ଔଷଧୀୟ ବୃକ୍ଷ ଚାଷ ପାଇଁ ବଢୁଛି ଆଗ୍ରହ: ଏକାଧିକ ରୋଗକୁ ଆରୋଗ୍ୟ କରେ ଏହି ବୃକ୍ଷ

ଦାରିଙ୍ଗବାଡି, ୨୧।୮ (ଅରୁଣ ସାହୁ): ଗ୍ରାମାଞ୍ଚଳରେ ଔଷଧୀୟ ଚାଷକୁ ସରକାର ଗୁରୁତ୍ୱ ଦେଉଛନ୍ତି। ଦୁର୍ଗମ ଗାଁ ଓ ଉଜୁଡିଯାଇଥିବା ଜଙ୍ଗଲରେ ଏହି ଔଷଧୀୟ ବୃକ୍ଷ ଚାଷ କରାଯାଉଛି ଏଥିପାଇଁ ସରକାରୀ ହେଉ କି ବେସରକାରୀ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ଗାଁ ରେ ଲୋକଙ୍କୁ ସଚେତନ କରାଯାଉଛି। ଔଷଧୀୟ ବୃକ୍ଷ ଏବେ ଚାହିଦା ବୃଦ୍ଧି କାରଣରୁ ଅର୍ଥ ରୋଜଗାର କରିବାର ବାଟ ଫିଟିଛି। ଜୀବନଜୀବିକାର ରାହା ପାଲଟିଛି। ଏବେ ଅର୍ଥକାରୀ ଫସଲ ଭାବେ ନିଆଯାଇପାରୁଛି। ଏହି ଅବସରରେ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଔଷଧୀୟ ବୃକ୍ଷ ରୋପଣ ବୋର୍ଡ଼ ସଭାଗିତାରେ ଜାଗ୍ରତ ଓଡିଶା ପକ୍ଷରୁ ବୁଧବାର କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ସିମନବାଡିର ଶିବମନ୍ଦିର ସାହି ସଭାଗୃହ ପରିସର ମଧ୍ୟରେ ଔଷଧୀୟ ବୃକ୍ଷ ଅଶଗନ୍ଧା ନେଇ କର୍ମଶାଳା ଅନୁଷ୍ଠିତ ହୋଇଥିଲା।

