ଲଣ୍ଡନରେ ବିକ୍ଷୋଭ ବେଳେ ଗ୍ରେଟା ଥନ୍‌ବର୍ଗ ଗିରଫ

ଲଣ୍ଡନ,୧୮ା୧୦: ବ୍ରିଟେନ୍‌ର ଲଣ୍ଡନ ସହରରେ ତୈଳ ଓ ଗ୍ୟାସ୍‌ କମ୍ପାନୀ ବିରୋଧରେ ବିକ୍ଷୋଭ କରୁଥିବା ଜଳବାୟୁ କର୍ମୀ ଗ୍ରେଟା ଥନ୍‌ବର୍ଗଙ୍କୁ ମଙ୍ଗଳବାର ପୋଲିସ ଗିରଫ କରିଛି। ୨୦୧୮ରେ ସୁଇଡେନ୍‌ ପାର୍ଲାମେଣ୍ଟ ଆଗରେ ଜଳବାୟୁ ସୁରକ୍ଷା ନେଇ ସପ୍ତାହବ୍ୟାପୀ ବିକ୍ଷୋଭ କରିବା ପରେ ସେ ଯୁବ ଜଳବାୟୁ କର୍ମୀଙ୍କ ବିଶ୍ୱବ୍ୟାପୀ ଚେହେରା ଭାବେ ପରିଚୟ ହାସଲ କରିଥିଲେ। ଚଳିତ ବର୍ଷ ସୁଇଡେନ୍‌, ନରଓ୍ବେ ଏବଂ ଜର୍ମାନୀରେ ଜଳବାୟୁ ସୁରକ୍ଷା ଆନ୍ଦୋଳନରେ ସାମିଲ ହୋଇ ସେ ଏକାଧିକ ଥର ଗିରଫ ହୋଇଛନ୍ତି କିମ୍ବା ତାଙ୍କୁ ବିକ୍ଷୋଭ ସ୍ଥଳରୁ ପୋଲିସ ତଡ଼ିଦେଇଛି। ଗ୍ରେଟା ‘ଅଏଲି ମନି ଆଉଟ୍‌’ ସ୍ଲୋଗାନ୍‌ ଲେଖାଥିବା ଏକ ବ୍ୟାଜ୍‌ ପିନ୍ଧିଥିବାବେଳେ ତାଙ୍କୁ ଦୁଇଜଣ ପୋଲିସ ଅଫିସର ଧରିଥିବା ଭିଡିଓ ଫୁଟେଜ୍‌ରୁ ଦେଖିବାକୁ ମିଳିଛି।

Share