Categories: ଜାତୀୟ

ବାୟୁସେନାର ବଢ଼ିବ ଶକ୍ତି, ସାମିଲ ହେବ ୨୫ ଆଧୁନିକ ହେଲିକପ୍ଟର…

ନୂଆଦିଲ୍ଲୀ,୩୦।୯: ଭାରତୀୟ ବାୟୁସେନାର ଶକ୍ତିରେ ବୃଦ୍ଧି ହେବାକୁ ଯାଉଛି। ଖୁବ୍‌ ଶୀଘ୍ର ୨୫ ଆଧୁନିକ ହାଲକା ହେଲିକପ୍ଟର (ଏଏଲ୍‌ଏଚ୍‌)କୁ ବାୟୁସେନାରେ ସାମିଲ କରାଯିବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ନେତୃତ୍ୱରେ ଡିଫେନ୍ସ ଆକ୍ୟୁଜିଶନ କାଉନସିଲ୍‌ (ଡିଏସି) ହେଲିକପ୍ଟର ସହିତ ଅନ୍ୟ ଉପକରଣ କିଣିବା ଲାଗି ୧୩,୧୬୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି।

ସେଥିମଧ୍ୟରୁ ୮୭ ପ୍ରତିଶତ ପ୍ରତିରକ୍ଷା ଉପକରଣ ଘରୋଇ କମ୍ପାନୀଙ୍କଠାରୁ କିଣାଯିବ। ଏହାର ମୂଲ୍ୟ ୧୧,୪୮୬ କୋଟି ଟଙ୍କା ରହିଛି।

ହେଲିକପ୍ଟର କିଣାରେ ପ୍ରାୟ ୩୮୫୦ କୋଟି ଟଙ୍କା ଖର୍ଚ୍ଚ ହେବ। ସେହିପରି ରକେଟ ପାଇଁ ଗୋଳା ବାରୁଦ କିଣା ଯିବାରେ ୪୯୬୨ କୋଟି ଟଙ୍କା ଖର୍ଚ୍ଚ ହେବ।

ଏଲ୍‌ଓସି ଏବଂ ଏଲ୍‌ଏସିରେ ବୃଦ୍ଧି ପାଉଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ପ୍ରତିରକ୍ଷା ବିଭାଗ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି।

Share