ଅନ୍ଲାଇନ ଫୁଡ୍ ଡେଲିଭରି ପ୍ଲାଟଫର୍ମ ଜୋମାଟୋ ତା’ର ଗ୍ରୋସରି ଡେଲିଭରି ସେବାକୁ ୧୭ ସେପ୍ଟେମ୍ବରରୁ ବନ୍ଦ କରିବ ବୋଲି ସୂଚନା ମିଳିଛି। ଫଳରେ ଦିଲ୍ଲୀ ଏନ୍ସିଆରବାସୀ ଆଉ ଏହି ସେବା ମିଳିବ ନାହିଁ। ନିକଟରେ ଆରମ୍ଭ ହୋଇଥିବା ଗ୍ରୋସରି ସେବା ଗ୍ରାହକମାନେ ଆଉ ଜୋମାଟୋରୁ ପାଇପାରିବେ ନାହିଁ। ଉପଭୋକ୍ତା ନିକଟରେ ଅର୍ଡର ପହଞ୍ଚାଇବାରେ ବିଳମ୍ବ ସହ ଗ୍ରାହକଙ୍କ ଖରାପ ରେଟିଂ ଏବଂ ପ୍ରତିଦ୍ବନ୍ଦ୍ୱିତା ବୃଦ୍ଧି ଯୋଗୁ କମ୍ପାନୀ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି। ସେବା ଆରମ୍ଭରୁ କମ୍ପାନୀ ଗ୍ରାହକଙ୍କୁ ୧୫ ମିନିଟରେ ଏକ୍ସପ୍ରେସ ଡେଲିଭରି ପାଇଁ ପ୍ରତିଶ୍ରୁତି ଦେଇଥିଲା।