଥିରେ ବନ୍ୟପ୍ରାଣୀ, ଉଦ୍ଭିଦ ଓ ବିଦେଶୀ(Exotic) ପ୍ରାଣୀଙ୍କ ପାଇଁ ବ୍ୟାପକ ସଂଶୋଧନ କରାଯାଇଥିଲା। ବିଦେଶୀ(Exotic) ପ୍ରାଣୀଙ୍କୁ ସିଡ୍ୟୁଲ-୪ ତାଲିକାରେ ସ୍ଥାନ ଦିଆଯାଇଥିଲା। ସେହିପରି ଦଣ୍ଡବିଧାନ ବା ଜରିମାନା ପରିମାଣ ୨୫ ହଜାର ଟଙ୍କାରୁ ୧ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଥିଲା। ଏଥିସହ ସମସ୍ତ ବନ୍ୟପ୍ରାଣୀଙ୍କୁ ସିଡ୍ୟୁଲ-୧ ଏବଂ ସିଡ୍ୟୁଲ-୨ରେ ରଖାଯାଇଥିଲା। ଯଦିଓ ସିଡ୍ୟୁଲ-୧ ପ୍ରାଣୀଙ୍କ ଟ୍ରେଡିଂକୁ ଲାଇସେନ୍ସ ପ୍ରକ୍ରିୟାରୁ ବାହାରେ ରଖାଯାଇଛି, କିନ୍ତୁ ସିଡ୍ୟୁଲ-୨ରେ ସର୍ବାଧିକ ପ୍ରାଣୀ ଅଛନ୍ତି। ସିଡ୍ୟୁଲ-୨ ପ୍ରାଣୀ ଭିତରେ ନୀଳଗାଈ, ବାଦୁଡ଼ି, ଚିତ୍ରା ହରିଣ, ଜଙ୍ଗଲି ଠେକୁଆ, ବାର୍‌ହା, ହନୁ ମାଙ୍କଡ଼ ଇତ୍ୟାଦି ସ୍ତନ୍ୟପାୟୀ, ବାର୍‌ବେଟ(Barbets), ବି ଇଟର(Bee-eater), ବିଟର୍ନ (Bittern), ହେରୋନ (Heron), ଇଗ୍ରେଟ (Egret), ବୁଲ୍‌ବୁଲ୍‌ (Bulbul), କୋଇଲି (Cuckoos), ଅନେକ ପ୍ରଜାତିର ବତକଙ୍କ ସମେତ ମୋଟ ୧,୧୩୪ ଟି ପ୍ରଜାତିର ପକ୍ଷୀ, ୩୦୦ରୁ ଊର୍ଦ୍ଧ୍ୱ ସାପ, ଅନେକ ପ୍ରଜାତିର ବେଙ୍ଗ ଆଦି ଅନ୍ତର୍ଭୁକ୍ତ। ଏବେ ଏସବୁ ପ୍ରାଣୀଙ୍କ ପାଇଁ ଟ୍ରେଡିଂ ଲାଇସେନ୍ସ ଦିଆଯିବା ଦ୍ୱାରା କେନ୍ଦ୍ର ସରକାର ପ୍ରତ୍ୟକ୍ଷ ଭାବରେ ବେପାର ଓ ପରୋକ୍ଷ ଭାବରେ ଶିକାର ପାଇଁ ରାସ୍ତା ଫିଟାଇଦେଲେ ବୋଲି ବନ୍ୟପ୍ରାଣୀ ବିଶେଷଜ୍ଞମାନେ କହିଲେଣି।
