Categories: ଫୁରସତ

ଫୁଲରେ ନୁହେଁ, ଲେଜ୍‌-କୁରକୁରେ ପ୍ୟାକେଟ୍‌ରେ ସଜେଇ ହୋଇ ପହଞ୍ଚିଲା ବରଙ୍କ କାର୍‌

ବିବାହ ଋତୁ ଆସିଲେ କିଛି ନା କିଛି ଅଜବ ଦୃଶ୍ୟ ସାମ୍ନାକୁ ଆସେ। କେବେ ବିବାହରେ ବ୍ୟବହୃତ ଗାଡ଼ିର ସାଜସଜ୍ଜା ତ କେବେ ବରଙ୍କ ଅଜବ ଚିନ୍ତାଧାରା ଚର୍ଚ୍ଚାର ପରିସରକୁ ଆସିଥାଏ। ଠିକ୍‌ ଏଭଳି ଏକ ଘଟଣାକ୍ରମରେ ଏକ ଗାଡ଼ି ଫୁଲରେ ନୁହେଁ ବରଂ ଲେଜ୍‌/କୁର୍‌କୁରେରେ ସଜ୍ଜିତ ହୋଇଥିବା ଦେଖାଯାଇଛି। ଏହାର ଭିଡିଓ ଭାଇରାଲ ହେଉଛି।

ଭାଇରାଲ ଭିଡିଓରେ ଏକ ବରଙ୍କ କାର୍‌ ଦେଖିବାକୁ ମିଳୁଛି, ଯାହାକୁ ଲେଜ୍‌-କୁର୍‌କୁରେରେ ସଜା ଯାଇଛି। ଏହା ଦେଖି ଅନେକ ଚକିତ ହେବା ସହ ହସ ରୋକି ପାରୁନାହିଁ। ଅନେକ ତାଙ୍କ ଚିନ୍ତାକୁ ସଲାମ୍‌ ବୋଲି କହୁଛନ୍ତି।

Share