ଜେଲ୍‌ ଯାଇପାରନ୍ତି ଗ୍ରେଟା ଥନବର୍ଗ

ଷ୍ଟକହୋମ,୬।୭: ସ୍ବିଡେନର ଜଳବାୟୁ କାର୍ଯ୍ୟକର୍ତ୍ତା ଗ୍ରେଟା ଥନବର୍ଗଙ୍କୁ ହୋଇପାରେ ଜେଲ୍‌। ଗତ ଜୁନ ମାସରେ ତାଙ୍କ ଦେଶର ଦକ୍ଷିଣରେ ଜଳବାୟୁ ବିରୋଧ ପ୍ରଦର୍ଶନ ସମୟରେ ପୋଲିସକୁ ଅପମାନିତ କରିଥିବା ଅଭିଯୋଗ ହୋଇଥିବା ସରକାରୀ ଓକିଲ ସୂଚନା ଦେଇଛନ୍ତି। ଏହି ଅଭିଯୋଗ ହେତୁ ଗ୍ରେଟା ଥନବର୍ଗଙ୍କୁ ଭାରି ଜୋରିମନା ହେବାର ସମ୍ଭାବନା ମଧ୍ୟ ରହିଛି। ଏହା ବ୍ୟତୀତ ତାଙ୍କୁ ଅତି କମରେ ୬ ମାସ ଜେଲ ଦଣ୍ଡାଦେଶ ହୋଇପାରେ।
ସରକାରୀ ଓକିଲ କହିଛନ୍ତି, ୨୦ ବର୍ଷ ବୟସ୍କା ଥନବର୍ଗ ଜୁନ ୧୯ରେ ମାଲମୋ ସହରରେ ଏକ ବିକ୍ଷୋଭ ପ୍ରଦର୍ଶନ ବେଳେ ବିକ୍ଷୋଭ ସ୍ଥାନରୁ ହଟିବା ପାଇଁ ପୋଲିସର ଆଦେଶ ପାଳନ କରି ନ ଥିଲେ। ଥନବର୍ଗ ଯୋଗ ଦେଇଥିବା ଏହି ବିରୋଧକୁ ପରିବେଶ କାର୍ଯ୍ୟକର୍ତ୍ତା ଗୋଷ୍ଠୀ ଟିଲବାକା ଫ୍ରାମିଟିଡେନ ଆୟୋଜନ କରିଥିଲେ।

Share