Posted inଖେଳ

ଆମେରିକାରୁ ପୁଣି ଖେଳିବେ ଗ୍ରିନର

ଫୋନିକ୍ସ (ୟୁଏସ),୨୩ା୭: ଦିନ ଥିଲା ବ୍ରିଟନୀ ଗ୍ରିନର ୟୁଏସ୍‌ଏ ବାସ୍କେଟବଲ୍‌ ଜର୍ସି ପୁଣି ପିନ୍ଧିବେ ଏକଥା ତାଙ୍କ କଳ୍ପନା ବାହାରେ ଥିଲା। ଦୁଇଥର ଅଲିମ୍ପିକ ସ୍ବର୍ଣ୍ଣ ପଦକ ବିଜେତା ପାଖରେ ଡ୍ରଗ୍ସ ରଖିବା ଓ ସ୍ମଗଲିଂ କରିବା ଅଭିଯୋଗରେ ୨୦୨୨ରେ ରୁଷିଆର ଏକ ବନ୍ଦୀଶାଳାରେ ଥିଲେ। ମାତ୍ର ୧୦ମାସ ପରେ ଏକ ହାଇ ପ୍ରୋଫାଇଲ ବନ୍ଦୀ ବିନିମୟରେ ସେ ଜେଲ୍‌ରୁ ଖଲାସ ହେବାପରେ ତାଙ୍କ ଦେଶ ତରଫରୁ ଖେଳିବା ପାଇଁ ସେ ପୁଣି ସୁଯୋଗ ପାଇଛନ୍ତି। ବର୍ତ୍ତମାନ ୧୯ମାସ ଅତିକ୍ରମ କରିବା ପରେ ସେ ଆମେରିକା ତରଫରୁ ପ୍ୟାରିସ ଗେମ୍ସରେ ଭାଗ ନେବାକୁ ମନୋନୀତ ହୋଇଛନ୍ତି। ରୁଷିଆରୁ ଫେରିବା ପରେ ପ୍ରଥମ ଥର ସେ ବିଦେଶରେ ଖେଳିବାକୁ ଯାଉଛନ୍ତି। ଶନିବାର ତାଙ୍କ ଦଳ ଅଲ୍‌-ଷ୍ଟାର ଗେମ୍‌ରେ ଖେଳିବା ପୂର୍ବରୁ ସେ ତାଙ୍କ ଜର୍ସି ନମ୍ବର-୧୫ ୟୁଏସ୍‌ ପରିଧାନ କରିଥିଲେ। ଗ୍ରୀନର ତାଙ୍କ ଓମେନ୍ସ ନ୍ୟାଶନାଲ ବାସ୍କେଟବଲ୍‌ ଆସୋସିଏଶନ (ଡବ୍ଲ୍ୟୁଏନ୍‌ବିଏ)ର ଆୟ ପାଇଁ ବାସ୍କେଟବଲ ଖେଳିବା ପାଇଁ ରୁଷିଆ ଯାଇଥିଲେ। ସେ ବର୍ଷବର୍ଷ ଧରି ଏହି କାର୍ଯ୍ୟ କରି ଆସୁଥିଲେ। ୩୩ ବର୍ଷୀୟ ଏହି ଖେଳାଳି କହିଥିଲେ, ୟୁଏସ୍‌ଏ ବାସ୍କେଟବଲ୍‌ ଯେ ପର୍ଯ୍ୟନ୍ତ ତାଙ୍କୁ ଖେଳିବା ଲାଗି ନ କହିଛି, ସେ ପର୍ଯ୍ୟନ୍ତ ସେ ଖେଳିବେ ନାହିଁ। ଗ୍ରିନର ଆମେରିକା ଦଳ ସହିତ ଖେଳିବା ପାଇଁ ବହୁ ସମୟ ଦେଇଛନ୍ତି। ବର୍ତ୍ତମାନ ସେ ଶତ ପ୍ରତିଶତ ଫିଟ୍‌ ଥିବା କହିଛନ୍ତି। ଜୁଲାଇ ୮ରେ ଗ୍ରୀନରଙ୍କ ସମଲିଙ୍ଗୀ ସ୍ତ୍ରୀ ଚାର୍ଲି ପୁତ୍ର ସନ୍ତାନ ବାଶକୁ ଜନ୍ମ ଦେଇଛନ୍ତି। ଗ୍ରୀନର କହିଛନ୍ତି, ଅଲିମ୍ପିକ୍ସ ପାଇଁ ତାଙ୍କୁ କିଛି ସପ୍ତାହ ସନ୍ତାନଠାରୁ ଦୁରରେ ରହିବାକୁ ପଡ଼ିବ ଯାହାକି କଷ୍ଟଦାୟକ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନ କ୍ରିକେଟରେ ପୁଣି ଡ୍ରାମା, ଏବେ ପୁଣି ବଦଳିବେ କ୍ୟାପଟେନ!

ଇସଲାମାବାଦ,୭।୯: ବାଂଲାଦେଶ ବିପକ୍ଷ ଘରୋଇ ଟେଷ୍ଟ ସିରିଜରେ ପାକିସ୍ତାନ ପରାଜୟ ପରେ ସମାଲୋଚନାର ବଜାର ସରଗରମ ହୋଇଛି। ସବୁଠାରୁ ଖରାପ କଥା ହେଉଛି ଏହି ପରାଜୟ...

