ଘନଉଛି ଆଳୁ ସଙ୍କଟ: ଅଡି ବସିଛନ୍ତି ଦିଦି

ଭୋଗରାଇ,୧।୧୨(ପ୍ରଦୀପ ଦାସ): ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓଡ଼ିଶା ସମେତ ଅନ୍ୟ ରାଜ୍ୟକୁ ଆକସ୍ମିକ ଭାବେ ଆଳୁ ରପ୍ତାନି ଉପରେ ଅଙ୍କୁଶ ଲଗାଇବା ପରେ ଦିନକୁ ଦିନ ଆଳୁ ଅଭାବ ଉତ୍କଟ ହେଉଛି। ଏଥିପାଇଁ ରାଜ୍ୟ ସରକାର ଉତ୍ତରପ୍ରଦେଶରୁ ଆଳୁ ଆଣିବା ନେଇ ରାଜ୍ୟବାସୀଙ୍କୁ ପ୍ରତିଶ୍ରୁତି ଦେଉଥିବା ବେଳେ ଖାଉଟି ଓ ବ୍ୟବସାୟୀମାନେ ଚିନ୍ତାରେ ପଡ଼ିଯାଇଛନ୍ତି।
ଗତ ଗୁରୁବାରଠାରୁ ପଶ୍ଚିମବଙ୍ଗରୁ ଓଡିଶା ଅଭିମୁଖେ ଆସୁଥିବା ଶତାଧିକ ଆଳୁ ଟ୍ରକକୁ ପଶ୍ଚିମବଙ୍ଗ ପ୍ରଶାସନ ଫେରାଇ ନେଇଥିବା ବେଳେ ଓଡିଶା ହାଟ ବଜାରରେ ଆଳୁର ଅଭାବ ସହିତ ଦାମ ମଧ୍ୟ ବଢ଼ିବାରେ ଲାଗିଛି। ଓଡିଶା ସୀମାନ୍ତ ପଶ୍ଚିମବଙ୍ଗ ପଶ୍ଚିମ ମେଦିନୀପୁର ଲାଗୁଆ ବେଲଦା, ଦାନ୍ତୁନ, ଜାତୀୟ ରାଜପଥ ସହ ପୂର୍ବ ମେଦିନୀପୁର ରାମନଗର, ଦୀଘାରେ ପଶ୍ଚିମବଙ୍ଗ ପ୍ରଶାସନ ପକ୍ଷରୁ ସିସିଟିଭି ଲଗାଇ ଅଦ୍ୟାବଧି ନକାଚେକିଂ କରାଯାଉଛି। ଆଳୁର ଅଭାବ ଯୋଗୁ ବାଲେଶ୍ୱର ଜିଲା ବିଭିନ୍ନ ସ୍ଥାନ ହାଟ ବଜାରରେ ଶନିବାର ଆଳୁର କେଜି ପ୍ରତି ଦାମ୍‌ ୪୦ରୁ ୫୦ଟଙ୍କା ରହିଥିବା ସୂଚନା ମିଳିଛି।
ଅପରପକ୍ଷରେ ପଶ୍ଚିମବଙ୍ଗ ଓଡିଶାକୁ ସଂଯୋଗ କରୁଥିବା ବାଲେଶ୍ୱର ଜିଲା ଜଳେଶ୍ୱର, ଭୋଗରାଇ ସଂଯୋଗ ରାସ୍ତା ଗଳାବାଟ ଦେଇ ଲୁଚାଛପାରେ ଆଳୁଗାଡି ଓଡିଶା ମଧ୍ୟକୁ ପ୍ରବେଶ କରୁଛି। ଓଡିଶାକୁ ପ୍ରବେଶ କରୁଥିବା ଆଳୁ ଗାଡି ପ୍ରତି ସେଠାକାର ପୋଲିସ ଓ ଗ୍ରାମର ଯୁବକମାନେ ୧୦ହଜାରରୁ ଊର୍ଦ୍ଧ୍ୱ ଟଙ୍କା ନେଇ ଗାଡି ଛାଡୁଥିବା ଅଭିଯୋଗ ହେଉଛି। ଏଭଳି ସ୍ଥିତିରେ ପଶ୍ଚିମବଙ୍ଗ ପ୍ରଗତିଶୀଳ ଆଳୁ ବ୍ୟବସାୟ ସମିତି ଶନିବାର ଅପରାହ୍ନରେ ହୁଗୁଳି ଜିଲା ତାରକେଶ୍ୱରଠାରେ ମିଳିତ ହୋଇ ଭବିଷ୍ୟତ କାର୍ଯ୍ୟପନ୍ଥା ସ୍ଥିର କରିଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ବାନାର୍ଜୀ ଆଳୁ ବ୍ୟବସାୟୀଙ୍କ ସମସ୍ୟା ନ ବୁଝି ଆକସ୍ମିକ ଭାବେ ଓଡ଼ିଶା ସମେତ ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ବିହାର, ତ୍ରିପୁରା ଓ ଆସାମ ରାଜ୍ୟକୁ ଆଳୁ ରପ୍ତାନି କଟକଣା ଲଗାଇଥିବାରୁ ଆଳୁ ବ୍ୟବସାୟ ସମିତି ଗଭୀର ଉଦ୍‌ବେଗ ପ୍ରକାଶ କରିଛି। ପଶ୍ଚିମବଙ୍ଗରେ ୪୮୫ ଶୀତଳଭଣ୍ଡାର ରହିଥିବାବେଳେ ଅଦ୍ୟାବଧି ୭ ଲକ୍ଷ ମେଟ୍ରିକ ଟନ ଆଳୁ ଗଚ୍ଛିତ ରହିଛି। ଶୀତଳଭଣ୍ଡାରରେ ଅପର୍ଯ୍ୟାପ୍ତ ଆଳୁ ମହଜୁଦ୍‌ ଥିବା ବେଳେ ୧ ମାସ ମଧ୍ୟରେ ଶୀତଳଭଣ୍ଡାରରୁ ଆଳୁ କଢ଼ା ନ ଗଲେ ସମସ୍ତ ଆଳୁ ପଚିଯିବାର ସମ୍ଭାବନା ଦେଖାଦେବାରୁ ପଶ୍ଚିମବଙ୍ଗ ଆଳୁ ବ୍ୟବସାୟୀମାନେ ବିପୁଳ କ୍ଷତି ସହିବେ ବୋଲି ପ୍ରଗତିଶୀଳ ଆଳୁ ବ୍ୟବସାୟୀ ସମିତିର ରାଜ୍ୟ ସଭାପତି ଲାଲୁ ମୁଖାର୍ଜୀ ଧରିତ୍ରୀକୁ ସୂଚନା ଦେଇଛନ୍ତି। ଓଡ଼ିଶା ସମେତ ଭିନ୍ନ ରାଜ୍ୟ ଆଳୁ ବ୍ୟବସାୟୀଙ୍କଠାରେ କୋଟି କୋଟି ଟଙ୍କା ବାକି ପଡିଥିବାବେଳେ ଆଳୁ ରପ୍ତାନି କରା ନ ଗଲେ ଏ ସମସ୍ତ ଟଙ୍କା ବାଟମରଣା ହେବାର ସମ୍ଭାବନା ମଧ୍ୟ ରହିଛି ବୋଲି ପଶ୍ଚିମବଙ୍ଗ ଆଳୁ ବ୍ୟବସାୟୀ ମାନେ କହିଛନ୍ତି। ପଶ୍ଚିମବଙ୍ଗ ସରକାର ସୀମାନ୍ତରେ ଆଳୁ ଗାଡି ଅଟକାଇବା ଓ ଆଳୁ ଗାଡି ଡ୍ରାଇଭରଙ୍କୁ ର଼୍ୟାଗିଂ କରିବା ବନ୍ଦ ନ କଲେ ମଙ୍ଗଳବାରଠାରୁ ପଶ୍ଚିମବଙ୍ଗ ଆଳୁ ବ୍ୟବସାୟୀମାନେ କର୍ମବିରତି ଧର୍ମଘଟ କରିବେ ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉପରେ ଚାପ ପକାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

