Categories: କଟକ

ଚାଟ୍‌ ଖାଇବାକୁ ନେଇ ଗୋଷ୍ଠୀ ସଂଘର୍ଷ

ବାରଙ୍ଗ,୧୧।୯ (ଡି.ଏନ୍‌.ଏ.): ନନ୍ଦନକାନନ ଥାନା ଅନ୍ତର୍ଗତ ଗଣ୍ଡରପୁର ଗ୍ରାମ ହାଇସ୍କୁଲ ଛକରେ ଥିବା ଏକ ଚାଟ୍‌ ଦୋକାନରେ ଚାଟ୍‌ ଖାଇବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି। ଶୁକ୍ରବାର ସାବେଳେ ଏହି ଚାଟ୍‌ ଦୋକାନରେ ଗଣ୍ଡରପୁର ଓ କଲ୍ୟାଣପୁର ଗ୍ରାମର ଯୁବକ ଖାଇବା ଲାଗି ଛିଡ଼ା ହୋଇଥିଲେ। ଚାଟ୍‌ ଖାଇବା ସମୟରେ କୌଣସି କାରଣକୁ ନେଇ ପରସ୍ପର ମଧ୍ୟରେ ବଚସା ହୋଇଥିଲା। ପରେ ତାହା ଉଗ୍ରରୂପ ନେଇ ଉଭୟ ଗ୍ରାମର ଯୁବକମାନେ ପରସ୍ପର ଟେକା ପଥର ଫିଙ୍ଗାଫିଙ୍ଗି ସହ ମାରପିଟ ହୋଇଥିଲେ। ଏଥିରେ କେତେଜଣ ଯୁବକଙ୍କର ମୁଣ୍ଡ ଫାଟି ରକ୍ତ ବାହାରିଥିବାବେଳେ ଅନ୍ୟ କେତେଜଣ ଆହତ ମଧ୍ୟ ହୋଇଛନ୍ତି। ଖବରପାଇ ଘଟଣାସ୍ଥଳରେ ନନ୍ଦନକାନନ ଥାନା ପୋଲିସ ପହଞ୍ଚତ୍ ପରିସ୍ଥିତି ଉପରେ ନଜର ରଖିଛି।