ଟ୍ୟାକ୍ସି ଚାଳକଙ୍କ ପୁଅ ଜିତିଲେ ବ୍ରୋଞ୍ଜ୍‌

ପ୍ୟାରିସ୍‌,୭ା୯ଭାରତର ପ୍ରଥମ ଜୁଡୋକା ଭାବରେ ପ୍ୟାରିସ୍‌ ପାରାଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି କପିଲ ପରମାର। ୨୩ ବର୍ଷୀୟ କପିଲ ବ୍ରୋଞ୍ଜ ପଦକ...

୪ ଓଭର, ଗୋଟିଏ ମେଡେନ୍‌, ୪ ରନ୍‌…. ଛାଇଗଲେ ଭୁବି

ନୂଆଦିଲ୍ଲୀ,୭।୯: ଭୁବନେଶ୍ୱର କୁମାର ୟୁପି ଟି-୨୦ ଲିଗ ୨୦୨୪ରେ ଏକ ଚମତ୍କାର ବୋଲିଂ ପ୍ରଦର୍ଶନ କରିଛନ୍ତି। ଭୁବନେଶ୍ୱର କୁମାରଙ୍କ ବୋଲିଂ ଆଗରେ ବିରୋଧୀ ବ୍ୟାଟ୍ସମ୍ୟାନମାନେ ଅସହାୟ...

୧୪୭ ବର୍ଷ ଟେଷ୍ଟ କ୍ରିକେଟ୍‌ ଇତିହାସରେ ପ୍ରଥମଥର ଘଟିଲା ଏମିତି, ଓଲି ପୋପ ବଡ଼ କାରନାମା

ନୂଆଦିଲ୍ଲୀ,୭।୯: ଇଂରାଜୀ ବ୍ୟାଟ୍ସମ୍ୟାନ ଓଲି ପୋପ ଏବେ ଚମତ୍କାର ଫର୍ମରେ ଅଛନ୍ତି। ସେ ଶ୍ରୀଲଙ୍କା ବିପକ୍ଷରେ ୧୦୩ ରନ୍‌ର ଇନିଂସ ଖେଳି ଅପରାଜିତ ଅଛନ୍ତି। ତେବେ...

ରାହୁଲ ଦ୍ରାବିଡଙ୍କ ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୭।୯: ଶୁକ୍ରବାର ରାଜସ୍ଥାନ ରୟାଲ୍ସ ପୂର୍ବତନ ଭାରତୀୟ ଅଧିନାୟକ ରାହୁଲ ଦ୍ରାବିଡଙ୍କୁ ଏହାର ମୁଖ୍ୟ ପ୍ରଶିକ୍ଷକ ଭାବରେ ନିଯୁକ୍ତ କରିଛି। ବାସ୍ତବରେ, ଟି -୨୦ ବିଶ୍ୱକପ୍‌...

ପ୍ରବୀଣଙ୍କୁ ସ୍ବର୍ଣ୍ଣ

ପ୍ୟାରିସ୍‌, ୭।୯(ପି.ଟି.): ଭାରତର ପ୍ରବୀଣ କୁମାର ପ୍ୟାରିସ୍‌ ପାରାଲିମ୍ପିକ୍ସରେ ଶୁକ୍ରବାର ସ୍ବର୍ଣ୍ଣ ପଦକ ଜିତି ଦେଶକୁ ଗର୍ବିତ କରିଛନ୍ତି। ପୁରୁଷ ହାଇଜମ୍ପ ଟି୬୪ ଇଭେଣ୍ଟରେ ସେ...

ଲେଜେଣ୍ଡ୍ସ ଲିଗ୍‌ରେ ପ୍ରଥମ ଥର ଓଡ଼ିଶା ଟିମ୍ କୋଣାର୍କ ସୂର୍ଯ୍ୟ: ଇର୍ଫାନ୍‌ ପଠାନ କ୍ୟାପଟେନ୍‌

ପ୍ୟାରିସ୍‌,୬ା୯: ଲେଜେଣ୍ଡ୍ସ ଲିଗ୍‌ କ୍ରିକେଟରେ ଓଡ଼ିଶାର ପ୍ରଥମ ଦଳ ଭାବେ କୋଣାର୍କ ସୂର୍ଯ୍ୟ ସାମିଲ ହୋଇଛି। ଶୁକ୍ରବାର ଭୁବନେଶ୍ୱରରେ ଟିମ ଲଞ୍ଚ ହେବା ସହ, ସମସ୍ତ...

କେବେ ଦେଖି ନ ଥିବେ ଏମିତି ମ୍ୟାଚ୍‌: ଟି-୨୦ ବିଶ୍ୱକପ୍‌ କ୍ୱାଲିଫାୟର୍ସରେ ମାତ୍ର ୧୦ ରନ୍‌ରେ ଅଲଆଉଟ୍‌ ହେଲା ଏହି ଦଳ

ନୂଆଦିଲ୍ଲୀ,୬।୯: ମଙ୍ଗୋଲିଆ ଏବଂ ସିଙ୍ଗାପୁର ମଧ୍ୟରେ ମ୍ୟାଚ ଟି-୨୦ ବିଶ୍ୱକପ ଏସୀୟ କ୍ୱାଲିଫାୟର୍ସରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମଙ୍ଗୋଲିଆ ନାମରେ ଏକ ଲଜ୍ଜାଜନକ ରେକର୍ଡ ଯୋଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri