ସ୍ବିଡେନ କୋର୍ଟରେ ହାଜର ହେବେ ଜଳବାୟୁ କର୍ମୀ ଗ୍ରେଟା ଥନବର୍ଗ

ମାଲ୍‌ମୋ,୨୪।୭: ଜଳବାୟୁ କର୍ମୀ ଗ୍ରେଟା ଥନବର୍ଗ ଏକ ଜଳବାୟୁ ବିରୋଧ ପ୍ରଦର୍ଶନରେ ପୋଲିସକୁ ଅବଜ୍ଞା କରିଥିବା ଅଭିଯୋଗରେ ସ୍ବିଡେନ କୋର୍ଟରେ ହାଜର ହେବେ। ଜୁନ ୧୯ରେ ମାଲମୋରେ ବନ୍ଦରର ତେଲ ଟର୍ମିନାଲରେ ଯାତାୟତ ବନ୍ଦ କରିବା ପରେ ଥନବର୍ଗ ଓ ଅନ୍ୟ କର୍ମୀଙ୍କୁ ଗିରଫ କରାଯାଇଥିଲା। ସ୍ଥାନୀୟ ସମାଚାର ପତ୍ର ସିଡସଭେସ୍କନ ଏହି ସୂଚନା ଦେଇଥିଲା।

ସୂଚନାଯୋଗ୍ୟ, ଥନବର୍ଗଙ୍କ ଉପରେ ଅଭିଯୋଗ ହେଉଛି କି ବିରୋଧ ପ୍ରଦର୍ଶନ ସମୟରେ ଘଟଣାସ୍ଥଳ ଛାଡିବାକୁ ପୋଲିସ ନିର୍ଦ୍ଦେଶ ଦେଇଥିଲେ ବି ସେ ଏହାକୁ ପାଳନ କରି ନ ଥିଲେ। ସ୍ବିଡେନ ଅଭିଯୋଜନ ପ୍ରାଧିକରଣର ମୁଖପାତ୍ର ଅନ୍ନିକା କଲିନ ଏବଂ ଅଭିଯୋଜକଙ୍କ ଏକ ବୟାନରେ ଏହି ସୂଚନା ଦେଇଛନ୍ତି।
ଅଭିଯୋଜକ ଚାର୍ଲୋଟ ଓଟୋସେନ ଖବରକାଗଜକୁ କହିଛନ୍ତି ଯେ ଅବମାନନା ଅପରାଧରେ ସାଧାରଣତଃ ଜୋରିମାନା ହୋଇଥାଏ। ସ୍ବିିଡେନ ସଂସଦ ବାହାରେ ସାପ୍ତାହିକ ବିରୋଧ କରିବା ପରେ ଥନବର୍ଗ ୨୦୧୮ରେ ଲାଇମଲାଇଟକୁ ଆସିଥିଲେ।

Share