Advertisement

ମୋଟାପଣ ଦୂର କରିବା ପାଇଁ ଗ୍ରୀନ୍‌ ଟି, ଜାଣନ୍ତୁ ଦିନକୁ କେତେଥର ପିଇବା ଉଚିତ

ଗ୍ରୀନ୍‌-ଟି ସ୍ବାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ବୋଲି ବିବେଚନା କରାଯାଏ। ଏହାକୁ ନିୟମିତ ଭାବରେ ସେବନ କରିବା ଦ୍ୱାରା ଆପଣଙ୍କ ସ୍ବାସ୍ଥ୍ୟରେ ଉନ୍ନତି, ଆପଣଙ୍କ ଚର୍ମକୁ ଉଜ୍ଜ୍ୱଳ କରିବା, ବାର୍ଦ୍ଧକ୍ୟ ଲକ୍ଷଣକୁ ହ୍ରାସ କରିବା, ମସ୍ତିଷ୍କ ସ୍ବାସ୍ଥ୍ୟରେ ଉନ୍ନତି ଆଣିବା ସହିତ ଡାଇବେଟିସ୍‌ ଏବଂ ଉଚ୍ଚ ରକ୍ତଚାପ ଭଳି ଗମ୍ଭୀର ରୋଗରୁ ମୁକ୍ତି ମିଳିଥାଏ। ଏସବୁ ବ୍ୟତୀତ, ଲୋକମାନେ ବିଶେଷକରି ଓଜନ ହ୍ରାସ ପାଇଁ ଗ୍ରୀନ ଟି ଅଧିକ ସେବନ କରନ୍ତି। ଯଦି ଆପଣ ମଧ୍ୟ ଏହି ଲୋକଙ୍କ ମଧ୍ୟରୁ ଜଣେ, ତେବେ ଜାଣନ୍ତୁ ଓଜନ ହ୍ରାସ ପାଇଁ କିପରି ଗ୍ରୀନ ଟି ଦିନକୁ କେତେ ଥର ପିଇବା ଉଚିତ୍‌…

ଗ୍ରୀନ-ଟିରେ କଫିନ୍‌, କ୍ୟାଟେଚିନ ଏବଂ ଆଣ୍ଟିଅକ୍ସିଡାଣ୍ଟ ଥାଏ, ଯାହା ମେଟାବୋଲିଜିମ ବୃଦ୍ଧି କରିବାରେ ସାହାଯ୍ୟ କରେ। ସେହି ସମୟରେ, ଯେତେବେଳେ ମେଟାବୋଲିଜିମ ବୃଦ୍ଧି ପାଏ, ଶରୀର ଅଧିକ କ୍ୟାଲୋରୀ ବର୍ନ ପରେ। ଯାହା ଆପଣଙ୍କୁ ଓଜନ ହ୍ରାସ କରିବାରେ ସାହାଯ୍ୟ କରେ।
ଆପଣ ସାଧାରଣ ଉପାୟରେ ଗ୍ରୀନ ଟି ତିଆରି କରନ୍ତି ଏବଂ ପିଅନ୍ତି, ତେବେ ଆପଣଙ୍କୁ ଏହାର ସ୍ବାସ୍ଥ୍ୟଗତ ଲାଭ ମିଳିଥାଏ, କିନ୍ତୁ ଯଦି ଆପଣ ଏଥିରେ କିଛି ବିଶେଷ ଉପାଦାନ ମିଶାନ୍ତି, ତେବେ ଏହି ଲାଭ ଦ୍ୱିଗୁଣିତ ହୋଇପାରିବ।

ଏଥିପାଇଁ, ୧ ଗ୍ଲାସ ପାଣିରେ ୧ ଚାମଚ ଗ୍ରୀନ ଟି, ୧/୨ ଚାମଚ ଡାଲଚିନି ପାଉଡର ଏବଂ ୧/୨ ଚାମଚ ସୂକ୍ଷ୍ମ କଟା ତାଜା ଅଦା ମିଶାଇ ଭଲ ଭାବରେ ଫୁଟାନ୍ତୁ।
ସବୁକିଛି ଭଲ ଭାବରେ ଫୁଟିଗଲା ପରେ, ଗ୍ରୀନ ଟି ଛାଣି ସେଥିରେ ୧/୨ ଚାମଚ ଲେମ୍ବୁ ରସ ମିଶାଇ ସେବନ କରନ୍ତୁ। ଗ୍ରୀନ ଟକୁ ଦିନକୁ ଅତି କମ୍‌ରେ ଥରେ ୫୦୦ ମିଲିଗ୍ରାମର ପିଇବା ଉଚିତ୍‌।

Subscribe to Dharitri WhatsApp ChannelSubscribe to Dharitri WhatsApp Channel