ପିଏମ୍‌ ଓ ସିଏମ କିଷାନକୁ କୃଷି ସଚିବଙ୍କ ବଡ଼ ବୟାନ : ଶୀଘ୍ରଶୀଘ୍ର କରନ୍ତୁ…

ଭୁବନେଶ୍ୱର, ୫।୧୦: ପିଏମ୍‌ ଓ ସିଏମ କିଷାନକୁ ନେଇ ଖୁସି ଖବର। ବଡ ବୟାନ ଦେଲେ କୃଷି ସଚିବ ଅରବିନ୍ଦ ପାଢୀ।
ସଚିବ ପାଢ଼ୀ କହିଛନ୍ତି,ଯୋଜନାରୁ ବାଦ ପଡିଥିଲେ ପୁଣି ସାମିଲ ହୋଇପାରିବେ ଚାଷୀ । ଯୋଜନାରୁ ବାଦ ପଡିଥିବା ହିତାଧିକାରୀଙ୍କୁ ପିଏମ୍‌ କିଷାନ ଯୋଜନାରେ ସାମିଲ କରାଯିବ । ଜନସେବା କେନ୍ଦ୍ରକୁ ଯାଇ ଏ ନେଇ ପୁଣିଥିରେ ଆବେଦନ କରିପାରିବେ । ନଭେମ୍ବର ୮ ଯାଏ ରହିଛି ଆବେଦନ ତାରିଖ । ଏନେଇ ସଚିବ ପାଢୀ ସୂଚନା ଦେଇଛନ୍ତି।
ଅନ୍ୟପକ୍ଷେ ଆଜି ଚାଷୀଙ୍କୁ ପିଏମ କିଷାନ ଟଙ୍କା ମିଳିବ । ଆକାଉଣ୍ଟକୁ ଟଙ୍କା ପଠାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଯୋଜନାର ୧୮ ତମ କିସ୍ତି ଦେବେ ପ୍ରଧାନମନ୍ତ୍ରୀ । ୯ କୋଟି ୫୦ ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ୨୦ ହଜାର କୋଟିରୁ ଅଧିକ ଟଙ୍କା ପ୍ରତ୍ୟେକ୍ଷ ଭାବେ ଟ୍ରାନ୍ସଫର କରାଯିବ ।