Advertisement

କନ୍ୟାକୁ ଦେଖି ଏମିତି ଅବସ୍ଥା ହେଲା ବରର

ଏବେ ବିବାହ ସମୟ ଚାଲିଛି। ମାତ୍ର କରୋନା କଟକଣା ଯୋଗୁ କେତେକେ ବିବାହକୁ ଆଗକୁ ଘୁଞ୍ଚାଇଦେଉଛନ୍ତି ତ ଆଉ କେତେକେ କଟକଣା ମଧ୍ୟରେ ବିବାହ କରାଉଛନ୍ତି। ଯଦି କରୋନା ସ୍ଥିତି ସୁଧୁରିଯାଇଥାଏ ୨୫ ନଭେମ୍ବରରୁ ପୁଣି ବିବାହ ଲଗ୍ନ ଖୋଲିବାର ସମ୍ଭାବନା ଅଧିକ। ମାତ୍ର ଏବେ ବିବାହ ଉତ୍ସବର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ବିବାହ ଉତ୍ସବ ଚାଲିଛି। ବର ବୋହୂ ବେକରେ ବରଣମାଳା ପକାଇବା ସମୟରେ ତାଙ୍କ ପ୍ୟାଣ୍ଟ ଖୋଲିଯାଉଛି। ତେବେ ଏହା ଥରେ କି ଦୁଇ ଥର ନୁହେଁ ତିନି ଥର ତାଙ୍କ ପ୍ୟାଣ୍ଟ ଖୋଲିଯାଉଛି। ଭିଡିଓଟି କେଉଁ ସ୍ଥାନର ଏବଂ କେବେକାର ତାହା ଜଣାପଡ଼ି ନାହିଁ। ମାତ୍ର ଏହା ଖୁବ୍‌ ଭାଇରାଲ ହେବାରେ ଲାଗିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share