Categories: ବାଣିଜ୍ୟ

ଜେଏସ୍‌ପିକୁ ଗ୍ରୀନ୍‌ଟେକ୍‌ ସିଏସ୍‌ଆର୍‌ ଇଣ୍ଡିଆ ପୁରସ୍କାର

ଭୁବନେଶ୍ୱର,୨୯।୧୧: ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ ପାୱାର (ଜେଏସ୍‌ପି)କୁ ନିକଟରେ ଆଉ ଏକ ଜାତୀୟ ସ୍ତରୀୟ ସମ୍ମାନ ପ୍ରଦାନ କରାଯାଇଛି। ବିଶେଷକରି ଭିନ୍ନକ୍ଷମଙ୍କ ପୁନଃ ଥଇଥାନ ଏବଂ ସଶକ୍ତୀକରଣ କ୍ଷେତ୍ରରେ କମ୍ପାନୀର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଜେଏସ୍‌ପିକୁ ସମ୍ମାନଜନକ ଗ୍ରୀନ୍‌ଟେକ୍‌ ସିଏସ୍‌ଆର୍‌ ଇଣ୍ଡିଆ ପୁରସ୍କାର-୨୦୨୩ ଦିଆଯାଇଛି। ଏପରିକି ପ୍ରଭାବଶାଳୀ ସିଏସ୍‌ଆର୍‌ ପଦକ୍ଷେପ ମାଧ୍ୟମରେ ଅଧିକ ଅନ୍ତର୍ଭୂକ୍ତି ସମାଜ ଗଠନ ପାଇଁ ଜେଏସ୍‌ପିର ପ୍ରତିବଦ୍ଧତାକୁ ସ୍ବୀକୃତି ଦେଇ ଗ୍ରୀନ୍‌ଟେକ୍‌ ଫାଉଣ୍ଡେଶନ ଦ୍ୱାରା ଏହି ପ୍ରତିଷ୍ଠିତ ପୁରସ୍କାର ଜେଏସ୍‌ପିକୁ ପ୍ରଦାନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଜେଏସ୍‌ପି ଫାଉଣ୍ଡେଶନ ଚେୟାରପର୍ସନ୍‌ ଶାଲୁ ଜିନ୍ଦଲ ଉଭୟ ଜେଏସ୍‌ପି ଏବଂ ଜେଏସ୍‌ପି ଫାଉଣ୍ଡେଶନକୁ ଅଭିନନ୍ଦନ ଜଣାଇବା ସହିତ କହିଥିଲେ, ଏଭଳି ଏକ ସମ୍ମାନଜନକ ପୁରସ୍କାର ପାଇ ଆମେ ବେଶ୍‌ ଉତ୍ସାହିତ ଅଛୁ। ଏପରିକି ଆମେ ଅନ୍ତର୍ଭୂକ୍ତୀକରଣ କାର୍ଯ୍ୟକ୍ରମର ପରିବର୍ତ୍ତନଶୀଳ ଶକ୍ତିରେ ବିଶ୍ବାସ କରୁ ଏବଂ ଏହି ସମ୍ମାନ ଏକ ଅନ୍ତର୍ଭୂକ୍ତି ସମାଜ ଗଠନ ପାଇଁ ଆମର ନିରନ୍ତର ପ୍ରତିବଦ୍ଧତାର ସ୍ବୀକୃତି ବୋଲି ଆମେ ବିଶ୍ୱାସ କରୁଛୁ। ଏହି ସମ୍ମାନ ପାଇଁ ସେ ଜୁରି ସଦସ୍ୟମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଥିଲେ।

Share