Categories: ଫୁରସତ

ଜଣେ ବରଙ୍କୁ ୪ କନ୍ୟା, ନେଲେ ସାତଫେରା: ଭିଡିଓ ଦେଖିଲେ

ବର୍ତ୍ତମାନ ବିବାହ ସିଜିନ୍‌ ଚାଲିଛି । ବିବାହର ଅନେକ ଫଟୋ ଭିଡିଓ ଭାଇରାଲ ହେଉଛି। ତେବେ ସମସ୍ତେ ବିବାହ ଦେଖିଥିବେ, ଅନେକ ସମୟରେ ଏହା ମଧ୍ୟ ଦେଖିଥିବେ ଯେ ୨ ବର ୨ କନ୍ୟା ଏକା ସାଥିରେ ଗୋଟିଏ ମଣ୍ଡପରେ ବିବାହ କରୁଛନ୍ତି। ମାତ୍ର ଏକ ବିବାହ ବେଦିରେ ଏକ ବର ସହିତ ୪ କନ୍ୟାଙ୍କୁ ଦେଖିବାକୁ ମିଳୁଛି।
ଅନେକ ସମୟରେ ଏହା ଶୁଣିବାକୁ ମିଳିଥାଏ ବିବାହ ପିଲାଖେଳ ନୁହେଁ। ମାତ୍ର ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓକୁ ଦେଖିଲେ ଲାଗିବ ଏହା ଯେପରି ପିଲାଖେଳ ହୋଇଯାଇଛି। କାରଣ ଏହି ଭିଡିଓରେ ଜଣେ ବର ୪ ଜଣ କନ୍ୟାଙ୍କ ସହ ବେଦିରେ ଅଗ୍ନି ଚାରିପଟେ ସାତଫେରା ନେଉଛନ୍ତି। ତେବେ ଭାଇରାଲ କ୍ଲିପ (@musafir_vj) ନାମକ ଏକ ଆକାଉଣ୍ଟର ଏକ୍ସରେ ପୋଷ୍ଟ କରାଯାଇଛି। ଏହା କ୍ୟାପଶନରେ ଲେଖା ହୋଇଛି, ‘‘ସାରଥୀ ମୋ ରଥକୁ ଆଗକୁ ନେଇ ଚାଲ’’। ତେବେ ଏ ଭିଡିଓ କେଉଁଠିକାର ସତ୍ୟ କି ମିଥ୍ୟା ତାହା ଜଣାପଡ଼ି ନାହିଁ।

 

Share