Categories: ବାଣିଜ୍ୟ

ଡ୍ରିମ୍‌ସ ପକ୍ଷରୁ ବିପିୟୁଟି କୁଳପତିଙ୍କୁ ସମ୍ବର୍ଦ୍ଧନା

କଟକ,୨୯ା୩: ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ(ବିପିୟୁଟି)ର ନବନିଯୁକ୍ତ କୁଳପତି ବିଶିଷ୍ଟ ଶିକ୍ଷାବିତ୍‌ ପ୍ରଫେସର ଡ.ଅମିୟ କୁମାର ରଥଙ୍କୁ ଡ୍ରିମ୍‌ସ ଶିକ୍ଷାନୁଷ୍ଠାନ ସମୂହ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ପରିପ୍ରେକ୍ଷୀରେ ଡ୍ରିମ୍‌ସ ଶିକ୍ଷାନୁଷ୍ଠାନର ପ୍ରଶାସନିକ ନିର୍ଦ୍ଦେଶକ ବଳରାମ କର ପ୍ରଫେସର ରଥଙ୍କୁ ନିକଟରେ ଏକ ସୌଜନ୍ୟମୂଳକ ସାକ୍ଷାତକରି ପୁଷ୍ପଗୁଚ୍ଛ ଦେଇ ଅଭିନନ୍ଦନ ଜଣାଇବା ସହ ରାଜ୍ୟରେ ବୈଷୟିକ ଶିକ୍ଷାର ଅଗ୍ରଗତି ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଅପରପକ୍ଷରେ ‘ଡ୍ରିମ୍‌ସ’ର ଅଧ୍ୟକ୍ଷ ଡ.ପ୍ରମୋଦ ଚନ୍ଦ୍ର ରଥ ନୂତନ କୁଳପତିଙ୍କୁ ଅଭିନନ୍ଦନ ଜଣାଇବା ସହ କହିଛନ୍ତି, ଶିକ୍ଷାଦାନ, ଗବେଷଣା ଓ ପ୍ରଶାସନିକ କ୍ଷେତ୍ରରେ ଦୀର୍ଘ ଅଭିଜ୍ଞତା, ଉସତ୍ର୍ଗୀକୃତ ଓ ନିଷ୍ଠାପର ସାଧନା ଡ. ଅମିୟ କୁମାର ରଥଙ୍କୁ ଆଜି ଏଭଳି ଏକ ସମ୍ମାନଜନକ ପଦବୀରେ ଅଧିଷ୍ଠିତ କରାଇଛି।

Share