Categories: Uncategorized

ଦୌଡ଼ି ଯାଇ କୋହଲିଙ୍କ ପାଦ ଛୁଇଁଲେ ଗ୍ରାଉଣ୍ଡ୍‌ସମ୍ୟାନ୍‌: ଆଉ ତା’ପରେ…

ନୂଆଦିଲ୍ଲୀ,୨୮।୯: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିତୀୟ ଟେଷ୍ଟ କାନପୁରରେ ଖେଳାଯାଉଛି। ପ୍ରଥମ ଦିନରେ ଖରାପ ପାଗ ହେତୁ କେବଳ ୩୫ ଓଭର ଖେଳାଯାଇଥିଲା। ପ୍ରଥମ ଦିନର ଖେଳ ଶେଷରେ ବାଂଲାଦେଶର ସ୍କୋର ୩ ଉଇକେଟ ହରାଇ ୧୦୭ ରନ ରହିଛି।

କାନପୁର ଟେଷ୍ଟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭାଇରାଲ ଭିଡିଓରେ ବିରାଟ କୋହଲି ଏବଂ ଗ୍ରୀନ ପାର୍କର ଗ୍ରାଉଣ୍ଡମ୍ୟାନଙ୍କୁ ଦେଖିବାକୁ ମିଳିଛି। କୋହଲି ଷ୍ଟାଡିୟମରେ ପ୍ରାକ୍ଟିସ ପାଇଁ ଯାଉଥିଲେ। ଏହି ସମୟରେ ଜଣେ ଗ୍ରାଉଣ୍ଡସମ୍ୟାନ୍‌ ସୁଯୋଗ ପାଇବା ମାତ୍ରେ ସେ ତାଙ୍କ ହିରୋ କୋହଲିଙ୍କ ପାଦ ଛୁଇଁଥିଲେ। ଏହା ଉପରେ କୋହଲି ତାଙ୍କୁ ହାତରେ ଉଠାଉଥିବାର ନଜର ଆସିଥିଲେ। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ପ୍ରଥମ ଟେଷ୍ଟରେ ଭାରତୀୟ ଦଳ ବାଂଲାଦେଶକୁ ଏକ ବଡ଼ ବ୍ୟବଧାନରେ ପରାସ୍ତ କରିଛି। ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ୨୮୦ ରନ୍‌ରେ ଏକ ବଡ଼ ବିଜୟ ହାସଲ କରିଛି। ଏହିପରି ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଭାରତୀୟ ଦଳ ୧-୦ରେ ଆଗରେ ରହିଛି।