ଗୋଷ୍ଠୀ ଭିକ୍ଷା, କର୍ମକର୍ତ୍ତା ମନୋନୟନ

ଢେଙ୍କାନାଳ ଅଫିସ,୨୦।୨ ଢେଙ୍କାନାଳ ଜିଲା ମହିମାଗାଦି ଯୋରନ୍ଦାରେ ୧୦୫ ବର୍ଷ ତଳେ ସିଦ୍ଧ ବଡ଼ କୃପାସିନ୍ଧୁ ବାବାଙ୍କ ଦ୍ୱାରା ପ୍ରତିଷ୍ଠିତ କୌପୀନଧାରୀ ମହିମା ସମାଜର ପ୍ରସିଦ୍ଧ ମାଘମେଳା ପରେ ତଥା ଫାଲଗୁନ କୃ୍‌ଷ୍ଣ ଦ୍ୱିତୀୟା ତିଥିରେ ଶୁକ୍ରବାର ଗୋଷ୍ଠୀ ଭିକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ କୌପୀନଧାରୀ ମହିମା ସମାଜର ମହିମା ସନ୍ନ୍ୟାସୀ, ତ୍ୟାଗୀ, ଭକ୍ତ ଓ ଶୁଭେଚ୍ଛୁମାନେ ଯୋଗଦେଇ ଆତ୍ମସେବା କରିଥିଲେ। ଚଳିତ ୨୦୨୨-୨୩ ବର୍ଷ ପାଇଁ କୌପୀନଧାରୀ ମହିମା ସମାଜ ସଭାପତି ଭାବେ ଶ୍ରୀମଦ ବାବା ରଘୁନାଥ ଦାସ ମନୋନୀତ ହୋଇଥିଲେ। ସେହିପରି ଉପସଭାପତି ସାରଙ୍ଗଧର ବାବା, ସମ୍ପାଦକ ସୁଶାନ୍ତ ବାବା, ସହ ସମ୍ପାଦକ କରୁଣା ବାବା(ଖ), କୋଷାଧ୍ୟକ୍ଷ ଅଭୟ ବାବା ଓ ସହ କୋଷାଧ୍ୟକ୍ଷ ଭାବେ ଦେବେନ୍ଦ୍ର ବାବା ଦାୟିତ୍ୱ ଗ୍ରହଣ କରିଥିଲେ। ଗାଦିସ୍ଥିତ ଅଖଣ୍ଡବତୀ ମନ୍ଦିର ନୀତି ପାଇଁ ଫାଲଗୁନ, ଚୈତ୍ର ମାସରେ ନୀତି ପୂଜକ ଭାବେ ଫକୀର ମୋହନ ବାବା, ବୈଶାଖ ଓ ଜ୍ୟୋଷ୍ଠରେ ଆଦିତ୍ୟ ବାବା, ଆଷାଢ ଓ ଶ୍ରାବଣରେ ବିନୋଦ ବାବା, ଭାଦ୍ରବ ଓ ଆଶ୍ୱୀନରେ ସୁଦର୍ଶନ ବାବା, କାର୍ତ୍ତିକ ଓ ମାର୍ଗଶୀରରେ ମହେନ୍ଦ୍ର ବାବା, ପୌଷ ଓ ମାଘରେ ଅଚ୍ୟୁତାନନ୍ଦ ବାବା ଦାୟିତ୍ୱ ତୁଲାଇବାର ସ୍ଥିର ହୋଇଛି। ସେହିପରି ଜ୍ୟୋତି ମନ୍ଦିର ଦାୟିତ୍ୱରେ ଫାଲଗୁନ ଓ ଚୈତ୍ର ମାସ ପାଇଁ ଫକୀର ବାବା, ବୈଶାଖ ଓ ଜ୍ୟୋଷ୍ଠ ମାସ ପାଇଁ ସୁମନ୍ତ ବାବା, ଆଷାଢ ଓ ଶ୍ରାବଣ ପାଇଁ ସନକ ବାବା, ଭାଦ୍ରବ ଓ ଆଶ୍ୱିନ ପାଇଁ ବୀରବର ବାବା, କର୍ତ୍ତିକ ଓ ମାର୍ଗଶୀର ପାଇଁ ମଦନ ବାବା, ପୌଷ ଓ ମାଘ ପାଇଁ ବନମାଳୀ ବାବା ଦାୟିତ୍ୱ ନେବା ନିମନ୍ତେ ସ୍ଥିର ହୋଇଛି ା ସହଯୋଗୀ ନୀତି ପୂଜକ ଭାବେ ତ୍ୟାଗୀ କନ୍ଦର୍ପ ଦାସ, ପରମା ଦାସ, ଧରମା ଦାସ, ଗୋପବନ୍ଧୁ ଦାସ, ଅଲେଖ ଦାସ, ଗୁଣନିଧି ଦାସ ଓ ସୁଦର୍ଶନ ଦାସ ରହିବାକୁ ସ୍ଥିର ହୋଇଛି। ସାମଗ୍ରୀକ ପରିଚାଳନା ଦାୟିତ୍ୱରେ କରୁଣାକର ବାବା(କ), ଲାଲମୋହନ ବାବା, ବିଶେଶ୍ୱର ବାବା, ଦାଶରଥି ବାବା, ସନ୍ନ୍ୟାସୀ ବାବା, ବିରଞ୍ଚି ବାବା, ବୀଣାକାର ବାବା, ଶଙ୍କର ବାବା ଓ କରୁଣା ବାବା(ଖ) ରହିବେ ା ଆସାମ ରାଜ୍ୟ ପାଇଁ କୌପିନଧାରୀ ମହିମା ସମାଜର ମୁଖ୍ୟ ସଂଯୋଜକ ଭାବେ ଅରୂପ ବାବା କାର୍ଯ୍ୟ କରିବେ ା ଆସନ୍ତା ମାର୍ଚ୍ଚ ୧୨ ତାରିଖ ଫାଲଗୁନ ଶୁକ୍ଲ ଦଶମୀ ତିଥିରେ ଆସାମରେ ହେଉଥିବା ମେଳା ପାଇଁ ଅରୂପ ବାବାଙ୍କ ସହ ସୁରଥ ବାବା ଓ କ୍ଷେତ୍ରବାସୀ ବାବା ଆସାମ ଯାତ୍ରା କରିବେ। ସେହିପରି ଆନ୍ଧ୍ର ପାଇଁ ଦେବେନ୍ଦ୍ର ବାବା ମୁଖ୍ୟ ସଂଯୋଜକ ଭାବେ କାର୍ଯ୍ୟ କରିବେ ବୋଲି ସୂଚନା ଦିଆଯାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

