Categories: ବାଣିଜ୍ୟ

ପତଞ୍ଜଳି ଫୁଡ୍‌ସର ନୂଆ ପାମ୍‌ ଅଏଲ୍‌ ମିଲ୍‌ର ଶିଳାନ୍ୟାସ

ନୂଆଦିଲ୍ଲୀ,୨।୯:ଦେଶର ପ୍ରମୁଖ ଖାଦ୍ୟ ଏଫ୍‌ଏମ୍‌ସିଜି ଉଦ୍ୟୋଗ ପତଞ୍ଜଳି ଫୁଡ୍‌ସ ପକ୍ଷରୁ ଅରୁଣାଚଳ ପ୍ରଦେଶର ଇଷ୍ଟ୍‌ ସିଆଙ୍ଗ୍‌ ଜିଲାର ନିଗଲୋକେରେ ଥିବା ଇଣ୍ଡଷ୍ଟ୍ରିଆଲ୍‌ ଗ୍ରୋଥ୍‌ ସେଣ୍ଟରଠାରେ କମ୍ପାନୀର ନୂଆ ପାମ୍‌ ଅଏଲ୍‌ ମିଲ୍‌ର ଶିଳାନ୍ୟାସ କରାଯାଇଛି। ଏହି ଅବସରରେ ଅରୁଣାଚଳ ପ୍ରଦେଶର କୃଷିମନ୍ତ୍ରୀ ଟାଗେ ଟାକି ଏବଂ ପତଞ୍ଜଳିର ପ୍ରମୁଖ ଆଚାର୍ଯ୍ୟ ବାଲ୍‌କ୍ରିଷ୍ଣାଙ୍କ ଉପସ୍ଥିତିରେ ଏହାର ଶିଳାନ୍ୟାସ ହୋଇଥିଲା। ବିଶେଷକରି ପତଞ୍ଜଳି ପକ୍ଷରୁ ଉତ୍ତର-ପୂର୍ବ ଭାରତ ପାଇଁ ସ୍ବତନ୍ତ୍ର ପାମ୍‌ ଅଏଲ୍‌ ପ୍ରୋଗ୍ରାମ ମଧ୍ୟ ପ୍ରସ୍ତୁତ କରାଯାଇଛି ,ଯାହା ଆସନ୍ତା ୩୦ ବର୍ଷ ପର୍ଯ୍ୟନ୍ତ ରାଜ୍ୟର ଅର୍ଥନୀତିକୁ ଲାଭ ପ୍ରଦାନ ସହ ବିକଶିତ କରିବ ବୋଲି ପତଞ୍ଜଳି ପକ୍ଷରୁ କୁହାଯାଇଛି। ଏଠାରୁ ବାର୍ଷିକ ୭.୫ ଲକ୍ଷ ଟନ୍‌ ପାମ୍‌ ଅଏଲ୍‌ ଉତ୍ପାଦନ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏହାଦ୍ବାରା ତେଲ ଆମଦାନୀରେ ଖର୍ଚ୍ଚ ହେଉଥିବା ୧୦,୫୦୦ କୋଟି ଟଙ୍କାର ସଞ୍ଚୟ ହୋଇପାରିବ। ସେହିଭଳି ଏହାଦ୍ୱାରା ୫.୮ ଲକ୍ଷ ଲୋକଙ୍କ ଲାଗି ନିଯୁକ୍ତି ମଧ୍ୟ ସୁଯୋଗ ସୃଷ୍ଟି ହେବ। ପତଞ୍ଜଳି ଫୁଡ୍‌ସ ପକ୍ଷରୁ ଓଡ଼ିଶା ସମେତ ୧୧ଟି ରାଜ୍ୟର ୫୫ଟି ଜିଲାର ୬୦ ହଜାର ହେକ୍ଟର ଜମିରେ ପାମ୍‌ ଚାଷ କରାଯାଉଛି ବୋଲି ଜଣାପଡ଼ିଛି।

Share