ପୁଅ ମୋହ କଲା ଚୋର

ବଲାଙ୍ଗୀର,୧୮ା୨(ବୀରେନ୍ଦ୍ର କୁମାର ଝାଙ୍କର)ଆଧୁନିକ ଶିକ୍ଷା ଓ ବିଜ୍ଞାନ ଯେତେ ଅଗ୍ରଗତି କଲେ ମଧ୍ୟ ମଣିଷ ମନ ଭିତରେ ଘର କରିଥିବା ଲିଙ୍ଗଗତ ବୈଷମ୍ୟର ପାଶବିକତା କମିନାହିଁ। ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଶୁକ୍ରବାର ଘଟିଥିବା ଶିଶୁ ଚୋରି ଘଟଣା ଆମ ସମାଜରେ ପୁଅ ଓ ଝିଅଙ୍କୁ ନେଇ ରହିଆସିଥିବା ଘୃଣ୍ୟ ମାନସିକତାକୁ ପୁଣି ଥରେ ଉଜାଗର କରିଛି। ଜଣେ ମହିଳା ହସ୍ପିଟାଲ ଭିତରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେବା ପରେ ତାକୁ ସେଠାରେ ଛାଡି ଦେଇ ଅନ୍ୟ ଜଣେ ମହିଳାଙ୍କ ନବଜାତ ଶିଶୁପୁତ୍ରକୁ ଚୋରି କରି ଘରକୁ ନେଇଯିବା ଭଳି ଅଭାବନୀୟ ଘଟଣା ଅନେକଙ୍କୁ ବିସ୍ମିତ କରିଛି। ପୁତ୍ର ମୋହ କିଭଳି ଏକ ଦମ୍ପତିଙ୍କୁ ଚୋର ସଜାଇଲା ସେଇ ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି। ଶିଶୁ ଚୋରି ଘଟଣାରେ ବୌଦ୍ଧ ଜିଲା ଘଣ୍ଟାପଡା ଥାନା ସାହାଜପିଟା ଗଁାର ଶରତ ପୁଟା ଓ ତାଙ୍କ ସ୍ତ୍ରୀ ବିଶାଖା ପୁଟାଙ୍କୁ ବଲାଙ୍ଗୀର ପୋଲିସ ଅଟକ ରଖି ପଚରାଉଚରା କରୁଛି। ଏଇ ଦମ୍ପତିଙ୍କଠାରୁ ପୋଲିସ ଚୋରି ହୋଇଥିତ୍ବା ଶିଶୁପୁତ୍ର ଉଦ୍ଧାର କରିଥିଲା। ବଲାଙ୍ଗୀର ସଦର ଏସଡିପିଓ ପ୍ରଦୀପ କୁମାର ସାହୁ ଶନିବାର ଏହି ଚର୍ଚ୍ଚିତ ଶିଶୁଚୋରି ଘଟଣାକୁ ନେଇ ଖବରଦାତା ସମ୍ମିଳନୀ କରି ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ, ବୌଦ୍ଧ ଜିଲା ଘଣ୍ଟାପଡା ଥାନା ସାହାଜପିଟା ଗଁାର ଶରତ ପୁଟାଙ୍କ ସ୍ତ୍ରୀ ବିଶାଖା ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଗୁରୁବାର ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ନବଜାତକର ଓଜନ କମ୍‌ ଥିବାରୁ ତାଙ୍କୁ ଏମ୍‌ସିଏଚ୍‌ ଅନ୍ତର୍ଗତ ଏସ୍‌ଏନ୍‌ସିୟୁରେ ଭର୍ତ୍ତି କରିଥିଲେ। ଶୁକ୍ରବାର ସକାଳ ୭ଟାରେ ହସ୍ପିଟାଲରେ ସେଇ ବୌଦ୍ଧ ଜିଲା କଣ୍ଟାମାଳ ଥାନା ବୁର୍‌ଡିପଦର ଗଁାର ସୁଶୀଳ ସ୍ବାଇଁଙ୍କ ସ୍ତ୍ରୀ ଝୁମ୍‌କି ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ସେଇ ନବଜାତ ପୁତ୍ର ମଧ୍ୟ କମ୍‌ ଓଜନ ଥିବାରୁ ତାଙ୍କୁ ମଧ୍ୟ ଏସ୍‌ଏନ୍‌ସିୟୁରେ ରଖିବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ଝୁମ୍‌କିଙ୍କ ଜଣେ ସମ୍ପର୍କୀୟ ପିଉସୀ ଶିଶୁପୁତ୍ରକୁ ଏସ୍‌ଏନ୍‌ସିୟକୁ ନେଇ ରଖିଥିଲେ। ଏହି ଖବର ଜାଣିବା ପରେ ଶରତ ପୁଟା, ତାଙ୍କ ସ୍ତ୍ରୀ ବିଶାଖା ଏବଂ ତାଙ୍କର ଜଣେ ସମ୍ପର୍କୀୟ ସୁଶୀଳା ପୁଟା ଏସ୍‌ଏନ୍‌ସିୟୁରେ ନିଜ କନ୍ୟାକୁ ଛାଡି ଦେଇ ସଦ୍ୟଜାତ ଶିଶୁପୁତ୍ରକୁ ସେଠାରୁ ଚୋରି କରିନେବା ଯୋଜନା କରିଥିଲେ। ପୂର୍ବାହ୍ନ ପ୍ରାୟ ୯ଟାରେ ସେମାନେ ଏସ୍‌ଏନ୍‌ସିୟକୁ ଯାଇ କୌଣସି ପ୍ରକାରେ ଝୁମ୍‌କଙ୍କ ଶିଶୁପୁତ୍ରକୁ ସେଠାରୁ ବାହାର କରିନେଇ ହସ୍ପିଟାଲରୁ ନିଜ ଗଁା ସାହାଜପିଟା ପଳାଇ ଯାଇଥିଲେ। ଗଁାରେ ସମସ୍ତଙ୍କୁ ତାଙ୍କର ଜଣେ ଶିଶୁପୁତ୍ର ଜନ୍ମ ହୋଇଥିବା କହିଥିଲେ। ଦିନ ପ୍ରାୟ ୧୨ଟାରେ ଝୁମ୍‌କିଙ୍କ ନବଜାତ ଶିଶୁପୁତ୍ରକୁ ମଁା କ୍ଷୀର ଖୁଆଇବାକୁ ନେବା ପାଇଁ ଏସ୍‌ଏନ୍‌ସିୟକୁ ଯିବାପରେ ପିଲା ସେଠାରେ ନଥିବା ଦେଖାଯାଇଥିଲା। ଏହାପରେ ହଇଚଇ ସୃଷ୍ଟି ହୋଇଥିଲା। ହସ୍ପିଟାଲରୁ ଶିଶୁପୁତ୍ର ନିଖୋଜ ହୋଇଯିବା ଜାଣି ସୁଶୀଳ ସ୍ବାଇଁ ପ୍ରଥମେ ହସ୍ପିଟାଲ କର୍ତ୍ତୃପକ୍ଷ ଏବଂ ପରେ ଟାଉନ୍‌ ଥାନାରେ ଶିଶୁଚୋରି ହୋଇଥିବା