Categories: ଜାତୀୟ

ଆତଙ୍କବାଦୀଙ୍କ ଗ୍ରେନେଡ ମାଡ: ୪ ଯବାନ ଆହତ

ଜମ୍ମୁ,୩୦ ।୭: କଶ୍ମୀର ଘାଟିର ବାରାମୂଳାରେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଗ୍ରେନେଡ ମାଡ କରିଛନ୍ତି । ଏଥିରେ ୪ ଜଣ ଯବାନ ଆହତ ହୋଇଥିବା ବେଳେ ଜଣେ ସାଧାରଣ ନାଗରିକ ମଧ୍ୟ ଆହତ ହୋଇଛନ୍ତି । ଆହତମାନଙ୍କୁ ଚିକିତ୍ସା ଲାଗି ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହାସହ ଆକ୍ରମଣ କରିଥିବା ଆତଙ୍କବାଦୀଙ୍କୁ ଧରିବା ଲାଗି ଉକ୍ତ ଅଞ୍ଚଳକୁ ସିଲ୍ କରାଯାଇ ସର୍ଚ୍ଚ ଅପରେଶନ ଜାରି କରାଯାଇଛି । ସୂଚନାଯୋଗ୍ୟ, ଉତ୍ତର କଶ୍ମୀରର ବାରାମୂଳା ଜିଲା ଖାନପୋରା ପୋଲ ଉପରେ ଶୁକ୍ରବାର ଆତଙ୍କବାଦୀମାନେ ସିଆର୍‌ପିଏଫ୍ ପାର୍ଟି ଉପରେ ଗ୍ରେନେଡ ମାଡ କରିଥିଲେ । ଯେଉଁଥିରେ ୪ ଜଣ ଯବାନ ଆହତ ହେବା ସହ ଜଣେ ସାଧାରଣ ନାଗରିକ ବି ଆହତ ହୋଇଛନ୍ତି ।

Share