Categories: ଜାତୀୟ

ପୁଲଓ୍ବାମାରେ ପୁଣି ଥରେ ପଡ଼ିଲା ରକ୍ତ ଛିଟା

ଶ୍ରୀନଗର,୬।୬ : ପୁଣି ଥରେ ପୁଲଓ୍ବାମାରେ ପଡ଼ିଛି ରକ୍ତ ଛିଟା। ଜମ୍ମୁ-କଶ୍ମୀରର ପୁଲଓ୍ବାମା ଜିଲାରେ ଗ୍ରେନେଡ୍‌ ବିସ୍ଫୋରଣ ଘଟିଛି। ଘଟଣାରେ ଅତିକମ୍‌ରେ ୮ ଜଣ ଆହତ ହୋଇଥିବା ପୋଲିସ କଣ୍ଟ୍ରୋଲ ରୁମ୍‌ରୁ ଅଧିକାରୀ ରବିବାର କହିଛନ୍ତି।

ଦକ୍ଷିଣ କଶ୍ମୀରର ଅଓ୍ବନ୍ତିପୁରାର ଟ୍ରାଲ ଅଞ୍ଚଳରେ ଥିବା ବସ୍‌ ଷ୍ଟାଣ୍ଡରେ ଘଟିଥିବା ବିସ୍ଫୋରଣ ଘଟିଛି। ଅରାତଙ୍କବାଦୀମାନେ ପୋଲିସ ଓ ସିଆରପିଏଫ୍‌ ଯବାନଙ୍କୁ ଟାର୍ଗେଟ କରି ଗ୍ରେନେଡ୍‌ ମାଡ଼ କରିଥିଲେ। ଟାର୍ଗେଟ ମିସ ହେବାରୁ ସର୍ବସାଧାରଣ ସ୍ଥାନରେ ଗ୍ରେନେଡ୍‌ ପଡ଼ିଥିଲା। ୭ ଜଣ ସାମାନ୍ୟ ଆହତ ହୋଇଥିବାବେଳେ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆକ୍ରମଣକାରୀକୁ ଠାବ କରିବା ପାଇଁ ସୁରକ୍ଷାକର୍ମୀ ସର୍ଚ୍ଚ ଅପରେଶନ ଜାରି ରଖିଛନ୍ତି।

Share