Categories: ଫୁରସତ

ବର ସହ ଘୋଡ଼ାକୁ ଟେକିଲେ କନ୍ୟାପକ୍ଷ, ଭିଡିଓ ଦେଖିଲେ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ବିବାହ କରିବାକୁ ଆସୁଥିବା ଜଣେ ବରକୁ ଦେଖିବାକୁ ମିଳୁଛି। ସାଧାରଣତଃ ବରକୁ କନ୍ୟାପକ୍ଷ ଲୋକେ ଟେକିକି ଘର ଭିତରକୁ ପ୍ରବେଶ କରୁଥିବା ଆପଣ ଦେଖିଥିବେ। ମାତ୍ର ଭିଡିଓରେ ବର ସହ ସେ ବସିଥିବା ଘୋଡ଼ାକୁ କନ୍ୟାପକ୍ଷ ଟେକିକି ବୁଲାଉଛନ୍ତି। ପରେ ତଳେ ରଖୁଛନ୍ତି। ବର୍ତ୍ତମାନ ଏହି ଭିଡିଓଟି ଭାଇରାଲ ହେବାରେ ଲାଗିଛି।

Share