ଏହାକୁ ଜାଗ୍ରତ ଓଡିଶାର ସମ୍ପାଦକ ଉମେଶ ଚନ୍ଦ୍ର ବରାଳ ପରିଚାଳନା କରିଥିବା ବେକେ ରିସର୍ସ ପର୍ସନ ଭାବେ ଆୟୁର୍ବେଦିକ କବିରାଜ ତଥା ପରିବେଶବିତ ଜେଠୁ ଭୋଇ ଲୋକଙ୍କୁ ତାଲିମ ପ୍ରଦାନ କରିଥିଲେ।ଏଥିରେ ଜାଗ୍ରତ ଓଡିଶାର ଉପଦେଷ୍ଟା ଐଶ୍ୱରୀୟା ବରାଳ ଏବଂ ସତ୍ୟଜିତ ସାମଲ ପରିଚାଳନା କରିଥିଲେ। ଗ୍ରାମର ଯୁବ ଚାଷୀ ପରମେ ପ୍ରଧାନ, ସାନ୍ଦୁରା ପ୍ରଧାନ, ଅମରେନ୍ଦ୍ର ପ୍ରଧାନ, ନଟବର ପ୍ରଧାନ, ମନୋଜ ପ୍ରଧାନ,କେ. ମନବୋଧ ନାୟକ,ଉଠାଣ ସିଂ, ରାଜେଶ ସାହୁ, ଅଶୋକ ବେହେରାଙ୍କ ସମେତ ଶତାଧିକ ଚାଷୀ ଯୋଗଦେଇଥିଲେ। ତେବେ ଔଷଧୀୟ ବୃକ୍ଷ ମଧ୍ୟରେ ଅଶଗନ୍ଧା ର ଫାଇଦା ଓ ମାନବ ର ରୋଗ କୁ ଆରୋଗ୍ୟ କରିପାରୁଥିବା ଏହି ଅଶଗନ୍ଧା ର କି ଗୁଣ ଓ ସେଥିରେ ରହିଥିବା ଉପାଦାନ ସମ୍ପର୍କରେ କୁହାଯାଇଥିଲା। ସେହିପରି ଉକ୍ତ ବୃକ୍ଷ କୁ କିଭଳି ଜାଣିପାରିବ ଓ ଚାଷ ପ୍ରଣାଳୀ ଓ ସରକାରଙ୍କ ରହିଥିବା ବିଭିନ୍ନ ସୁବିଧା ସମ୍ପର୍କରେ ପରାମର୍ଶ ଦିଆଯାଇଥିଲା। ଆଜିର ଦିନରେ ବିଭିନ୍ନ ରୋଗର କାରଣ ଓ ଏହାର ନିରାକରଣ ସହ ଆୟୁର୍ବେଦିକ ର ଫାଇଦା ସମ୍ପର୍କରେ କୁହାଯାଇଥିଲା।
ଏହି ଚାଷ ପାଇଁ ଚାଷୀଙ୍କୁ ସରକାରଙ୍କ ଔଷଧୀୟ ବୃକ୍ଷ ରୋପଣ ବୋର୍ଡ ପକ୍ଷରୁ ରହିଥିବା ସମସ୍ତ ସୁବିଧା ସମ୍ପର୍କରେ କୁହାଯିବା ସହ ଏଥିରୁ କିଭଳି ଅଧିକା ରୋଜଗାର ହୋଇପାରିବ ଓ ଅଶଗନ୍ଧାର ଚେର, ମୂଳ, ପତ୍ରରେ ରହିଥିବା ଔଷଧୀୟ ଗୁଣ ତଥା ଥାଇରଡ଼, ଆଞ୍ଜାଇଟ୍ସ, କୋଲଷ୍ଟ୍ରୋଲ ନିୟନ୍ତ୍ରଣ, ଅନିଦ୍ରା ଦୂର, ରକ୍ତଚାପ ନିୟନ୍ତ୍ରଣ, ରୋଗପ୍ରତିଷେଧକ ବୃଦ୍ଧି ଆଦି ବହୁ ରୋଗର ନିରାକରଣ ହୋଇପାରିବ ବୋଲି ପରାମର୍ଶ ଦିଆଯାଇଥିଲା ଏବେ ଅଶ୍ୱଗନ୍ଧାର ବଜାରରେ ପ୍ରଚୁର ମାତ୍ରାରେ ଚାହିଦା ରହିଥିବାରୁ ଚାଷୀ ଏଥିରୁ ଆର୍ଥିକ ଫାଇଦା ପାଇପାରିବେ ବୋଲି ପରାମର୍ଶ ଦିଆଯାଇଥିଲା।ଏଥିସହ ଜାଗ୍ରତ ଓଡିଶା ପକ୍ଷରୁ ଅଶ୍ୱଗନ୍ଧାର କିଛି ଚାରା ମଧ୍ୟ ବଣ୍ଟନ କରାଯାଇଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

କେସିଙ୍ଗା ପଞ୍ଚାୟତ ସମିତି ବୈଠକରେ ଉଠିଲା ଝାଡ଼ାବାନ୍ତି ପ୍ରସଙ୍ଗ, ସରପଞ୍ଚଙ୍କ ଅଭିଯୋଗ ପରେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତିର ୧୦ମ ବୈଠକ ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତିଙ୍କ ସଭାପତିତ୍ୱରେ ବୁଧବାର ସମିତି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।...

ବିକାଶ ଅପେକ୍ଷାରେ ‘ହେଲୋ ପଏଣ୍ଟ’: ଉଦ୍‌ଯାପିତ ହେଲା ‘ରାଜାରାଣୀ ଝାମୁ ଯାତ୍ରା’; ହଜାର ହଜାର ଭକ୍ତଙ୍କ ସମାଗମ; କାଳିସିଙ୍କ…

ଥୁଆମୂଳ ରାମପୁର, ୩୧।୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କୋଷାବରା ସ୍ଥିତ ‘ହେଲୋ ପଏଣ୍ଟ’ଠାରେ ରାଜାରାଣୀ (ମାଳିଚଗା)...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri