ବାଲୁକା କଳାରେ ରକ୍ଷାବନ୍ଧନର ଶୁଭେଚ୍ଛା ଜଣାଇଲେ କେନ୍ଦୁଝରର ନିଶିକାନ୍ତ

କେନ୍ଦୁଝର, ୩।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ବ୍ଲକ ଟିକରପଡ଼ା ଗ୍ରାମର ନିଶିକାନ୍ତ ବେହେରା ପବିତ୍ର ରକ୍ଷାବନ୍ଧନ ଅବସରରେ ବାଲୁକା କଳା ମାଧ୍ୟମରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ନିଶିକାନ୍ତ ନିଜ ଘର ନିକଟରେ ବାଲିରେ ଦେଇଥିବା ଭାଇ ଓ ଭଉଣୀ ମଧ୍ୟରେ ଥିବା ଅତୁଟ ବନ୍ଧନର ବାର୍ତ୍ତାକୁ ସମସ୍ତେ ପ୍ରଶଂସା କରୁଛନ୍ତି। ପିଲାଟି ଦିନରୁ ଟେରାକୋଟା କାମରେ ବାପାଙ୍କୁ ବିଭିନ୍ନ ରଙ୍ଗ କାମରେ ସହଯୋଗ କରିଆସିଥିବା ନିଶିକାନ୍ତ ଆଜି ଜଣେ ଦକ୍ଷ ଚିତ୍ରକାର ଭାବରେ ନିଜକୁ ପ୍ରତିଷ୍ଠା କରିପାରିଛନ୍ତି। ନିଜସ୍ବ ଉଦ୍ୟମରେ ସେ ଚିତ୍ର କଳା ସାଙ୍ଗକୁ ବାଲୁକା କଲା, ମୂର୍ତ୍ତି ଗଢ଼ିବା, ମୁରୁଜରେ ଚିତ୍ର, ବିଭିନ୍ନ ବ୍ୟକ୍ତିଙ୍କ ପ୍ରତିଚିତ୍ର ଅଙ୍କନ, ସ୍ଥାପତ୍ୟ କଳା ଆଦିରେ ନିଜକୁ ପ୍ରତିଷ୍ଠା କରିପାରିଛନ୍ତି।

Share