ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାର୍ଯ୍ୟକୁ ନେଇ ଗୋଷ୍ଠୀ ସଂଘର୍ଷ

ଆନନ୍ଦପୁର,୫।୨(ସ୍ବ.ପ୍ର.): ଆନନ୍ଦପୁର ବ୍ଲକ୍‌ ହରିଡ଼ାପାଳ ପଞ୍ଚାୟତ ଟୋଲଙ୍କପଡ଼ା ଗ୍ରାମରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାମକୁ ନେଇ ଗୋଷ୍ଠୀ ସଂଘର୍ଷ ଦେଖାଯାଇଛି। ଆକ୍ରମଣରେ ଜଣେ ଯୁବକ ଆହତ ହୋଇଛନ୍ତି। ଗ୍ରାମରେ ରାତି ଅଧରେ ମେଶିିନ୍‌ ଦ୍ୱାରା ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାର୍ଯ୍ୟ ଚାଲୁଥିବା ବେଳେ ସ୍ଥାନୀୟ କେତେଜଣ ଯୁବକ ଫଟୋ ଉଠାଇଥିଲେ। ଏନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଠିକାଦାର ଏବଂ ଯୁବକଙ୍କ ମଧ୍ୟରେ ହାତାହାତି ହୋଇଥିଲା। ଆକ୍ରମଣ ଓ ପ୍ରତିଆକ୍ରମଣରେ ଗ୍ରାମର ଜଣେ ଯୁବକଙ୍କ ମୁଣ୍ଡ ଫାଟିଥିଲା। ତାଙ୍କୁ ଚିକିତ୍ସା ପାଇଁ ଆନନ୍ଦପୁର ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଘଟଣାକୁ ନେଇ ଉଭୟ ପକ୍ଷ ଘସିପୁରା ଥାନାର ଦ୍ୱାରସ୍ଥ ହୋଇଥିଲେ। ଉଭୟ ଗୋଷ୍ଠୀ ମଧ୍ୟରେ ଆପୋସ ସମାଧାନ ପାଇଁ ଉଦ୍ୟମ ହେଉଥିବା ଥାନା ଅଧିକାରୀ ବିକ୍ରମ ଭୂୟଁା ସୂଚନା ଦେଇଛନ୍ତି।