ଗର୍ଭନିରୋଧ ପଦ୍ଧତି ଗ୍ରହଣ ଉପରେ ରୋକ ନେଇ ଲୋକଙ୍କ ମଧ୍ୟରେ ବଢ଼ିଲା ଆକ୍ରୋଶ…

ତେହେରାନ,୧୫।୧୧: ଇରାନ ସରକାର ଦେଶର ଜନସଂଖ୍ୟା ବଢ଼ାଇବା ଲାଗି ଦେଶରେ ମହିଳାଙ୍କ ସ୍ବାସ୍ଥ୍ୟକୁ ଅଣଦେଖା କରିବା ସହିତ ମାନବାଧିକାରର ଉଲ୍ଲଂଘନ କରୁଥିବା ଅଭିଯୋଗ ହୋଇଛି। ସରକାର ସମସ୍ତ ଗର୍ଭନିରୋଧ ପଦ୍ଧତି ଗ୍ରହଣ ଉପରେ ରୋକ ଲଗାଇଛନ୍ତି। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଆକ୍ରୋଶ ବଢ଼ିବାରେ ଲାଗିଛି।
ମାନବାଧିକାର ସଂଗଠନ ହ୍ୟୁମାନ ରାଇଟ୍ସ ୱାଚ ଅନୁଯାୟୀ ଦେଶର ଜନସଂଖ୍ୟା ବୃଦ୍ଧି ପାଇଁ ଇରାନର ନୂତନ ନିୟମ ମହିଳାଙ୍କ ଅଧିକାର ବିରୁଦ୍ଧ ଅଟେ। ଏହି ଗୋଷ୍ଠୀ କହିଛି ଯେ ଏହି ଆଇନ ଇରାନୀୟ ମହିଳାମାନଙ୍କର ଯୌନ ଏବଂ ପ୍ରଜନନ ସ୍ବାସ୍ଥ୍ୟ ଆବଶ୍ୟକତାକୁ ଉଲ୍ଲଂଘନ କରୁଛି। ହ୍ୟୁମାନ ରାଇଟ୍ସ ୱାଚ ଦାବି କରିଛି ଯେ ଇରାନ ସରକାର ବିଳମ୍ବ ନକରି ଏହି ନୂତନ ନିୟମକୁ ରଦ୍ଦ କରନ୍ତୁ।

ଏହି ନୂଆ ନିୟମ ଅନୁସାରେ ପୁରୁଷ ଏବଂ ମହିଳାଙ୍କୁ ଇରାନର ଜନସ୍ବାସ୍ଥ୍ୟ ବ୍ୟବସ୍ଥାରେ ଗର୍ଭନିରୋଧକ ଔଷଧର ମାଗଣା ବଣ୍ଟନକୁ ବାରଣ କରାଯାଇଛି। ଯଦି ଗର୍ଭବତୀ ଅବସ୍ଥାରେ ମହିଳାଙ୍କ ସ୍ବାସ୍ଥ୍ୟ ପ୍ରତି ଗୁରୁତର ବିପଦ ଥାଏ ତେବେ ଏହି ଆଇନ ଲାଗୁହେବ ନାହିଁ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଏହି ଆଇନ ବର୍ତ୍ତମାନ ସାତ ବର୍ଷ ପାଇଁ କାର୍ଯ୍ୟକାରୀ ହେବ। ପୂର୍ବରୁ ଚଳିତ ବର୍ଷ ମାର୍ଚ୍ଚ ୧୬ରେ ଦେଶର ସଂସଦ ଦ୍ୱାରା ଏହି ଆଇନ ପାରିତ ହୋଇଥିଲା।
ଦେଶର ସରକାରୀ ଗେଜେଟରେ ପ୍ରକାଶିତ ହେବା ମାତ୍ରେ ଏହି ଆଇନ କାର୍ଯ୍ୟକାରୀ ହେବ ଏବଂ ଚଳିତ ମାସ ଶେଷରେ ଏପରି ହେବାର ସମ୍ଭାବନା ରହିଛି। ହ୍ୟୁମାନ ରାଇଟ୍ସ ୱାଚର ବରିଷ୍ଠ ଗବେଷକ ତାରା ସାହାପାହାରୀ ଫର କହିଛନ୍ତି, ଇରାନର ସାଂସଦମାନେ ସରକାରୀ ଅସମ୍ପୂର୍ଣ୍ଣତା, ଦୁର୍ନୀତି ଏବଂ ରାଜ୍ୟଗୁଡ଼ିକୁୁ ଦମନ କଲା ଭଳି ଗମ୍ଭୀର ସମସ୍ୟାର ସମାଧାନ କରିବାକୁ ଅନିଚ୍ଛୁକ। ମହିଳାଙ୍କ ମୌଳିକ ଅଧିକାର ଉଲ୍ଲଂଘନ ହେଉଥିଲେ ମଧ୍ୟ ସେମାନେ ନୀରବତା ଅବଲମ୍ବନ କରୁଥିବା ସେ କହିଛନ୍ତି।

Share