ବନ୍ୟପ୍ରାଣୀ ବିଶେଷଜ୍ଞ ବିଶ୍ୱଜିତ ମହାନ୍ତି କହିଛନ୍ତି, ସିଡ୍ୟୁଲ-୨ ପ୍ରାଣୀଙ୍କ ପାଇଁ ଟ୍ରେଡିଂ ଲାଇସେନ୍ସ ନିଶ୍ଚୟ ଏକ ଚିନ୍ତାର ବିଷୟ। ଗତ ୪୦ବର୍ଷ ପରେ କେନ୍ଦ୍ର ସରକାର ଏଭଳି ପରିବର୍ତ୍ତନ ଆଣିଛନ୍ତି। ଯେଉଁମାନଙ୍କ ସଂରକ୍ଷଣ ଓ ସୁରକ୍ଷା ପାଇଁ ଚିନ୍ତା କରାଯାଉଥିଲା ଏବେ ସେମାନଙ୍କୁ ଟ୍ରେଡିଂ ପାଇଁ ଅନୁମତି ମିଳିଲା। ପରୋକ୍ଷରେ ଏହାର ଶିକାର ପାଇଁ ସୁଯୋଗ ମିଳିଯିବ। ଏମାନଙ୍କ ଶିକାର ବଢ଼ିଲେ ଆଗକୁ ଏସବୁ ପ୍ରାଣୀ ଲୋପ ପାଇଯିବାର ମଧ୍ୟ ଆଶଙ୍କା ରହୁଛି। ଖୋର୍ଦ୍ଧା ଜିଲାର ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି, ଟ୍ରେଡିଂର ଅର୍ଥ ବେପାର। ହେଲେ ଘରେ ପୋଷିବା ପାଇଁ ଟ୍ରେଡିଂ ହେବ କି ମାଂସ ଖାଇବା ପାଇଁ ଟ୍ରେଡ଼ିଂ ହେବ ସେଇଟା କିଏ କହିବ। ଲାଇସେନ୍ସ ପାଇବା ପରେ ଯାହାର ଯାହା ଇଚ୍ଛା ହେଲା ସିଏ କରିବ। ବନ୍ୟପ୍ରାଣୀଙ୍କୁ ଚୋରା ଶିକାର ଓ ବେପାରରୁ ରକ୍ଷା କରିବା ପାଇଁ ସେମାନଙ୍କୁ ସଂରକ୍ଷଣ ଦେଇ ସିଡ୍ୟୁଲ୍‌-୨ ତାଲିକାରେ ରଖିବାର ବର୍ଷେ ନ ପୂରୁଣୁ କେନ୍ଦ୍ର ସରକାରଙ୍କର ଏବେ ଟ୍ରେଡିଂ ଲାଇସେନ୍ସ ଦେବାର କ’ଣ ଦରକାର ପଡ଼ିଲା ବୋଲି ସେ ପ୍ରଶ୍ନ କରିଛନ୍ତି।
ସେପଟେ ବିଦେଶୀ ପ୍ରାଣୀଙ୍କ ବେପାର କରୁଥିବା ପେଟ୍‌ ସପ୍‌ ମାଲିକମାନେ ନୂତନ ନିୟମକୁ ସ୍ବାଗତ କରିଛନ୍ତି। ଏ ଲାଇସେନ୍ସ ବ୍ୟବସ୍ଥା ଦ୍ୱାରା ବିଦେଶରୁ ବନ୍ୟପ୍ରାଣୀ ଆମଦାନୀ କରିବାର ବାଟ ଫିଟିଯିବ। ଭୁବନେଶ୍ୱରର ଏକ ପେଟ୍‌ସପ୍‌ର ମାଲିକ ସତ୍ୟ ଶଙ୍କର ବିଶ୍ୱାଳ କହିଛନ୍ତି, ସିଡ୍ୟୁଲ-୨ରେ ଥିବା ଭାରତୀୟ ବନ୍ୟପ୍ରାଣୀଙ୍କୁ ଟ୍ରେଡିଂ ଲାଇସେନ୍ସ ଭଲ ହେଲା। ସିଡ୍ୟୁଲ-୪ ପ୍ରାଣୀଙ୍କ ପାଇଁ ଲାଇସେନ୍ସ ମିଳିଲେ ଆମକୁ ବିଦେଶରୁ ଭଲ ପ୍ରଜାତିର ଏକଜୋଟିକ ପ୍ରାଣୀ ଆମଦାନୀ କରିବା ପାଇଁ ସୁଯୋଗ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ଭିଡିଓ ଭାଇରାଲ କରୁଥିବା ଅଭିଯୋଗ

