ଭୁବନେଶ୍ୱର, ୨୮।୬(ବ୍ୟୁରୋ): ବର୍ତ୍ତମାନ ରାଜ୍ୟରେ କରୋନା ସଂକ୍ରମଣ ସ୍ଲୋ ପ୍ରାଗେସରେ ଅଛି। ପୂର୍ବରୁ ସଂକ୍ରମଣ ୫୦ ମଧ୍ୟରେ ରହୁଥିଲା, କିଛି ଦିନ ହେବ ତାହା ୭୦କୁ ଛୁଇଁଥିଲ। ବର୍ତ୍ତମାନ ଏହି ସଂଖ୍ୟା ୧୦୦ ପାର କରିଛି ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆଗକୁ ଯେମିତି ଅଧିକ ସଂକ୍ରମଣ ନ ବଢ଼ିବ ସେଥିପ୍ରତି ଗୁରୁତ୍ୱ ଦିଆଯାଉଛି। ଭିଡ଼କୁ ଯାଆନ୍ତୁ ନାହିଁ ବୋଲି ଲୋକଙ୍କୁ ସେ କହିଛନ୍ତି। ସବୁବେଳେ ମାକ୍ସ ବ୍ୟବହାର କରନ୍ତୁ । ଲକ୍ଷଣ ଥିଲେ ଟେଷ୍ଟ କରାଇ ନିଅନ୍ତୁ । ବର୍ତ୍ତମାନ ଘରେ ଘରେ ଟେଷ୍ଟିଂ କରାଯାଉଛି । ଏ ନେଇ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଯଦି ଏହା ପରେ ହସ୍ପିଟାଲାଇଜେଶନ ବଢେ ପୂର୍ବ ଭଳି ବ୍ୟବସ୍ଥା କରାଯିବ । ସଂକ୍ରମଣ ସ୍ଥିତି ଉପରେ ନଜର ରଖିଛୁ ।