Categories: ଜାତୀୟ

ବଢୁଛି ଥଣ୍ଡା: ଏଲ୍‌ଓସି ହେଉଛି ଚଳଚଞ୍ଚଳ

ଶ୍ରୀନଗର,୨୦।୧୨: ଧୀରେଧୀରେ ଥଣ୍ଡା ବଢ଼ିବାରେ ଲାଗିଛି। ତେବେ ଜମ୍ମୁ-କଶ୍ମୀରର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଉଭୟପକ୍ଷ ସକ୍ରିୟ ରହିବା ସହିତ ସ୍ଥାନୀୟ କ୍ଷେତ୍ର ଚଳଚଞ୍ଚଳ ହେବାରେ ଲାଗିଛି। ଭାରତରେ ଆତଙ୍କବାଦୀ ଅନୁପ୍ରବେଶ କରାଇବା ପାଇଁ ପାକିସ୍ତାନ ପକ୍ଷରୁ ଏଠାରେ ଲଗାତାର ଅସ୍ତ୍ର ବିରତିର ଉଲ୍ଲଂଘନ କରାଯାଉଛି। ଚଳିତବର୍ଷ ଜୁନ୍‌ଠାରୁ ଗତ ୬ ମାସ ମଧ୍ୟରେ ଏଲ୍‌ଇଓସିରେ ପାକିସ୍ତାନ ପକ୍ଷରୁ ୩୦୦ରୁ ଅଧିକ ଥର ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି। ଭାରତୀୟ ଫରଓ୍ବାର୍ଡ ପୋଷ୍ଟରେ ଯବାନମାନେ ବୁଲେଟ ପ୍ରୁଫ୍‌ ଜ୍ୟାକେଟ୍‌ ଏବଂ ବୁଲେଟ ପ୍ରୁଫ୍‌ ହେଲମେଟ ପିନ୍ଧି ସଜାଗ ରହିଛନ୍ତି। ପାକିସ୍ତାନ ସୈନ୍ୟ ବାହିନୀ ଦ୍ୱାରା ତାଲିମ୍‌ ପ୍ରାପ୍ତ ବାଟ୍‌ ( ବର୍ଡର ଆକ୍ସନ ଟିମ୍‌) ଦଳ ଭାରତରେ ଅନୁପ୍ରବେଶ ପାଇଁ ତୁଷାରପାତ ଏବଂ ଥଣ୍ଡାର ସୁଯୋଗ ନେଉଥିବା କୁହାଯାଉଛି। ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ ଏନେଇ ସତର୍କ ସୂଚନା ମଧ୍ୟ ଜାରି କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ସେନା ପକ୍ଷରୁ ନିୟନ୍ତ୍ରଣ ରେଖାରେ ପାଟ୍ରୋଲିଂକୁ ବଢ଼ାଇ ଦିଆଯାଇଛି।

Share