କାଲି ଘରୁ ବାହାରକୁ ଯାଇ ଆଉ ଫେରି ନ ଥିଲେ ଯୁବକ, ଆଜି ଟ୍ରେନ୍‌ ଲାଇନ୍‌ରୁ ମିଳିଲା ମୃତଦେହ

ପରଜଙ୍ଗ,୨୩ା୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅନୁଗୋଳ-ଡ଼ୁବୁରୀ ନୂତନ ରେଳପଥର ପରଜଙ୍ଗ ରେଳ ଷ୍ଟେଶନଠାରୁ ଅଳ୍ପ ଦୂରରେ ଟ୍ରେନ୍‌ରେ କଟି ରବିବାର ବିଳମ୍ବିତ ରାତିରେ...

ପଛପଟୁ ଧକ୍କା ଦେଲା ବସ୍: ୩ ବାଇକ୍ ଆରୋହୀ ମୃତ

ଢେଙ୍କାନାଳ,୧୦।୧୨: ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଜୀବନ ହରାଇଲେ ତିନି ବାଇକ୍ ଆରୋହୀ। ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅନ୍ତର୍ଗତ ଖାଇରାମୁଣ୍ଡା ଗ୍ରାମ ନିକଟ ଜାତୀୟ ରାଜପଥ-୫୩...

