Categories: ଜାତୀୟ

ଏନ୍‌ଇଇଟି-ଜେଇଇ ପରୀକ୍ଷା ସ୍ଥଗିତ ଦାବିକୁ ସମର୍ଥନ କଲେ ଗ୍ରେଟା: କହିଲେ ‘ଏହା ଛାତ୍ରୀଛାତ୍ରଙ୍କ ପ୍ରତି ଅନ୍ୟାୟ’

ନୂଆଦିଲ୍ଲୀ,୨୫।୮: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଏହାସତ୍ତ୍ୱେ ଏନ୍‌ଇଇଟି ଏବଂ ଜେଇଇ ପରୀକ୍ଷା ହେବାକୁ ଯାଉଥିବାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ସ୍ବିଡେନ୍‌ର କିଶୋର ପରିବେଶବିତ୍‌ ଗ୍ରେଟା ଥନବର୍ଗ। କୋଭିଡ ସଂକ୍ରମଣ ଭିତରେ ଭାରତର ଛାତ୍ରୀଛାତ୍ରଙ୍କୁ ପରୀକ୍ଷା ଦେବାକୁ କୁହାଯାଇଛି। ଏହା ଅନ୍ୟାୟ ଅଟେ। ମହାମାରୀ ସହ ପ୍ରବଳ ବନ୍ୟା ପରିସ୍ଥିତି ଯୋଗୁ ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ଏଣୁ ସେ ଏନ୍‌ଇଇଟି ଏବଂ ଜେଇଇ ପରୀକ୍ଷା ସ୍ଥଗିତ କରିବାର ସପକ୍ଷରେ ଥିବା ଗ୍ରିଟା କହିଛନ୍ତି।

ପ୍ରକାଶ ଯେ, ପୂର୍ବରୁ ଏନ୍‌ଇଇଟି ଏବଂ ଜେଇଇ ପରୀକ୍ଷା ଜୁଲାଇରେ ହେବା ନେଇ କୁହାଯାଇଥିଲା। ହେଲେ କରୋନା ସଂକ୍ରମଣ ଯୋଗୁ ଏହାକୁ ଘୁଞ୍ଚାଇ ଦିଆଯାଇଥିଲା। ଏହା ସେପ୍ଟେମ୍ବର ୧ ରୁ ୬ ମଧ୍ୟରେ ଜେଇଇ ମେନ୍‌, ୧୩ରେ ଏନ୍‌ଇଇଟି ପରୀକ୍ଷା କରାଯିବ ବୋଲି ଘୋଷଣା କରାଯାଇଥିଲା। ତେବେ ଏହି ପରୀକ୍ଷାକୁ ଡିସେମ୍ବର ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ସୁପ୍ରିମକୋର୍ଟରେ ପିଟିଶନ ଦାଖଲ କରାଯାଇଥିଲା। ହେଲେ ସୁପ୍ରିମକୋର୍ଟ ଏହାକୁ ଖାରଜ କରିଦେଇଥିଲେ। ଯାହାକୁ ନେଇ ଛାତ୍ରୀଛାତ୍ରଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି।

Share