ଅଷ୍ଟ୍ରାଜେନିକାକୁ ମଞ୍ଜୁରୀ ଦେଲା ପାକିସ୍ତାନ

ଇସଲାମାବାଦ୍‌,୧୭।୧: ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ସରକାର ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରସ୍ତୁତ କରୋନ ପ୍ରତିଷେଧକ ଟିକା ଅକ୍ସଫୋର୍ଡ-ଅଷ୍ଟ୍ରାଜେନିକାକୁ ମଞ୍ଜୁରୀ ମିଳିଛି। ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷା ଫଳାଫଳ ରିପୋର୍ଟ ଆଧାରରେ ଜରୁରିକାଳୀନ ସ୍ଥିତିରେ ଏହାର ବ୍ୟବହାର କରାଯିବା ଲାଗି ପାକିସ୍ତାନର ଡ୍ରଗ୍‌ ନିୟାମକ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି। ଇମ୍ରାନ୍‌ଙ୍କ ବିଶେଷ ସହାୟକ ଡ. ଫୈସଲ ସୁଲତାନ କହିଛନ୍ତି ଯେ, ଆସନ୍ତା ସପ୍ତାହରେ ଚାଇନା ଦ୍ୱାରା ପ୍ରସ୍ତୁତ ହୋଇଥିବା ସାଇନୋଫାର୍ମ ଟିକାର ବ୍ୟବହାର ଅନୁମତି ପାଇଁ ପଞ୍ଜିକରଣ କରାଯିବ।

Share