ଭୁବନେଶ୍ୱର,୨୨ା୯(ସୂର୍ଯ୍ୟକାନ୍ତ ବେହେରା): ଭରତପୁର ଥାନାରେ ଆର୍ମି ଅଫିସର କ୍ୟାପ୍‌ଟେନ୍‌ ଗୁରୁଭନ୍ସ ସିଂ ଏବଂ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ନିର୍ଯାତନା ଘଟଣାକୁ ସାରା ଦେଶ ନିନ୍ଦା...

ଓଡ଼ିଶା ଷ୍ଟେଟ ବାର୍‌ କାଉନ୍‌ସିଲ୍‌ ନାମରେ ମୁଖ୍ୟମନ୍ତ୍ରୀଙ୍କୁ ଜାଲ୍‌ ଚିଠି

କଟକ,୨୨ା୯(କାର୍ତ୍ତିକ ସାହୁ): ଓଡ଼ିଶା ଷ୍ଟେଟ ବାର୍‌ କାଉନ୍‌ସିଲ୍‌ ନାମରେ ମୁଖ୍ୟମନ୍ତ୍ରୀଙ୍କୁ ମିଥ୍ୟା ଚିଠି ପ୍ରେରଣ କରାଯାଇଛି। ଉକ୍ତ ଚିଠିରେ ଢେଙ୍କାନାଳ ଜିଲାର ବିଭିନ୍ନ ସ୍ବାସ୍ଥ୍ୟସେବା କେନ୍ଦ୍ରର...

ଥମୁନି ମହିଳାଙ୍କ ଉପରେ ଅତ୍ୟାଚାର, ଅଙ୍ଗନୱାଡି କେନ୍ଦ୍ରରେ କଙ୍ଗାରୁ କୋର୍ଟ

ବାଲେଶ୍ୱର,୨୨ା୯(ବାଞ୍ଛାନିଧି ଦେ): ଅଙ୍ଗନୱାଡ଼ି କେନ୍ଦ୍ରରେ ପଶି କଙ୍ଗାରୁ କୋର୍ଟ କରି କର୍ମୀଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିବା ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି।...

ଭିଡିଓ ଭାଇରାଲ କରି ଧ୍ୟାନ ହଟାଇବାକୁ ଉଦ୍ୟମ

ଭୁବନେଶ୍ୱର, ୨୨।୯(ସୁନିତ୍‌ ମିଶ୍ର): ଭରତପୁର ଥାନାରେ ମେଜର ଗୁରୁଭନ୍ସ ସିଂ ଓ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ନିର୍ଯାତନା ଘଟଣାକୁ ନେଇ ଓଡ଼ିଶା ପୋଲିସ ସମେତ...

କାଲି ଆସିବ ବଡ଼ ନିଷ୍ପତ୍ତି, ଭରତପୁର ଘଟଣାରେ ପୋଲିସର ଭୁବନେଶ୍ୱରରେ ବସିବ ବଡ଼ ବୈଠକ

ଭୁବନେଶ୍ୱର,୨୧।୯: ତୀବ୍ର ହେଲା ଭରତପୁର ପୋଲିସ-ମେଜର ବିବାଦ। ଘଟଣାକୁ ନେଇ ବଡ଼ ବୈଠକ ଡାକିଲା ଓଡ଼ିଶା ପୋଲିସ ସେବା ସଂଘ। ଏନେଇ ରବିବାର ଭୁବନେଶ୍ବରରେ ବସିବ...

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ଏମାନଙ୍କୁ ଆଦୌ ମିଳିବନି ସୁଭଦ୍ରା ଟଙ୍କା, ଆବେଦନ କଲେ ବି କଟିଯିବ…

ଭୁବନେଶ୍ୱର,୨୧।୯: ସୁଭଦ୍ରା ଯୋଜନାର ଶୁଭାରମ୍ଭ ପରେ ୨୫ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି। ପ୍ରାୟ ୧୨ ଶହ ୫୦ କୋଟି ଟଙ୍କା ସୁଭଦ୍ରା ହିତାଧିକାରୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri