ନୂଆଦିଲ୍ଲୀ: ପ୍ରତ୍ୟେହ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ। ଏବେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ଚକିତ ହୋଇଯିବେ। ଏହା ଏକ ବିବାହ ଉତ୍ସବର। ଏଥିରେ ଜ୍ୱାଇଁଙ୍କୁ ଉପହାରସ୍ବରୂପ ଏକେ-୪୭ ବନ୍ଧୁକ ମିଳୁଥିବା ଦେଖିବାକୁ ମିଳୁଛି। ଭିଡିଓ ଦେଖି ଲୋକେ ଭଳିକି ଭଳି ପ୍ରତିକ୍ରିୟା ରଖୁଛନ୍ତି।
ଭିଡିଓଟି ପାକିସ୍ତାନର। ସେଠାରେ ଏକ ବିବାହ ଉତ୍ସବରେ ଜ୍ୱାଇଁଙ୍କୁ ଉପହାରସ୍ବରୂପ ଏକେ-୪୭ ରାଇଫଲ ଦିଆଯାଇଛି। ପ୍ରଥମେ ଜଣେ ମହିଳା ନବବିବାହିତଙ୍କୁ ଶୁଭେଚ୍ଛା ଜଣାଇବା ପରେ ବନ୍ଧୁକଟି ଦେଉଥିବା ଦେଖାଯାଉଛି। ଏହାକୁ ଦେଖି ସେଠାରେ ଉପସ୍ଥିତ ଲୋକମାନେ ତାଳି ବଜାଉଛନ୍ତି।
ଭିଡିଓଟି ପାକିସ୍ତାନର କେଉଁ ସହରର ତାହା ଜଣାପଡ଼ିନାହିଁ। ହେଲେ ଭିଡିଓଟିକୁ ବହୁତ ଲୋକ ଶେୟାର କରୁଛନ୍ତି। କିଛି ଲୋକ ପ୍ରତିକ୍ରିୟାରେ ଏହାକୁ ନିନ୍ଦା କରୁଛନ୍ତି। ଏହା ଲଜ୍ଜାଜନକ। ଏଭଳି ପ୍ରଥମ ଥର ପାଇଁ ଦେଖୁଛନ୍ତି। ଆଦିବାସୀଙ୍କ ବିବାହ ଭଳି ଲାଗୁନାହିଁ। ଏ ଯାହା ବି ହେଉଛି ତାହା ଠିକ୍ ହେଉନାହିଁ ବୋଲି କେହି କେହି କହୁଛନ୍ତି।