Categories: ଫୁରସତ

ଘୋଡ଼ାରେ ବସିବା ବରଙ୍କୁ ପଡ଼ିଲା ମହଙ୍ଗା, ମଣ୍ଡପ ବଦଳରେ ପହଞ୍ଚିଲେ ମେଡିକାଲ ବେଡ୍‌ରେ, ଭିଡିଓ ଦେଖିଲେ…

ଏକ ବିବାହର ଅଜବ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ବରଙ୍କୁ ଘୋଡ଼ା ଉପରେ ବସିବା ମହଙ୍ଗା ପଡ଼ିଛି। ଫଳରେ ସେ ମଣ୍ଡପରେ ପହଞ୍ଚିବା ପରିବର୍ତ୍ତେ ଆମ୍ବୁଲାନ୍ସରେ ଯାଇ ଡାକ୍ତରଖାନା ବେଡ୍‌ରେ ପହଞ୍ଚୁଛନ୍ତି।

ଭିଡିଓରେ ଶେରଓ୍ବାନି ପିନ୍ଧିଥିବା ବର ଏକ ଘୋଡ଼ା ଉପରେ ବସିଥିବା ନଜର ଆସିଛନ୍ତି। ପରେ ସାମାନ୍ୟ ଭୁଲ୍‌ ଯୋଗୁ ଘୋଡ଼ାରୁ ସେ ତଳକୁ ଖସି ପଡୁଛନ୍ତି। ଫଳରେ ସେ ଗୁରୁତର ହୋଇଥିବା ଜଣାପଡ଼ିଛି।

ଭିଡିଓଟି amanprajapti47 ନାମକ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରାଯାଇଛି। ଏହି ଭିଡିଓକୁ ଲୋକେ ବାରମ୍ବାର ଦେଖୁଛନ୍ତି। ବର୍ତ୍ତମାନ ସୁଦ୍ଧା ଏହାକୁ ୭୮ ହଜାରରୁ ଅଧିକ ଲୋକ ଦେଖିସାରିଲେଣି। ଭିଡିଓ ଦେଖିବା ପରେ ୟୁଜରମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ବି ଦେଇଛନ୍ତି।

Share