ପଠାନକୋଟ,୨୨ ।୧୧: ପଞ୍ଜାବର ପଠାନକୋଟରେ ଥିବା ସେନା ଗେଟ ନିକଟରେ ରବିବାର ବିଳମ୍ବିତ ରାତ୍ରିରେ ଗ୍ରେନେଡ ମାଡ ହୋଇଛି । ସେନା କ୍ୟାମ୍ପର ତ୍ରିବେଣୀ ଦ୍ୱାର ଗେଟରେ ବାଇକରେ ଆସି କେତେଜଣ ଅଜ୍ଞାତ ବ୍ୟକ୍ତି ଗ୍ରେନେଡ ମାଡ କରିଥିଲେ । ଏହି ଘଟଣା ପରେ ପଠାନକୋଟର ସମଗ୍ର ଅଞ୍ଚଳରେ ହାଇ ଆଲର୍ଟ ଜାରି କରାଯାଇଛି । ଏବେ ପୋଲିସ ସିସିଟିଭି ଯାଞ୍ଚ କରି ଘଟଣାର ଅଭିଯୁକ୍ତଙ୍କୁ ଖୋଜୁଛି ।