Categories: ବାଣିଜ୍ୟ

ଡିମାଟ୍‌ ଆକାଉଣ୍ଟରେ ଅଭିବୃଦ୍ଧି

ଭୁବନେଶ୍ୱର, ୬।୧୦:ଗତ କିଛି ବର୍ଷ ମଧ୍ୟରେ ୟେସ୍‌ ସିକ୍ୟୁରିଟିଜ୍‌ର କାରବାର ଓଡ଼ିଶା ବଜାରରେ ବେଶ୍‌ ଆଖିଦୃଶିଆ ରହିଥିବାବେଳେ କମ୍ପାନୀର ଡିମାଟ୍‌ ଆକାଉଣ୍ଟରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି। ଏପରିକି ୨୦୨୨ ପରଠାରୁ ନୂଆ ଡିମାଟ୍‌ ଆକାଉଣ୍ଟ (ଡିମାଟ୍‌ ଖାତା) ଖୋଲିବାରେ ୭୫%ବୃଦ୍ଧି ହାସଲ କରିଛି। ସେହିଭଳି ସାରା ଓଡ଼ିଶାରୁ ଇକ୍ୱିଟି ନିବେଶରେ ହୋଇଥିବା ଏହି ବୃଦ୍ଧି ସହ ଗତ ୧ବର୍ଷରେ କମ୍ପାନୀର ଡିମାଟ୍‌ ଆକାଉଣ୍ଟ (ଡିମାଟ୍‌ ଖାତା) ସଂଖ୍ୟାରେ ୬୦% ବୃଦ୍ଧି ହାସଲ ସହ ଭୁବନେଶ୍ୱର ତାଲିକାର ଶୀର୍ଷ ସ୍ଥାନରେ ରହିଛି। ଅପରପକ୍ଷରେ କମ୍ପାନୀର ତଥ୍ୟ ଅନୁସାରେ ଭୁବନେଶ୍ୱର, ରାଉରକେଲା, କଟକ, ବଡ଼ବିଲ ଓ ସମ୍ବଲପୁର ଓଡ଼ିଶାରେ କମ୍ପାନୀ ପାଇଁ ଶ୍ରେଷ୍ଠ ୫ଟି ବଜାର ଭାବେ ଉଭା ହୋଇଛନ୍ତି। ଭବିଷ୍ୟତରେ ବ୍ରହ୍ମପୁର, ଦାମନଯୋଡ଼ି, କୋରାପୁଟ ଭଳି ସହରରେ ଥିବା ସୁଯୋଗ ହାସଲ କରିବା ଏବଂ ନୂଆ ନିବେଶକମାନଙ୍କ ମଧ୍ୟରେ ସଚେତନତାର ପ୍ରସାର କରିବାକୁ କମ୍ପାନୀ ଲକ୍ଷ୍ୟ ରଖିଛି।
ଏ ସମ୍ପର୍କରେ ୟେସ୍‌ ସିକ୍ୟୁରିଟିଜ୍‌ର ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ଅଂଶୁଲ ଅର୍ଜାରେ କହିଛନ୍ତି, ମଧ୍ୟବିତ ଶ୍ରେଣୀର ଲୋକମାନେ ଫିକ୍ସଡ୍‌ ଡିପୋଜିଟ୍‌ ଓ ସ୍ବଳ୍ପ ସଞ୍ଚୟ ଭଳି ସ୍ଥାୟୀ ଆୟ ଆର୍ଥିକ ଉପକରଣଠାରୁ ଆଗକୁ ବଢ଼ି ଇକ୍ୱିଟି, ମ୍ୟୁଚୁଆଲ୍‌ ଫଣ୍ଡ୍‌, ଇଟିଏଫ୍‌ ଏବଂ ବଜାରରେ ଉପଲବ୍ଧ ଥିବା ଅନ୍ୟ ଉପକରଣକୁ ଆପଣାଉଥିବାରୁ ଓଡ଼ିଶାରେ ଅଧିକ କ୍ଲାଏଣ୍ଟ ହାସଲ କରିବା ଲାଗି ୟେସ୍‌ ସିକ୍ୟୁରିଟିଜ୍‌ ପାଖରେ ସୁଯୋଗ ରହିଛି। ବିଶେଷ କରି ଡିଜିଟାଲ୍‌ ଆର୍ଥିକ ସମାଧାନ ଓ ବିବିଧ ନିବେଶକ ବିକଳ୍ପ ଯଥା ସ୍ବତନ୍ତ୍ର ସମ୍ପତ୍ତି ବର୍ଗମାଳା ଜରିଆରେ ସେହି ଲକ୍ଷ୍ୟକୁ ହାସଲ କରିବା ପାଇଁ ଆମେ ପ୍ରସ୍ତୁତ ରହିଛୁ। ୨୦୨୨ପରଠାରୁ ଓଡ଼ିଶାରେ ଡିମାଟ୍‌ ଖାତା ସଂଖ୍ୟାରେ ଉଲ୍ଲେଖନୀୟ ୭୫% ବୃଦ୍ଧି ଘଟିଥିବା ବେଳେ ଅନ୍ତର୍ଭୁକ୍ତୀକରଣ ଓ ସହଜ ନିବେଶରେ ଆମେ ପଥ ପ୍ରଦର୍ଶକ ସାଜିଛୁ।

Share