ଗ୍ରୁମିଂ କିଟ

ନିଜକୁ ସବୁବେଳେ ଗ୍ରୁମିଂ ରଖିବା ଫଳରେ ମହିଳାମାନଙ୍କର ଆତ୍ମବିଶ୍ୱାସ ବୃଦ୍ଧି ପାଇଥାଏ। ତେଣୁ ବାହାରକୁ ଯିବାବେଳେ ନିଜ ପାଖରେ ସବୁବେଳେ ରଖନ୍ତୁ ଗ୍ରୁମିଂ କିଟ୍‌। ତେବେ ଗ୍ରୁମିଂ କିଟ୍‌ ଭିତରେ କ’ଣ ସବୁ ରଖିବେ ଜାଣିରଖନ୍ତୁ…

କ୍ଲିଜିଂ ଜେଲ୍‌:ବାହାରେ ଥିବା ବେଳେ ଅନେକ ସମୟରେ ତ୍ୱଚାରେ ଝାଳ ଓ ଧୂଳି ଲାଗି ଅପରିଷ୍କାର ହୋଇଯାଏ। ତେଣୁ ଗ୍ରୁମିଂ କିଟ୍‌ରେ ସବୁବେଳେ ପାଖରେ କ୍ଲିଜିଂ ଜେଲ୍‌ କିମ୍ବା ଫୋମ୍‌ ରଖନ୍ତୁ।
ଶାୱର ଜେଲ୍‌: ସ୍ନାନ କରିବା ସମୟରେ ସାବୁନ ବଦଳରେ ଶାୱର ଜେଲ୍‌ ବ୍ୟବହାର କରନ୍ତୁ। ଏହା ତ୍ୱଚାକୁ କୋମଳ କରିବା ସହ ସୁନ୍ଦର କରିଥାଏ।
ବଡି ଲୋଶନ୍‌, ମଏଶ୍ଚର: ତ୍ୱଚାକୁ କୋମଳ ରଖିବା ପାଇଁ ବଡି ଲୋଶନ ନିଶ୍ଚୟ ବ୍ୟବହାର କରନ୍ତୁ। ତେଣୁ ଗ୍ରୁମିଂ କିଟ୍‌ରେ ଏହାକୁ ନିଶ୍ଚୟ ରଖନ୍ତୁ। ସେହିପରି କ୍ଲିଜିଂ କରିବା ପରେ ତ୍ୱଚାରେ ମଏଶ୍ଚର ଲଗାଇବା ପାଇଁ ଗ୍ରୁମିଂ କିଟ୍‌ରେ ମଏଶ୍ଚର ନିଶ୍ଚୟ ରଖନ୍ତୁ।
ମିନିଏଚର ପରଫ୍ୟୁମ୍‌: କେବେ କେବେ ହୁଏତ ଆପଣଙ୍କ ଦେହରୁ ଖରାପ ଗନ୍ଧ ଆସିପାରେ। ତେଣୁ ପରଫ୍ୟୁମ୍‌ଟିଏ ସବୁବେଳେ ପାଖେର ରଖନ୍ତୁ।
ମେନିକିଓର କିଟ୍‌: ଗ୍ରୁମିଂ କିଟ୍‌ରେ ମେନିକିଓର କିଟ୍‌ ରଖିବା ବହୁ ଲାଭଦାୟକ। କାହିଁକି ନା ଅନେକ ସମୟରେ ବାହାରେ ଥିବା ସମୟରେ ହିଁ ମେନିକିଓର କରିବା ପାଇଁ ସୁବିଧା ମିଳିଥାଏ।
ଫେସ୍‌ ମାସ୍କ: ସପ୍ତାହରେ ଦୁଇଥର ଫେସ୍‌ ମାସ୍କ ଲଗାଇବା ଉଚିତ। ତେଣୁ ଗ୍ରୁମିଂ କିଟ୍‌ରେ ଫେସ୍‌ ମାସ୍କ ରଖିଥିଲେ ଯେକୌଣସି ସମୟରେ ଏହାକୁ ବ୍ୟବହାର କରିହେବ।
ଲିପ୍‌ ବାମ୍‌: ଅଧିକାଂଶ ସମୟରେ ଲିପ୍‌ବାମ୍‌ ଆବଶ୍ୟକ ହୋଇଥାଏ। ତେଣୁ ଗ୍ରୁମିଂ କିଟ୍‌ରେ ଲିପ୍‌ ବାମ୍‌ ଥିଲେ ଓଠକୁ କୋମଳ ରଖିହେବ।
କମ୍ପାକ୍ଟ: ଆପଣ ଯଦି ମେକ୍‌ଅପ୍‌ କରିବାକୁ ଭଲ ପାଉଥାନ୍ତି ତେବେ ଗ୍ରୁମିଂ କିଟ୍‌ରେ ସବୁବେଳେ କମ୍ପାକ୍ଚ ରଖନ୍ତୁ।