ଜମି ବିବାଦରୁ ଗଡିଲା ମୁଣ୍ଡ: ଆଳୁ କିଆରୀରେ ପୁଅ ଆଗରେ ବାପାକୁ ହତ୍ୟା

ଢେଙ୍କାନାଳ,୮।୧୨: ଢେଙ୍କାନାଳ ଜିଲାରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ପୁଅ ଆଖି ଆଗରେ ବାପାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଜିଲା ସଦର ପୋଲିସ...

ତାଲା ଭାଙ୍ଗି ସ୍ବାସ୍ଥ୍ୟକେନ୍ଦ୍ରରୁ ଦୁର୍ବୃତ୍ତ ଲୁଟିନେଲେ ଏଲ୍‌ଇଡି ଟିଭି, ପ୍ରିଣ୍ଟର

ଭୁବନ,୫ା୧୨(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଥାନା ଓଡ଼ିଶ ଗ୍ରାମରେ ଥିବା ପ୍ରାଥମିକ ସାସ୍ଥ୍ୟକେନ୍ଦ୍ରରୁ ବୁଧବାର ବିଳମ୍ବିତ ରାତିରେ ଏଲ୍‌ଇଡି ଟିଭି ଓ ପ୍ରିଣ୍ଟର...

ଖୁବଶୀଘ୍ର ଗଞ୍ଜାମ ଏବଂ ଢେଙ୍କାନାଳରେ ଖୋଲିବ ଆୟୁଷ ହସପିଟାଲ

ଭୁବନେଶ୍ୱର,୪।୧୨: ଓଡିଶାର ଗଞ୍ଜାମ ଏବଂ ଢେଙ୍କାନାଳ ଜିଲାରେ ଖୁବ ଶୀଘ୍ର ଆୟୁଷ ଡାକ୍ତରଖାନା ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଘୋଷଣା...

ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ ଗାତ ଖୋଳି ପୋତୁଥିଲେ ସ୍ବାମୀ, ଆଉ ତା’ ପରେ…

କାମାକ୍ଷାନଗର,୧ା୧୨: ଢେଙ୍କାନାଳ ଜିଲା ମହାବୀରୋଡ୍‌ ଥାନା ଅନ୍ତର୍ଗତ ମଝିକା ଗାଁରେ ରବିବାର ରାତିରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଶୋଇଥିବା ଅବସ୍ଥାରେ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି...

ପିଲାଙ୍କୁ ସ୍କୁଲ ନେଉଥିବା ବସ୍‌କୁ ଧକ୍କା ଦେଲା ଟ୍ରେଲର : ୧୦ର ଊର୍ଦ୍ଧ୍ୱ ଛାତ୍ରୀଛାତ୍ର…

ଢେଙ୍କାନାଳ,୨।୧୨: ଢେଙ୍କାନାଳ ଏକ ଘରୋଇ ସ୍କୁଲ ବସ୍‌ ସକାଳୁ ପିଲାଙ୍କୁ ନେଇ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି । ସ୍କୁଲ ବସ୍‌କୁ ଧକ୍କା ଦେଇ ଟ୍ରେଲର...

ଶୌଚ ପାଇଁ ଯାଇଥିଲେ ଯୁବକ, ଦଳିଦେଲା ହାତୀ

ହିନ୍ଦୋଳ,୨୮।୧୧: ଢେଙ୍କାନାଳ ଜିଲା ହିନ୍ଦୋଳ ଉପଖଣ୍ତ ଅନ୍ତର୍ଗତ କଡଲା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଗୁରୁବାର ଭୋର ସମୟରେ ଗ୍ରାମର ଗାୟତ୍ରୀ ମଣ୍ତପ ନିକଟସ୍ଥ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri