ସାଧାରଣତଃ ବିବାହରେ କନ୍ୟା ବିଦାୟୀ ସମୟରେ ମସ୍ତଙ୍କ ଆଖିରେ ଲୁହ ଥାଏ। କନ୍ୟାଙ୍କ ମାତାପିତାଙ୍କଠାରୁ ଆରମ୍ଭ କରି ସମ୍ପର୍କୀୟମାନେ ବହୁତ କାନ୍ଦିଥାନ୍ତି। କିନ୍ତୁ ନିକଟରେ ଏକ ନିଆରା ବିବାହର ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ବର ନିଜ ପ୍ରେମିକାଙ୍କୁ କନ୍ୟା ବେଶରେ ଦେଖି ପ୍ରବଳ କାନ୍ଦୁଥିବାର ନଜର ଆସିଛନ୍ତି। ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଭିଡିଓ ଦେଖି ଅନେକ ଲୋକ ଭାବପ୍ରବଣ ହୋଇପଡିଛନ୍ତି।
View this post on Instagram
ଇନ୍ଷ୍ଟାଗ୍ରାମରେ ପୋଷ୍ଟ ହୋଇଥିବା ଏହି ବିବାହ ଭିଡିଓରେ ବର ଡେମେଟ୍ରିୟସ୍ କ୍ୟାଶାରିସ ଏବଂ କନ୍ୟା ବେଶରେ ଅଲେକଜେଣ୍ଡ୍ରିଆ ରହିଛି। ବିବାହ ଫଟୋଗ୍ରାଫର ମ୍ୟାଗନୋଲିଆ ରୋଡ ଫିଲ୍ମ କମ୍ପାନୀ ପକ୍ଷରୁ ଏହି ଭିଡିଓ ଇନ୍ଷ୍ଟାଗ୍ରାମରେ ପୋଷ୍ଟ କରାଯାଇଛି। ଭାଇରାଲ ଭିଡିଓରେ ବର ନିଜ ସାଙ୍ଗମାନଙ୍କ ସହ କନ୍ୟାଙ୍କୁ ନେବା ପାଇଁ ମଣ୍ଡପକୁ ଆସିଛନ୍ତି। ପରେ କନ୍ୟା ନିଜ ପିତାଙ୍କ ସହ ଏକ ଧଳା ଗାଉନ ପିନ୍ଧିି ଆସିବା ଦେଖି ଡେମେଟ୍ରିୟସ୍ ଭାବପ୍ରବଣ ହୋଇପଡିଥିଲେ। ସେ ଭୋ ଭୋ ହୋଇ କାନ୍ଦିଥିଲେ। ଏହା ଦେଖି କନ୍ୟା ମଧ୍ୟ ନିଜ ଲୁହ ନିୟନ୍ତ୍ରଣ କରିପାରି ନ ଥିଲେ। ଏହି ଭିଡିଓକୁ ଏପର୍ଯ୍ୟନ୍ତ ୩୬ ହଜାରରୁ ଅଧିକ ଲୋକ ଦେଖିସାରିଲେଣି।