ଢେଙ୍କାନାଳ ଅଫିସ,୨୦।୨ ଢେଙ୍କାନାଳ ଜିଲା ମହିମାଗାଦି ଯୋରନ୍ଦାରେ ୧୦୫ ବର୍ଷ ତଳେ ସିଦ୍ଧ ବଡ଼ କୃପାସିନ୍ଧୁ ବାବାଙ୍କ ଦ୍ୱାରା ପ୍ରତିଷ୍ଠିତ କୌପୀନଧାରୀ ମହିମା ସମାଜର ପ୍ରସିଦ୍ଧ ମାଘମେଳା ପରେ ତଥା ଫାଲଗୁନ କୃ୍ଷ୍ଣ ଦ୍ୱିତୀୟା ତିଥିରେ ଶୁକ୍ରବାର ଗୋଷ୍ଠୀ ଭିକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ କୌପୀନଧାରୀ ମହିମା ସମାଜର ମହିମା ସନ୍ନ୍ୟାସୀ, ତ୍ୟାଗୀ, ଭକ୍ତ ଓ ଶୁଭେଚ୍ଛୁମାନେ ଯୋଗଦେଇ ଆତ୍ମସେବା କରିଥିଲେ। ଚଳିତ ୨୦୨୨-୨୩ ବର୍ଷ ପାଇଁ କୌପୀନଧାରୀ ମହିମା ସମାଜ ସଭାପତି ଭାବେ ଶ୍ରୀମଦ ବାବା ରଘୁନାଥ ଦାସ ମନୋନୀତ ହୋଇଥିଲେ। ସେହିପରି ଉପସଭାପତି ସାରଙ୍ଗଧର ବାବା, ସମ୍ପାଦକ ସୁଶାନ୍ତ ବାବା, ସହ ସମ୍ପାଦକ କରୁଣା ବାବା(ଖ), କୋଷାଧ୍ୟକ୍ଷ ଅଭୟ ବାବା ଓ ସହ କୋଷାଧ୍ୟକ୍ଷ ଭାବେ ଦେବେନ୍ଦ୍ର ବାବା ଦାୟିତ୍ୱ ଗ୍ରହଣ କରିଥିଲେ। ଗାଦିସ୍ଥିତ ଅଖଣ୍ଡବତୀ ମନ୍ଦିର ନୀତି ପାଇଁ ଫାଲଗୁନ, ଚୈତ୍ର ମାସରେ ନୀତି ପୂଜକ ଭାବେ ଫକୀର ମୋହନ ବାବା, ବୈଶାଖ ଓ ଜ୍ୟୋଷ୍ଠରେ ଆଦିତ୍ୟ ବାବା, ଆଷାଢ ଓ ଶ୍ରାବଣରେ ବିନୋଦ ବାବା, ଭାଦ୍ରବ ଓ ଆଶ୍ୱୀନରେ ସୁଦର୍ଶନ ବାବା, କାର୍ତ୍ତିକ ଓ ମାର୍ଗଶୀରରେ ମହେନ୍ଦ୍ର ବାବା, ପୌଷ ଓ ମାଘରେ ଅଚ୍ୟୁତାନନ୍ଦ ବାବା ଦାୟିତ୍ୱ ତୁଲାଇବାର ସ୍ଥିର ହୋଇଛି। ସେହିପରି ଜ୍ୟୋତି ମନ୍ଦିର ଦାୟିତ୍ୱରେ ଫାଲଗୁନ ଓ ଚୈତ୍ର ମାସ ପାଇଁ ଫକୀର ବାବା, ବୈଶାଖ ଓ ଜ୍ୟୋଷ୍ଠ ମାସ ପାଇଁ ସୁମନ୍ତ ବାବା, ଆଷାଢ ଓ ଶ୍ରାବଣ ପାଇଁ ସନକ ବାବା, ଭାଦ୍ରବ ଓ ଆଶ୍ୱିନ ପାଇଁ ବୀରବର ବାବା, କର୍ତ୍ତିକ ଓ ମାର୍ଗଶୀର ପାଇଁ ମଦନ ବାବା, ପୌଷ ଓ ମାଘ ପାଇଁ ବନମାଳୀ ବାବା ଦାୟିତ୍ୱ ନେବା ନିମନ୍ତେ ସ୍ଥିର ହୋଇଛି ା ସହଯୋଗୀ ନୀତି ପୂଜକ ଭାବେ ତ୍ୟାଗୀ କନ୍ଦର୍ପ ଦାସ, ପରମା ଦାସ, ଧରମା ଦାସ, ଗୋପବନ୍ଧୁ ଦାସ, ଅଲେଖ ଦାସ, ଗୁଣନିଧି ଦାସ ଓ ସୁଦର୍ଶନ ଦାସ ରହିବାକୁ ସ୍ଥିର ହୋଇଛି। ସାମଗ୍ରୀକ ପରିଚାଳନା ଦାୟିତ୍ୱରେ କରୁଣାକର ବାବା(କ), ଲାଲମୋହନ ବାବା, ବିଶେଶ୍ୱର ବାବା, ଦାଶରଥି ବାବା, ସନ୍ନ୍ୟାସୀ ବାବା, ବିରଞ୍ଚି ବାବା, ବୀଣାକାର ବାବା, ଶଙ୍କର ବାବା ଓ କରୁଣା ବାବା(ଖ) ରହିବେ ା ଆସାମ ରାଜ୍ୟ ପାଇଁ କୌପିନଧାରୀ ମହିମା ସମାଜର ମୁଖ୍ୟ ସଂଯୋଜକ ଭାବେ ଅରୂପ ବାବା କାର୍ଯ୍ୟ କରିବେ ା ଆସନ୍ତା ମାର୍ଚ୍ଚ ୧୨ ତାରିଖ ଫାଲଗୁନ ଶୁକ୍ଲ ଦଶମୀ ତିଥିରେ ଆସାମରେ ହେଉଥିବା ମେଳା ପାଇଁ ଅରୂପ ବାବାଙ୍କ ସହ ସୁରଥ ବାବା ଓ କ୍ଷେତ୍ରବାସୀ ବାବା ଆସାମ ଯାତ୍ରା କରିବେ। ସେହିପରି ଆନ୍ଧ୍ର ପାଇଁ ଦେବେନ୍ଦ୍ର ବାବା ମୁଖ୍ୟ ସଂଯୋଜକ ଭାବେ କାର୍ଯ୍ୟ କରିବେ ବୋଲି ସୂଚନା ଦିଆଯାଇଛି ା