ସବୁଜରୁ ହେଲା କମଳା ରଙ୍ଗ:ଉଦ୍‌ଘାଟନ ଅପେକ୍ଷାରେ ନୂତନ ଜିଲା ମୁଖ୍ୟ ଚିକିତ୍ସାଳୟ

ଭଦ୍ରକ,୨୮ା୧୨(ସନାତନ ରାଉତ):ଭଦ୍ରକ ଗେଲପୁର ମୌଜାରେ ନିର୍ମାଣ ହୋଇଥିବା ଜିଲା ମୁଖ୍ୟ ଚିକିତ୍ସାଳୟର ନୂତନ କୋଠା ଉଦ୍‌ଘାଟନ ଅପେକ୍ଷାରେ ରହିଛି। ପୂର୍ବ ସରକାର ସମୟରୁ ନିର୍ମାଣ ସରିଥିଲେ ମଧ୍ୟ ଅଳ୍ପ କିଛି କାର୍ଯ୍ୟ ବାକି ଥିବାରୁ ସ୍ଥାନାନ୍ତର ନେଇ ସମୟ ଗଡ଼ି ଚାଲିଛି। ଗତ ଅଗଷ୍ଟ ୧୫ରେ ସ୍ବାଧୀନତା ଦିବସ ଅବସରରେ ନୂତନ କୋଠାକୁ ଜିଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର ହେବ ବୋଲି ସେତେବେଳର ଜିଲାପାଳ ଓ ମୁଖ୍ୟ ଚିକିତ୍ସାଧିକାରୀ ସୂଚନା ଦେଇଥିଲେ। ସେବେଠାରୁ ବାରମ୍ବାର ତାରିଖ ବଦଳି ଚାଲିଛି। ଏହାମଧ୍ୟରେ ରାଜ୍ୟରେ ସରକାର ବଦଳି ଯିବାରୁ ଜିଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର ସମୟ ଗଡ଼ିଯାଇଛି। ନୂତନ କୋଠାରେ ପୂର୍ବରୁ ଦିଆଯାଇଥିବା ରଙ୍ଗକୁ ବଦଳାଇ ପୁଣିଥରେ ରଙ୍ଗ କରାଯାଇଛି। ସରକାର ବଦଳିବା ପରେ ବିଭିନ୍ନ ସରକାରୀ କୋଠାର ରଙ୍ଗ ବଦଳିବା ପ୍ରକ୍ରିୟା ଚାଲିଥିବା ବେଳେ ଏହି ଡାକ୍ତରଖାନା କୋଠାରେ ପୂର୍ବରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚରେ ଦିଆଯାଇଥିବା ସବୁଜ ରଙ୍ଗ ଉପରେ ଏବେ କମଳା ରଙ୍ଗ ଦିଆଯାଇଛି। ଏହା କୌଣସି ଆବଶ୍ୟକ ନ ଥିବାବେଳେ ରାଜକୋଷରୁ ଅଯଥା ଟଙ୍କା ଖର୍ଚ୍ଚ କରି ରଙ୍ଗ କରାଯିବାକୁ ବିଭିନ୍ନ ମହଲରେ ନାପସନ୍ଦ କରାଯାଇଛି।
ଆସନ୍ତା ଜାନୁଆରୀରେ ତାରିଖ ଧାର୍ଯ୍ୟ କରାଯାଇ ନୂତନ ଜିଲା ମୁଖ୍ୟ ଚିକିତ୍ସାଳୟ ଉଦ୍‌ଘାଟନ କରାଯିବ ବୋଲି ଶୁଣିବାକୁ ମିଳୁଛି। ମୁଖ୍ୟମନ୍ତ୍ରୀ ଯୋଗଦେବାର କାର୍ଯ୍ୟକ୍ରମ ଥିବାରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ଆଲୋଚନା ପରେ ତାରିଖ ସ୍ଥିର ହେବ ବୋଲି ଜଣାପଡ଼ିଛି। ଉଦ୍‌ଘାଟନ ପୂର୍ବରୁ ପ୍ରସ୍ତୁତି ଜୋର୍‌ଦାର ଚାଲିଥିବା ବେଳେ ନିକଟରେ ଜିଲାପାଳ ଦିଲୀପ ରାଉତରାଏ ଓ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ଡାକ୍ତରଖାନାର ନୂତନ କୋଠା ପରିଦର୍ଶନ କରି ଅନ୍ତିମ ପର୍ଯ୍ୟାୟରେ ଚାଲିଥିବା କାର୍ଯ୍ୟର ତଦାରଖ କରଛନ୍ତି। ୩ ଶହ ଶଯ୍ୟା ବିଶିଷ୍ଟ ଏହି ନୂତନ କୋଠାରେ ବିଭିନ୍ନ ଅତ୍ୟାଧୁନିକ ସୁବିଧା ସହ ସ୍ବାସ୍ଥ୍ୟସେବା ପାଇଁ ବିଭିନ୍ନ ଉପକରଣ ବ୍ୟବସ୍ଥା ହୋଇଥିବା ବେଳେ ଆଇସିୟୁ ଓ ସେମି ଆଇସିୟୁର ସୁବିଧା ମଧ୍ୟ ଉପଲବ୍ଧ କରାଯାଇଛି।

Enter your email to get our daily news in your inbox.