ପୁରୀ ହେଲା ମହାନଗର ନିଗମ: ଚଣ୍ଡିଖୋଲ ସମେତ ଏସବୁ ସହର ହେଲା NAC

ଭୁବନେଶ୍ବର,୩୧ା୧୨: ନୂଆ ବର୍ଷ ପୂର୍ବରୁ ରାଜ୍ୟର ପୌର ପ୍ରଶାସନ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ପବିତ୍ର ପୁରୀ ସହରକୁ ସରକାର ମହାନଗର ନିଗମର...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

ଉଷୁ କପ ପ୍ରତିଯୋଗିତାରେ ବଲାଙ୍ଗୀରକୁ ୩ ପଦକ, ଜିଲା ପ୍ରଶାସନ ପକ୍ଷରୁ ଖେଳାଳୀଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗୀର,୩୧/୧୨ -( ସୁନିଲ କୁମାର ମହାନ୍ତି): ଦ୍ବିତୀୟ ତମ ଜାତୀୟ ଫେଡେରେସନ ଉଷୁ କପ ପ୍ରତିଯୋଗିତା ଛତିଶଗଡ଼ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗୀତା...

ଅତ୍ୟାଚାର, ଶୋଷଣ ବିରୋଧରେ ସ୍ବର ଉତ୍ତୋଳନ ଲୋଡ଼ା

ଭଞ୍ଜନଗର,୩୧ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ରାଧାକୃଷ୍ଣ ପାଠାଗାରରେ ଚକରା ବିଷୋୟୀ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ‘ଚକରା ବିଷୋୟୀଙ୍କ ଐତିହାସିକ...

ବାଇକ୍‌କୁ ଧକ୍କାଦେଲା ବାଇକ୍‌, ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥ ଶନିମନ୍ଦିର ଛକଠାରେ ପୁଣି ଏକ ଦୁର୍ଘଟଣା ଘଟିଛି। ବିପଦସଙ୍କୁଳ ଛକ କୁହାଯାଉଥିବା ଏହି ଛକଠାରେ ବୁଧବାର ଅପରାହ୍ନରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri