ଶୁଣିଲାନି ପ୍ରଶାସନ: ରାସ୍ତା ନିର୍ମାଣ କଲେ ମହିଳା ଗୋଷ୍ଠୀ

କେନ୍ଦୁଝର,୧୩।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ଜୁଙ୍ଗା ପଞ୍ଚାୟତ ଅଧୀନ ଡୁମୁରିନାଳି ଗ୍ରାମର ମା’ ଜଙ୍ଗଲ ଜନନୀ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ଏକଜୁଟ ହୋଇ ଶୁକ୍ରବାର ରାସ୍ତା ନିର୍ମାଣ କରିଛନ୍ତି। ନଇଗୁଡ଼ାରୁ ଡୁମୁରିନାଳି ଗ୍ରାମକୁ କଚା ରାସ୍ତା ଥିଲେ ହେଁ ମରାମତି ହେଉ ନ ଥିବାରୁ ଗ୍ରାମବାସୀ ଯାତାୟାତରେ ବହୁ ଅସୁବିଧା ଭୋଗୁଛନ୍ତି।

ରାସ୍ତାରେ ସାଇକେଲ ତ ଦୂରର କଥା, ବର୍ଷା ହେଲେ ଚାଲିକି ଯିବା ସମ୍ଭବ ହେଉ ନାହିଁ। ଏଣୁ ମହିଳାମାନେ ଏକଜୁଟ ହୋଇ ରାସ୍ତା ନିର୍ମାଣ କରିବାକୁ ନିଷ୍ପତି ନେଇ ମାଟି ପକାଇ ରାସ୍ତା ତିଆରି କରୁଥିବା ମହିଳା ଗୋଷ୍ଠୀର ସଭାପତି ଭାନୁମତୀ ମହାନ୍ତ ପ୍ରକାଶ କରିଛନ୍ତି।

ଗୋଷ୍ଠୀର ସମ୍ପାଦକ ପୂର୍ଣ୍ଣିମା ମହାନ୍ତ କହିଛନ୍ତି, ରାସ୍ତା କାମରେ ୧୦ଜଣ ସଦସ୍ୟା ନିୟୋଜିତ ହୋଇଛନ୍ତି। ପ୍ରଶାସନ ଏ ନେଇ ପଦକ୍ଷେପ ନେଲେ ଭଲ ହୁଅନ୍ତା ବୋଲି ସେ କହିଛନ୍ତି। ସରକାର ସବୁଆଡେ କଂକ୍ରିଟ ରାସ୍ତା ତିଆରି କରୁଛନ୍ତି, ଏଠାରେ କଂକ୍ରିଟ ତ ଦୂରର କଥା ମୋରମ ପକାଇ ରାସ୍ତାକୁ ଯାତାୟତ ଉପଯୋଗୀ କରାଯାଉ ନାହିଁ ବୋଲି ସ୍ଥାନୀୟ ସାମାଜିକ କର୍ମୀ ସୁମନ୍ତ ନାୟକ ଅଭିଯୋଗ କରିଛନ୍ତି। ଏଥିପ୍ରତି ଜିଲା ପ୍ରଶାସନ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅସାଧୁ ଲୋକଙ୍କ ଜନବିରୋଧୀ ଜୋରଦାର ବିରୋଧ: ଜିଲାପାଳଙ୍କୁ ଫେରାଦ ହେଲେ ଗ୍ରାମବାସୀ

ଭବାନୀପାଟଣା,୧୯ା୯ (ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସିଜିମାଳି ଖଣି ଅଞ୍ଚଳର ୩ ପଞ୍ଚାୟତବାସୀ ବୁଧବାର ଜିଲାପାଳଙ୍କୁ ସାକ୍ଷାତ କରିଛନ୍ତି। ଏହାସହ କିଛି...

ଉତ୍କଳ ବିଶ୍ୱବିଦ୍ୟାଳୟରେ ଛାତ୍ରୀ ଅସଦାଚରଣ ଘଟଣା:ଆସିଷ୍ଟାଣ୍ଟ ପ୍ରଫେସର ନିଲମ୍ବିତ

ଭୁବନେଶ୍ୱର,୧୯ା୯(ଶର୍ମିଷ୍ଠା ପାଣିଗ୍ରାହୀ):ଉତ୍କଳ ବିଶ୍ୱବିଦ୍ୟାଳୟ ପିଜି ଅର୍ଥନୀତି ବିଭାଗର ଜଣେ ଛାତ୍ରୀଙ୍କୁ ଅସଦାଚରଣ ଘଟଣାର ମାସକ ପରେ କାର୍ଯ୍ୟାନୁଷ୍ଠାନ ହୋଇଛି। ସମ୍ପୃକ୍ତ ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ବୁଧବାର ନିଲମ୍ବନ...

