ଚନ୍ଦ୍ରଗ୍ରହଣରେ ଖାଦ୍ୟ ଖାଇବାକୁ ନେଇ ମାରପିଟ୍‌

ଭୁବନେଶ୍ୱର,୮।୧୧(ବ୍ୟୁରୋ): ଚନ୍ଦ୍ରଗ୍ରହଣରେ ଖାଦ୍ୟ ଖାଇବାକୁ ନେଇ ଭୁବନେଶ୍ୱରରେ ମଙ୍ଗଳବାର ହେତୁବାଦୀ-ଈଶ୍ୱରବାଦୀ ପରସ୍ପର ମୁହାଁମୁହିଁ ହୋଇଛନ୍ତି। ଲୋହିୟା ଏକାଡେମୀରେ ହେତୁବାଦୀଙ୍କ ପକ୍ଷରୁ ଏକ ଆଲୋଚନା ଚକ୍ରର ଆୟୋଜନ କରାଯାଇଥିବା ବେଳେ ଈଶ୍ୱରବାଦୀମାନେ ସେଠାରେ ପହଞ୍ଚି ପ୍ରତିବାଦ କରିଥିଲେ। ଏପରିକି ଉଭୟଙ୍କ ମଧ୍ୟରେ ମାରପିଟ୍‌ କରିବା ସହ ଟେକା,ପଥର ମାଡ ହୋଇଥିଲା। ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି ।

Share