ବିଦ୍ୟୁତ୍‌ କାଟ୍‌ ପ୍ରତିବାଦରେ ଗ୍ରୀଡ୍‌କୋ ଅଫିସକୁ କଂଗ୍ରେସର ଅଣ୍ଡା, ଟମାଟୋ ମାଡ଼

ଭୁବନେଶ୍ୱର,୧୯ା୬(ସୁନିତ୍‌ ମିଶ୍ର): ଅଘୋଷିତ ବିଦ୍ୟୁତ୍‌ କାଟ୍‌ ଏବଂ ଲୋ-ଭୋଲ୍‌ଟେଜ ସମସ୍ୟା ପ୍ରତିବାଦରେ ସୋମବାର କଂଗ୍ରେସ ପକ୍ଷରୁ ଗ୍ରୀଡ୍‌କୋ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏଥିସହ କଂଗ୍ରେସ କର୍ମୀମାନେ ଗ୍ରୀଡ୍‌କୋ ଅଫିସକୁ ଅଣ୍ଡା, ଟମାଟୋ ମାଡ଼ କରିଛନ୍ତି। ପିସିସି ସଭାପତି ଶରତ ପଟ୍ଟନାୟକ ବିଜୁଳି କାଟ୍‌ ହେଉଛି, ଲୋକେ ବକେୟା ବିଲ୍‌ ଦିଅନ୍ତୁ ନାହିଁ ବୋଲି ଅନୁରୋଧ କରିଛନ୍ତି। ବିଲ୍‌ ନ ଦେଇ ସିଧା କଂଗ୍ରେସ ପାଖକୁ ଆସନ୍ତୁ,ଏନେଇ କଂଗ୍ରେସ ହେଲ୍ପଲାଇନ ଖୋଲିବ, ଲୋକଙ୍କ ପାଖରେ ଛିଡ଼ାହେବ ବୋଲି ସେ କହିଛନ୍ତି।

ଏହି ପ୍ରତିବାଦରେ ଜଟଣୀ ବିଧାୟକ ସୁର ରାଉତରାୟ, ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସମେତ ଦଳୀୟ କର୍ମୀମାନେ ସାମିଲ ଥିଲେ।

Share