ଭାଟିରୁ ମଦ ଆଣି କୋଠିରେ ବିକୁଥିଲେ ଦୁଇ ଭାଇ, ଥାନାର ଦ୍ୱାରସ୍ଥ ହେଲେ ଗ୍ରାମବାସୀ

କୋକସରା,୧୮ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ଗମ୍ଭାରୀଗୁଡ଼ା ପଞ୍ଚାୟତ ଚିକିଲି ଗ୍ରାମର ରମେଶ ସାହୁ ଓ ରାଜେଶ ସାହୁ ଦୁଇଭାଇ ଦୀର୍ଘ...

ଦୋକାନରେ ଖୁଆଇଲେ, ପରେ ବ୍ରିଜ୍‌ ଉପରୁ ପୁଅକୁ ଧରି ନଦୀକୁ ଡେଇଁପଡ଼ିଲେ ମା’

ପିପିଲି,୧୮ା୯(ଦୁର୍ଗାମାଧବ ମିଶ୍ର): ପୁରୀ ଜିଲା ପିପିଲି ନିକଟବର୍ତ୍ତୀ ଜଗନ୍ନାଥପୁରସ୍ଥିତ ଭାର୍ଗବୀ ନଦୀକୁ ଡେଇଁ ପୁଅଙ୍କ ସହ ଆତ୍ମହତ୍ୟା କରିଛନ୍ତି ଜଣେ ମା’। ମୃତକ ମହିଳା ଜଣକ...

ଚଳିତ ବର୍ଷରେ ଏକ କୋଟି ମେଟ୍ରିକ ଟନ୍‌ ଧାନ ସଂଗ୍ରହ କରିବେ ସରକାର: ଏମ୍‌ଏସ୍‌ପି ୩୧୦୦ ଟଙ୍କାରେ ଧାନ ବିକିବେ ଚାଷୀ

ଭୁବନେଶ୍ୱର,୧୮ା୯: ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଖରିଫ୍‌ ଧାନ ସଂଗ୍ରହ ଓ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ୩୧୦୦ ଟଙ୍କା ଲାଗୁ ନେଇ ସମୀକ୍ଷା...

Featured Video Play Icon

ଭରତପୁର ଘଟଣା, ଜାମିନ ପରେ ମୁହଁ ଖୋଲିଲେ…

ଭରତପୁର ଆର୍ମି ପୋଲିସ ଘଟଣା । ଗିରଫ ଯୁବତୀଙ୍କୁ ମିଳିଲା ସର୍ତ୍ତ ମୂଳକ ଜାମିନ । ଜାମିନ ମିଳିବା ପରେ ମୁହଁ ଖୋଲିଲେ ଯୁବତୀଙ୍କ ବାପା...

ଗଣେଶ ମେଢ଼ ଭସାଣି ବେଳେ ଇଲେକ୍ଟ୍ରି ତାରରେ ଲାଗିଗଲା ଡିଜେ, ଚାଲିଗଲା ଯୁବକଙ୍କ ଜୀବନ

ପୁରୁଷୋତ୍ତମପୁର,୧୮ା୯(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମରେ ବୁଧବାର ଗଣେଶ ମେଢ଼ ଭସାଣି ବେଳେ ବିଦ୍ୟୁତ୍‌ ଆଘାତରେ ପବିତ୍ର ସାହୁ( ୨୨)ଙ୍କ...

ଶୋଇଥିବା ବେଳେ ନାବାଳିକାଙ୍କୁ କାମୁଡ଼ି ଦେଲା ସାପ, ଆଉ ତା’ ପରେ…

ଅତାବିରା,୧୮ା୯(ହୃଷୀକେଶ ଖମାରୀ): ବରଗଡ଼ ଜିଲା ଅତାବିରା ଥାନା ଲରମ୍ଭା ଅମସ୍ତଲାରେ ବିଷାକ୍ତ ସାପ କାମୁଡ଼ାରେ ବୁଧବାର ଜଣେ ନାବାଳିକାଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri