Categories: ଜାତୀୟ

ମଣିପୁର ମନ୍ତ୍ରୀ ୟୁମନମ ଖେମଚାନ୍ଦଙ୍କ ବାସଭବନ ନିକଟରେ ଗ୍ରେନେଡ ଆକ୍ରମଣ …

ଇମ୍ଫାଲ,୮।୧୦ : ମଣିପୁରର ପଶ୍ଚିମ ଇମ୍ଫାଲ ଜିଲାର ରାଜ୍ୟ ମନ୍ତ୍ରୀ ୟୁମନମ ଖେମଚାନ୍ଦ ସିଂଙ୍କ ବାସଭବନ ନିକଟରେ ଏକ ଗ୍ରେନେଡ ବିସ୍ଫୋରଣରେ ଜଣେ ସିଆରପିଏଫ ଯବାନଙ୍କ ସମେତ ଦୁଇ ଜଣ ଆହତ ହୋଇଛନ୍ତି। ଏହି ଘଟଣା ୟୁମନମ ଲେକାଇଠାରେ ଶନିବାର ରାତି ପ୍ରାୟ ୧୦ ଟାରେ ଘଟିଥିଲା।

ପୋଲିସ ଅଧିକାରୀ କହିଛନ୍ତି ମନ୍ତ୍ରୀଙ୍କ ବାସଭବନର ମୁଖ୍ୟ ଫାଟକଠାରୁ କିଛି ମିଟର ଦୂରରେ ଗ୍ରେନେଡ ପଡ଼ିଥିଲା। ଦୁଇଜଣ ମୋଟରସାଇକେଲ ଆରୋହୀ ଗ୍ରେନେଡ ଫିଙ୍ଗିଥିଲେ। ଆହତ ସିଆରପିଏଫ ଯବାନ ପଶ୍ଚିମବଙ୍ଗର ବାସିନ୍ଦା ଦୀନେଶ ଚନ୍ଦ୍ର ଦାସ ବୋଲି ଜଣାପଡିଛି। ତାଙ୍କ ହାତରେ ଆଘାତ ଲାଗିଛି।

ଅନ୍ୟ ଆହତ ହେଉଛନ୍ତି ଜଣେ ମହିଳା। ତାଙ୍କ ଡାହାଣ ପାଦରେ ଆଘାତ ହୋଇଛି। ୟୁମନମ ଗ୍ରାମ୍ୟ ଉନ୍ନୟନ ତଥା ପଞ୍ଚାୟତି ରାଜ ମନ୍ତ୍ରୀ । ଏହି ଘଟଣା ପରେ ରାଜ୍ୟ ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ ଘଟଣାସ୍ଥଳକୁ ଯାଇଥିଲେ। ସେ ଏହି ଆକ୍ରମଣକୁ ନିନ୍ଦା କରିଛନ୍ତି।

Share