Categories: ବାଣିଜ୍ୟ

ଖେଳଣା ଉତ୍ପାଦନରେ ଅଭିବୃଦ୍ଧି

ଭୁବନେଶ୍ୱର,୨୦।୩(ଅନୁରାଧା ମହାରଣା): ବିଶ୍ୱର ଅନେକ ଦେଶରେ ଖେଳବ୍ୟବସାୟ ବହୁ ପରିମାଣରେ ରୋଜଗାର ଏବଂ ପୁଞ୍ଜି ସୃଷ୍ଟି ପାଇଁ ବ୍ୟବହୃତ ହୁଏ। କିଛି ବର୍ଷ ପୂର୍ବେ ଚାଇନାରୁ ଆସୁଥିବା ଖେଳନା ଦ୍ୱାରା ଭାରତର ଚାହିଦା ପୂରଣ ହେଉଥିଲା। ବର୍ତ୍ତମାନ ପରିସ୍ଥିତି ବଦଳିଯାଇଛି। ଭାରତରେ ଖେଳଣା ଉପତ୍ାଦନ ଅଭିବୃଦ୍ଧି ହୋଇଛି। ଦେଶର ଖେଳନା ରପ୍ତାନିରେ ୨୩୯ ପ୍ରତିଶତ ବୃଦ୍ଧି ଘଟିଛି। ୨୦୧୫ ଆର୍ଥିକ ବର୍ଷ ଏବଂ ୨୦୨୩ ଆର୍ଥିକ ବର୍ଷ ମଧ୍ୟରେ ଭାରତରେ ଖେଳନା ରପ୍ତାନି ଦ୍ରୁତଗତିରେ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଭାରତର ଖେଳନା ରପ୍ତାନିରେ ୨୩୯ ପ୍ରତିଶତ ବୃଦ୍ଧି ହୋଇଥିବାବେଳେ ଆମଦାନୀରେ ୫୨ ପ୍ରତିଶତ ହ୍ରାସ ଘଟିଛି। ଫଳସ୍ବରୂପ, ଖେଳନା ଶିଳ୍ପରେ ଭାରତ ନେଟ୍‌ ରପ୍ତାନିକାରୀ ମାନ୍ୟତା ହାସଲ କରିଛି। ଭାରତରେ ଖେଳନା ବିକ୍ରୟ ପାଇଁ ଭାରତ ବ୍ୟୁରୋ ଅଫ୍‌ ଇଣ୍ଡିଆନ ଷ୍ଟାଣ୍ଡାର୍ଡ (ବିଆଇଏସ୍‌) ଅନୁମୋଦନକୁ ବାଧ୍ୟତାମୂଳକ କରିଛି ଏବଂ ବେସିକ୍‌ କଷ୍ଟମ ଡ୍ୟୁଟିକୁ ୭୦ ପ୍ରତିଶତକୁ ବୃଦ୍ଧି କରିଛି। ଏହା ପରେ ଭାରତରେ ଖେଳଣା ଏବଂ ଖେଳନା ସାମଗ୍ରୀର ବିକ୍ରିରେ ବହୁ ସାହାଯ୍ୟ କରିଛି। ହାସବ୍ରୋ, ମ୍ୟାଟେଲ, ସ୍ପିନ୍‌ ମାଷ୍ଟର ଏବଂ ଆର୍ଲି ଲର୍ନିଂ ସେଣ୍ଟର ପରି ଇଣ୍ଡଷ୍ଟ୍ରିର ବର୍ତ୍ତମାନ ସେମାନଙ୍କ ଖେଳନା ପାଇଁ ଭାରତରୁ ଖେଳନା ଉପରେ ନିର୍ଭରଶୀଳତା ବଢ଼ାଇବାକୁ ପଡିବ। ବଡ ନିର୍ମାତା ଡ୍ରିମ୍‌ ପ୍ଲାଷ୍ଟ, ମାଇକ୍ରୋପ୍ଲାଷ୍ଟ ମଧ୍ୟ ଚାଇନା ପରିବର୍ତ୍ତେ ଭାରତ ଉପରେ ନିର୍ଭର କରୁଛି। ଫଳରେ ଭାରତୀୟ ଖେଳନା ପାଇଁ ବଜାର ବୃଦ୍ଧି ପାଉଛି। ବିଏସ୍‌ ନିୟମାବଳୀ ପୂର୍ବରୁ ଖେଳନା ଉପରେ ଭାରତର ନିର୍ଭରଶୀଳତାକୁ ଦେଖିବା, ତେବେ ଏହାର ୮୦ ପ୍ରତିଶତରୁ ଅଧିକ ଚାଇନା ଉପରେ ଆଧାରିତ ଥିଲା। ତେବେ ବର୍ତ୍ତମାନ ପରିସ୍ଥିତି ଏପରି ହୋଇଛି ଯେ, ଦେଶର ଖେଳନା ଉତ୍ପାଦନର ୬୦ ପ୍ରତିଶତରୁ ଅଧିକ ରପ୍ତାନି ଆବଶ୍ୟକତା ପୂରଣ କରିବାକୁ ଯାଉଛନ୍ତି। ଏଥିରେ ୩୩ଟି ବର୍ଗର ଜିସିସି ଅନ୍ତର୍ଭୁକ୍ତ ହୋଇଛି ଯେଉଁଥିରେ ୟୁରୋପ ଏବଂ ଆମେରିକାର ଚାହିଦା ମଧ୍ୟ ଆସୁଛି। ଖୁବ୍‌ଶୀଘ୍ର ଏହି ପରିସୀମା ୪୦ଟି ଦେଶରେ ପହଞ୍ଚିବ ଏବଂ ସରକାରଙ୍କ ନୀତି ପରି ସମର୍ଥନ ମଧ୍ୟ ଏହା ପଛରେ ଏକ କାରଣ ଭାବରେ ବିବେଚନା କରାଯାଇପାରେ। ୨୦୨୩ ମସିହାରେ ଭାରତର ଖେଳନା ଶିଳ୍ପର ଆକାର ୧.୭ ବିଲିୟନ ଡଲାର ଥିଲା, ଯାହା ୨୦୩୨ ସୁଦ୍ଧା ୪.୪ ବିଲିୟନ ଡଲାରକୁ ବୃଦ୍ଧିପାଇବ ବୋଲି ଆଶା କରାଯାଉଛ। ୨୦୧୪ରୁ ୨୦୨୨-୨୩ ପର୍ଯ୍ୟନ୍ତ ଭାରତର ଖେଳନା ରପ୍ତାନି ୨୩୯ ପ୍ରତିଶତ ଏବଂ ଆମଦାନୀ ୫୨ ପ୍ରତିଶତ ହ୍ରାସ ପାଇଛି। ଅନ୍ୟପଟେ ମାର୍ଚ୍ଚ ୨୦୨୩ ରେ ଖେଳନା ଆମଦାନୀ ଉପରେ କଷ୍ଟମ ଡ୍ୟୁଟି ୭୦ ପ୍ରତିଶତକୁ ବୃଦ୍ଧି କରାଯାଇଛି।

Share