ଜମିବାଡ଼ିକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ, ଜଣେ ମୃତ

ବଲାଙ୍ଗୀର ଅଫିସ,୧୬।୫: ବଲାଙ୍ଗୀର ଜିଲା ସଇଁତଳା ଥାନା କୁମ୍ଭାରୀ ଗ୍ରାମରେ ଜମିବାଡ଼ି କଳହକୁ ନେଇ ଶନିବାର ରାତିରେ ଗୋଷ୍ଠୀ ସଂଘର୍ଷ ହୋଇଥିବା ଜଣାପଡ଼ିଛି। ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ୍‌ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ଏହି ମାମଲାରେ ପୋଲିସ ୨ ଜଣଙ୍କୁ ଅଟକ ରଖିଛି।

ସୂଚନାରୁ ପ୍ରକାଶ ଯେ, କୁମ୍ଭାରୀ ଗ୍ରାମର ଦୁଇ ପରିବାର ବିଜୟ ରଣା (୪୫) ଓ ଡିଙ୍ଗର ରଣାଙ୍କ ପରିବାର ମଧ୍ୟରେ ଜମିବାଡ଼ିକୁ କେନ୍ଦ୍ର କରି ଶନିବାର ରାତିରେ ମାରପିଟ୍‌ ହୋଇଥିଲା। ଏହି ଗଣ୍ଡଗୋଳରେ ବିଜୟ ରଣାଙ୍କ ପରିବାରର ଜଣେ ଗୁରୁତର ହୋଇଥିବା ବେଳେ ଡିଙ୍ଗର ରଣାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଖବର ପାଇ ସଇଁତଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ୨ ଜଣଙ୍କୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି।

Share