ଅଭିଯୋଗ କରିଥିଲେ। ଟାଉନ୍‌ ଥାନାରେ ଏନେଇ ଏକ ମାମଲା (୧୧୫/୨୪) ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଶିଶୁଚୋରିର ୧୨ ଘଣ୍ଟା ପରେ ପୋଲିସ ସାହାଜପିଟା ଯାଇ ଚୋରି ଶିଶୁ ଉଦ୍ଧାର କରି ହସ୍ପିଟାଲ ଆଣିଥିଲା। ପୁତ୍ରସନ୍ତାନ ମୋହରେ ସମ୍ପୃକ୍ତ ଦମ୍ପତି ନିଜ କନ୍ୟା ସନ୍ତାନକୁ ହସ୍ପିଟାଲ ଏସ୍‌ଏନ୍‌ସିୟୁରେ ଛାଡି ଶିଶୁପୁତ୍ର ଚୋରି କରିଥିବା ଏସ୍‌ଡିପିଓ ସାହୁ ସ୍ପଷ୍ଟ କରିଛନ୍ତି। ଏସ୍‌ଏନ୍‌ସିୟୁରୁ ଶିଶୁପୁତ୍ର ନେବାବେଳେ କର୍ତ୍ତବ୍ୟରତ ନର୍ସ ଏବଂ ଅନ୍ୟ କର୍ମଚାରୀ ଏଇ ଚୋରି ଘଟଣାରେ ସମ୍ପୃକ୍ତ ଅଛନ୍ତି କି ନାହିଁ, କିଭଳି ପରିସ୍ଥିତିରେ ମେଡିକାଲ ଏସ୍‌ଏନ୍‌ସିୟରୁ ଏଭଳି ଏକ ଶିଶୁଚୋରି ଘଟଣା ଘଟିଲା ସେନେଇ ତଦନ୍ତ ଚାଲିଥିବା ଏସ୍‌ଡିପିଓ ସାହୁ କହିଛନ୍ତି। ଅନ୍ୟପଟେ ହସ୍ପିଟାଲ ଏସଏନ୍‌ସିୟୁରେ କର୍ତ୍ତବ୍ୟରତ ନର୍ସ ଏବଂ କର୍ମଚାରୀଙ୍କ ଗୁରୁତର ଅବହେଳାରୁ ଏଭଳି ଏକ ଅଘଟଣ ଘଟିଲା ବୋଲି ଭୀମ ଭୋଇ ମେଡିକାଲ କଲେଜ ଅଧୀକ୍ଷକ ଡା ମାନସୀ ପଣ୍ଡା ସ୍ବୀକାର କରିଛନ୍ତି। ହସ୍ପିଟାଲ ଇଣ୍ଟରନାଲ କମିଟି ଘଟଣାର ତଦନ୍ତ କରିଛି। ଦୋଷୀ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯିବ। ଆଗକୁ ଯେପରି ଏଭଳି ଘଟଣାର ପୁନରାବୃତ୍ତି ନହେବ ସେଦିଗରେ ଧ୍ୟାନ ଦିଆଯିବ ବୋଲି ସେ କହିଛନ୍ତି। ଶନିବାର ଏସ୍‌ଡିପିଓ ସାହୁ, ଟାଉନ୍‌ ଥାନାଧିକାରୀ ବିଶ୍ୱଜିତ ମନବୋଧ ଏବଂ ଅତିରିକ୍ତ ଥାନାଧିକାରୀ ଅନିତା ପଟନିଆ ହସ୍ପିଟାଲ ଯାଇ ତଦନ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଠାକୁରାଣୀ ଯାତ୍ରା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ

ଦିଗପହଣ୍ଡି,୬ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଓଡାସିଙ୍ଗି ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ରମାଦେବୀ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ନିମନ୍ତେ ରବିବାର ଶୁଭଖୁଣ୍ଟି ସ୍ଥାପନ କରାଯାଇଥିବା...

ରାମନବମୀରେ ରକ୍ତ ଦାନ କଲେ ସ୍ବେଚ୍ଛାସେବୀ

ପୁରୁଷୋତ୍ତମପୁର,୬।୪(ସୀମାଞ୍ଚଳ ମିଶ୍ର): ପବିତ୍ର ଶ୍ରୀରାମନବମୀ ଏବଂ ଭାଜପା ଯୁବନେତା ତଥା ସାମାଜିକ କର୍ମୀ ସୀତାରାମ ପାଣିଗ୍ରାହୀଙ୍କ ରବିବାର ଜନ୍ମଦିବସ ଅବସରରେ ଏକ ରକ୍ତଦାନ ଶିବିର ଗଞ୍ଜାମ...

ସଂଘବଦ୍ଧ ଆକ୍ରମଣରେ ଯୁବକ ଗୁରୁତର: ମାମଲା ରୁଜୁ କଲା ପୋଲିସ 

ଦିଗପହଣ୍ଡି,୬ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୈଠଡା ଗ୍ରାମର ଜି.ସଞ୍ଜୟ ରେଡ୍ଡୀଙ୍କୁ ତାଙ୍କ ପଡୋଶୀ ଜି. ଡୋରା ରେଡ୍ଡୀ ଓ ତାଙ୍କ ସମ୍ପର୍କୀୟ...

ଅବୈଧ ବିବାହରୁ ଜନ୍ମିତ ପିଲାମାନେ ପିତାଙ୍କ ସମ୍ପତ୍ତିର ଉତ୍ତରାଧିକାରୀ ହୋଇପାରିବେ: ଓଡ଼ିଶା ହାଇକୋର୍ଟ

କଟକ,୬ା୪: ଦ୍ୱିତୀୟ କିମ୍ବା ଅବୈଧ ବିବାହରୁ ଜନ୍ମିତ ପିଲାମାନେ କେବଳ ସ୍ୱ-ଅର୍ଜିତ ନୁହେଁ ବରଂ ସେମାନଙ୍କ ପିତାଙ୍କ ପୈତୃକ ସମ୍ପତ୍ତିର ମଧ୍ୟ ଉତ୍ତରାଧିକାରୀ ହେବାର ହକଦାର।...

ରାମନବମୀରେ କାମଧେନୁ ଗୋ-ଶାଳାର ଶିଳାନ୍ୟାସ କଲେ ମନ୍ତ୍ରୀ

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ଜନଜାତି ବହୁଳ ବଡ଼ବୁରୁଡ଼ା ଗ୍ରାମ ଶବରୀ ମାତା ଆଶ୍ରମ ଆନୁକୁଲ୍ୟରେ ରବିବାର ପବିତ୍ର...

ସୋମବାର ଭୁବନେଶ୍ୱରରେ ଆୟୋଜନ ହେବ ଯୋଗ ମହୋତ୍ସବ-୨୦୨୫; ଜାଣନ୍ତୁ ସ୍ଥାନ, ସମୟ

ଭୁବନେଶ୍ୱର,୬ା୪: ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ ଏପ୍ରିଲ ୭ (ସୋମବାର) ରାଜଧାନୀ ଭୁବନେଶ୍ୱରରେ ଯୋଗ ମହୋତ୍ସବ-୨୦୨୫ ଆୟୋଜନ ହେବ। ଆୟୁଷ ମନ୍ତ୍ରଣାଳୟ ଏବଂ ମୋରାଜୀ ଦେଶାଇ...

ଓଡ଼ିଆ ପକ୍ଷ ସଫେଇ କାର୍ଯ୍ୟକ୍ରମରେ ସାମିଲ ହେଲେ ବିଡିଓ

ଭଞ୍ଜନଗର,୬।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପଞ୍ଚାୟତ ସମିତି ପକ୍ଷରୁ ରବିବାର ଓଡ଼ିଆ ପକ୍ଷ ଅବସରରେ ବିଭିନ୍ନ ପଞ୍ଚାୟତରେ ସଫେଇ କାର୍ଯ୍ୟକ୍ରମ ହୋଇଥିଲା। ବିଡ଼ିଓ ପୂର୍ଣ୍ଣ...

ଭାଟୁଣିଆଁରେ ୧୮ ଟିକିଆ ହାତୀପଲ: ଲୋକେ ଆତଙ୍କିତ

କେନ୍ଦୁଝର,୬ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ବନାଞ୍ଚଳ ପଦ୍ମପୁର ପଞ୍ଚାୟତ ଭାଟୁଣିଆଁ ଗ୍ରାମର ନାଳ ନିକଟରେ ୧୮ଟିକିଆ ହାତୀପଲ ଦିନବେଳେ ଡେରା ପକାଇଛନ୍ତି। ଶନିବାର ସନ୍ଧ୍ୟାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image