All Right Reserved By Dharitri.Com

ଗଛରେ ପିଟିଲା ସ୍କର୍ପିଓ, ଚାଲିଗଲା ୩ ଜୀବନ

କୁଆଁରମୁଣ୍ଡା,୨୬ା୪(ମହେନ୍ଦ୍ର କୁମାର ସାହୁ): ଝାଡ଼ଖଣ୍ଡ ରାଜ୍ୟ ଚତରାରେ ଶନିବାର ଏକ ସ୍କର୍ପିଓ ରାସ୍ତା ପାଶର୍‌ବରେ ଥିବା ଗଛରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ସୁନ୍ଦରଗଡ଼...

କାଳବୈଶାଖୀ ତାଣ୍ଡବ: ଉପୁଡ଼ିଲା ଗଛ, ଅନ୍ଧାରରେ ଗାଁ

ନନ୍ଦପୁର,୨୫।୪(ତୁଷାରକାନ୍ତ ମହାନ୍ତି): ନବରଙ୍ଗପୁର ଜିଲା ନନ୍ଦପୁରରେ ଶନିବାର କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ବର୍ଷା ପବନ ହୋଇ ଏକାଧିକ ଗଛ ଉପୁଡ଼ି ରାସ୍ତା ଅବରୋଧ...

ମିଳିଲାନି ମୃତ ଯୁବକଙ୍କ ପରିଚୟ, ଶବ ସତ୍କାର କଲେ ସ୍ବେଚ୍ଛାସେବୀ

ବରଗଡ଼,୨୬।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାରର ସ୍ବେଚ୍ଛାସେବୀମାନେ ଶନିବାର ଜଣେ ଅଚିହ୍ନା ଯୁବକଙ୍କ ମୃତଦେହକୁ ସତ୍କାର କରିଛନ୍ତି । ଗତ ୨୧ତାରିଖ ବରଗଡ଼...

ନାବାଳିକାଙ୍କୁ ବଳାତ୍କାର: ଫେରାର ଅଭିଯୁକ୍ତ ଗିରଫ

ଜୟପୁର,୨୬ା୪(ପବନ ପାଣିଗ୍ରାହୀ)- ନାବାଳିକା ବଳାତ୍କାର ମାମଲାର ଫେରାର ଅଭିଯୁକ୍ତଙ୍କୁ ଶନିବାର ଜୟପୁର ମହିଳା ପୋଲିସ ଗିରଫ କରିଛି। ଅଭିଯୁକ୍ତ ହେଲେ ଘେନୁ ହନ୍ତାଳ। ମିଳିଥିବା ସୂଚନା...

ମୌଳିକ ସେବା ଅପହଞ୍ଚ: ଚଟାଣରେ ଚିକିତ୍ସା, ହାତରେ ସାଲାଇନ

ବରଗଡ଼,୨୬।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ରହିଥିବା ସହରାଞ୍ଚଳ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କୁ ସର୍ବନିମ୍ନ ମୌଳିକା ସୁବିଧା ସୁଯୋଗ ଅପହଞ୍ଚ ହୋଇପଡ଼ିଛି। ଏଠାରେ ଡାକ୍ତର ଅଭାବ ନିତିଦିନିଆ...

ମନ୍ଦାକିନୀଙ୍କ ଉପରେ ପୁଣି ଭରଷା କଲା କଂଗ୍ରେସ

ଭବାନୀପାଟଣା,୨୬ା୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରର ସାମାଜିକ କର୍ମୀ ମନ୍ଦାକିନୀ ବାଣୁଆ ପୁଣି ଥରେ ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦିକା ଭାବେ...

ରାସ୍ତା ଉପରେ ଟଳି ପଡିଲେ ବୃଦ୍ଧ, ଅଂଶୁଘାତ ଅଭିଯୋଗ

ଦିଗପହଣ୍ଡି,୨୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଜଗନ୍ନାଥପୁର ବସଷ୍ଟାଣ୍ଡ ଛକ ରାସ୍ତା ଉପରେ ଜଣେ ବୃଦ୍ଧ ଶନିବାର ଅପରାହ୍ନ ପ୍ରାୟ ୨ ଟାରେ...

ବାହାଘର ଭୋଜିରେ ଅଘଟଣ: ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଜଣଙ୍କ ଜୀବନ, ଜଣେ ଗୁରୁତର

ଫୁଲବାଣୀ,୨୬।୪(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଟିକାବାଲି ଥାନା ଅଧୀନ କଇଁଝର ପଞ୍ଚାୟତ କୁଟିଗଡ଼ ଗ୍ରାମରେ ବିଦ୍ୟୁତ୍‌ ଆଘାତରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ଅନ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image