ବର କରୋନା ପଜିଟିଭ୍‌: କ୍ୱାରାଣ୍ଟାଇନରେ‌ ୫ଶହରୁ ଅଧିକ ଲୋକ

ବିଶାଖାପଟ୍ଟନମ୍‌, ୧୭।୮: ବରଙ୍କ ନମୁନା ରିପୋର୍ଟ କରୋନା ପଜିଟିଭ୍‌ ଆସିବା ପରେ ବିବାହରେ ଯୋଗଦେଇଥିବା ୫ ଶହରୁ ଅଧିକ ଲୋକଙ୍କୁ ଏବେ କ୍ୱାରାଣ୍ଟାଇନ୍‌ କରାଯିବ। ଏଭଳି ଅଭାବନୀୟ ଘଟଣା ବିଶାଖାପଟ୍ଟନମ୍‌ରେ ଘଟିଛି। ସ୍ଥାନୀୟ କୋଟଓ୍ବରଟଲା ମଣ୍ଡଳର କୋଡ଼ଓ୍ବଡ଼ିପୁଡ଼ି ଗାଁର ଚର୍ଚ୍ଚରେ ଏକ ବିବାହ ଉତ୍ସବରେ ୯୦ ଜଣ ଲୋକ ଯୋଗଦେଇଥିଲେ। ଏହାପରେ ହୋଇଥିବା ବିବାହ ଭୋଜିରେ ୫ ଶହରୁ ଅଧିକ ଲୋକ ମଧ୍ୟ ଯୋଗ ଦେଇଥିଲେ। ବିବାହ ଭୋଜି ପରେ ବରଙ୍କଠାରେ କରୋନା ଲକ୍ଷଣ ପ୍ରକାଶ ପାଇଥିଲା। ତାଙ୍କର ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଥିଲା। ଏହି ଖବର ଗାଁ ସାରା ବିଜୁଳି ବେଗରେ ପ୍ରଚାରିତ ହୋଇଥିଲା। ବିବାହ ଏବଂ ଭୋଜିରେ ଯୋଗ ଦେଇଥିବା ଲୋକେ ଏବେ ଆତଙ୍କିତ ହୋଇ ଯାଇଛନ୍ତି। ସମସ୍ତଙ୍କର ନମୁନା ପରୀକ୍ଷା ପାଇଁ ପଠାଯିବ ବୋଲି ସ୍ଥାନୀୟ ପ୍ରଶାସନ କହିଛି। ତେବେ ଏବେ ସମସ୍ତ ଲୋକଙ୍କୁ କ୍ୱାରାଣ୍ଟାଇନ୍‌ରେ ରହିବାକୁ ପରାମର୍ଶ ଦିଆଯାଇଛି। ରିପୋର୍ଟ ମିଳିବା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି କୁହାଯାଉଛି।

Share