Categories: ଜାତୀୟ

ଦେଶରେ ବୃଦ୍ଧି ପାଉଥିବା ମକଦ୍ଦମା ପ୍ରବୃତ୍ତି ରାଜନୈତିକ କ୍ଷେତ୍ରରେ ସହନଶୀଳତାର ଅଭାବକୁ ଦର୍ଶାଉଛି…

ନୂଆଦିଲ୍ଲୀ, ୨୧।୬ : ସମାଜ ତଥା ନୀତିର ଜଟିଳ ସମସ୍ୟାର ସମାଧାନ ପାଇଁ କୋର୍ଟ ଏକ ଶେଷ ସମାଧାନର ପଥ ହୋଇପାରିବ ନାହିଁ ବୋଲି ଦର୍ଶାଇ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଡି.ଓ୍ବାଇ.ଚନ୍ଦ୍ରଚୂଡ଼ କହିଛନ୍ତି ଯେ ଏକ ଗଣତାନ୍ତ୍ରିକ ସମାଜ ନିଶ୍ଚିତ ଭାବରେ ଜନସାଧାରଣଙ୍କ ବିଚାରବିମର୍ଶ, ଆଲୋଚନା ଏବଂ ନାଗରିକ ପ୍ରତିନିଧିଙ୍କ ସହ ଜଡିତ ହେବା ଆବଶ୍ୟକ।

ସାମାଜିକ ସମସ୍ୟାର ସମାଧାନ ପାଇଁ ପ୍ରତିରକ୍ଷାର ପ୍ରଥମ ପଦକ୍ଷେପ ଭାବରେ ଅଦାଲତର ବ୍ୟବହାର ହେଉଛି ବକ୍ତବ୍ୟ ଏବଂ ସହମତି ଭିତ୍ତିରେ ବଢୁଥିବା ଶକ୍ତିର ପ୍ରତିଫଳନ। ବର୍ଣ୍ଣଭେଦ, ଜାତିଭେଦ ଏବଂ ଭେଦଭାବକୁ ଆମର ସମସ୍ତ ସାମାଜିକ ସମସ୍ୟରୁ ବାହାର କରି କୋର୍ଟରେ ହାଜର ହେବାକୁ ପଡ଼ିବ ବୋଲି ଜଷ୍ଟିସ ଚନ୍ଦ୍ରଚୂଡ କହିଛନ୍ତି। ଦେଶରେ ବୃଦ୍ଧି ପାଉଥିବା ମକଦ୍ଦମା ଧାରା ରାଜନୈତିକ କ୍ଷେତ୍ରରେ ସହନଶୀଳତାର ଅଭାବକୁ ସୂଚାଉଛି। ଏହା ଏକ ବିପଦଶଙ୍କୂଳ ପଥରେ ପରିଣତ ହୋଇଛି। ଯେଉଁଠାରେ ଅଧିକାର ହାସଲ ପାଇଁ କୋର୍ଟ ଏକମାତ୍ର ଅଙ୍ଗ ଭାବରେ ପରିଗଣିତ ହେଉଛି।

ଲଣ୍ଡନର କିିଙ୍ଗସ୍‌ କଲେଜରେ “ମାନବିକ ଅଧିକାରର ସୁରକ୍ଷା ତଥା ନାଗରିକ ସ୍ବାଧୀନତା ରକ୍ଷା କରିବା କ୍ଷେତ୍ରରେ ସୁପ୍ରିମକୋର୍ଟର ଭୂମିକା” ପ୍ରସଙ୍ଗରେ ଜଷ୍ଟିସ ଚନ୍ଦ୍ରଚୂଡ ଏହି ମନ୍ତବ୍ୟ ଦେଇଛନ୍ତି। ସୁପ୍ରିମ୍‌କୋର୍ଟ ମୌଳିକ ଅଧିକାରର ସୁରକ୍ଷା କରିବା ଅପରିହାର୍ଯ୍ୟ ବୋଲି ସେ କହିଛନ୍ତି। ନାଗରିକଙ୍କ ଅଧିକାର ନେଇ ସେ ଚେତାବନୀ ଦେଇଛନ୍ତି ଯେ ଏଥିରେ ନିର୍ବାଚିତ ପ୍ରତିନିଧୀଙ୍କ ସମ୍ପୃକ୍ତି ଦ୍ୱାରା ଗଣତାନ୍ତ୍ରିକ ସମାଜ ପାଇଁ ଆବଶ୍ୟକ ନ୍ୟାୟିକ ପଦକ୍ଷେପ ଗ୍ରହଣ କରାଯାଇ ପାରି ନ ଥାଏ। ଏକ୍ଷେତ୍ରରେ ସୁଧାର ପାଇଁ ଲଗାତାର କାର୍ଯ୍ୟ ଜାରି ରଖିବା ଜରୁରୀ ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି।

Share