Categories: ଜାତୀୟ

ଯୌତୁକରେ ବାଇକ୍‌ ନ ମିଳିବାରୁ ମଣ୍ଡପରୁ ଉଠି ପଳାଇଲେ ବର, କନ୍ୟା କହିଲେ ଏମିତି

ପାଟନା,୩୦।୬: ବିହାରରେ ନାଳନ୍ଦା ଜିଲାରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ନାଚ ଗୀତ ସହ ବର ଜବରଦସ୍ତ ରୋଷଣୀରେ କନ୍ୟା ଘରେ ପହଞ୍ଚିଥିଲେ ବର କିନ୍ତୁ ଯୌତୁକରେ ବାଇନ ଦିଆଯିବା ଶୁଣିବା ପରେ ସେଠୁ ଉଠି ପଳାଇଥିଲେ ବର। ଏହା ଜାଣି କନ୍ୟା ଏମିତି ଲୋଭୀ ବ୍ୟକ୍ତି ସେ କଦାପି ବିବାହ କରିବେ ନାହିଁ ବୋଲି କହିଛନ୍ତି। ସୂଚନାଯୋଗ୍ୟ, ନାଳନ୍ଦା ଜିଲାର ଚଣ୍ଡି ଥାନା ଅଞ୍ଚଳରେ ସୁହାବନ ଦାସ ନିଜ ପୁଅ ବିଜେନ୍ଦ୍ରଙ୍କ ବିବାହ ପାଇଁ ବରଯାତ୍ରୀ ଦଳ ଧରି କନ୍ୟା ଘରେ ପହଞ୍ଚିଥିଲେ। ଦୁଇ ସମୁଦି କଥାବାର୍ତ୍ତା ହେବା ପରେ ବରକନ୍ୟା ବରଣମାଳା ପିନ୍ଧାପିନ୍ଧି ହୋଇଥିଲେ। କିଛି ସମୟ ପରେ ଖବର ଆସିଥିଲା ବର କୁଆଡେ ପଳେଇଛନ୍ତି। ଅଭିଯୋଗ ଥିଲା ଯୌତୁକରେ ବରଘର ପକ୍ଷ ବାଇକ୍‌ ମାଗିଥିଲେ। କିନ୍ତୁ କନ୍ୟା ଘରପକ୍ଷ ଏହା ଦେବାକୁ ଅସମର୍ଥ ଥିଲେ। ଫଳରେ ବର ବିବାହ ମଣ୍ଡରୁ ଲୁଚି ପଳାଇଥିଲେ। କନ୍ୟା ଘର ଗାଁ ଲୋକେ ଉତ୍‌କ୍ଷିପ୍ତ ହୋଇ ବରର ପିତାଙ୍କ ସମେତ ୫ ଜଣଙ୍କୁ ବନ୍ଧକ ରଖିଥିଲେ। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି କନ୍ୟାକୁ ବୁଝାଇଥିଲେ। କିନ୍ତୁ କନ୍ୟା ଏମିତି ଲୋଭୀ ବ୍ୟକ୍ତିଙ୍କୁ ବିବାହ କରିବେ ନାହିଁ ବୋଲି ସ୍ପଷ୍ଟ ମନା କରିଦେଇଥିଲେ।

Share